November 15, 2024

ଉମରକୋଟ ଦଣ୍ଡକାରଣ୍ଯ ଆଦର୍ଶ ବିଦ୍ୟାଳୟରେ “ଗୁରୁ ବନ୍ଦନା ଉତ୍ସବ” ଅନୁଷ୍ଠିତ………..

Share

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଚିକଲପଦର ସ୍ଥିତ ଦଣ୍ଡକାରଣ୍ୟ ଆଦର୍ଶ ବିଦ୍ୟାଳୟରେ ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୌକ୍ଷିକ ମହାସଂଘ, ନବରଙ୍ଗପୁର ଓ ଦଣ୍ଡକାରଣ୍ୟ ଆଦର୍ଶ ବିଦ୍ୟାଳୟ, ଉମରକୋଟ ପକ୍ଷରୁ “ଗୁରୁ ବନ୍ଦନା ଉତ୍ସବ” ଅନୁଷ୍ଠିତ ହୋଇଯାଇଛି । ଗତ ଶନିବାର ଅନୁଷ୍ଠିତ ଗୁରୁ ବନ୍ଦନା ଉତ୍ସବରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଝରିଗାଁ ବିଧାୟକ ନରସିଂହ ଭତ୍ରା ଓ ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୌକ୍ଷିକ ମହାସଂଘ ରାଜ୍ୟ ସଭାପତି ନିଲୁରାମ ଜେନା ଯୋଗ ଦେଇଥିଲେ । ଉକ୍ତ ଉତ୍ସବରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ଆସିଥିବା ୩୦ ରୁ ଅଧିକ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦଣ୍ଡକାରଣ୍ୟ ଆଦର୍ଶ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀ ଭାରତୀୟ ମହାନ ପରମ୍ପରା ମୁତାବକ୍ ଗୁରୁ ବନ୍ଦନା କରିଥିଲେ ଏବଂ ଭଗବତ୍ ଗୀତା ସହ ଉପଡୌକନ ପ୍ରଦାନ କରିଥିଲେ । ଏହି ଅବସରରେ ଜିଲ୍ଲାର ୭ ଜଣ ବରିଷ୍ଠ ଓ ଅବସରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାମଲ, ପ୍ରକାଶ କୁମାର ବଳ, ଡ. ପ୍ରଦୀପ କୁମାର ମିଶ୍ର, ବଂସିଧର ଭୁୟାଁ, କେଦାରେଶ୍ବର ପଟ୍ଟନାୟକ, ପ୍ରମୋଦ କୁମାର ଦାସ ଏବଂ ଟୁଟୁବାବୁ ପଟ୍ଟନାୟକଙ୍କୁ ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୌକ୍ଷିକ ମହାସଂଘ ପକ୍ଷରୁ ମାନପତ୍ର ପ୍ରଦାନ କରାଯିବା ସହ ଦଣ୍ଡକାରଣ୍ଯ ଆଦର୍ଶ ବିଦ୍ୟାଳୟ ପକ୍ଷରୁ ଭଗବତ୍ ଗୀତା ଓ ଉପଡୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଏହି ଅବସର ରେ ମାନ୍ୟବର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୁରୁ ବନ୍ଦନା ଉତ୍ସବ ସଂପର୍କରେ ଅଭିଭାଷଣ ରଖିବା ସହ ଆଗକୁ ଏଭଳି କାର୍ଯ୍ୟକ୍ରମ ଦ୍ବାରା ସମାଜରେ ଦୃଷ୍ଟାନ୍ତ ମୂଳକ ପରିବର୍ତ୍ତନ ଅଣାଯାଇ ପାରିବ ବୋଲି ପ୍ରକାଶ କରିଥିଲେ । ପ୍ରତ୍ୟେକ ମଣିଷ ଜୀବନରେ ଗୁରୁଙ୍କ ଆବଶ୍ୟକତା ଓ ଭୂମିକା ସମ୍ପର୍କରେ ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୌକ୍ଷିକ ମହାସଂଘ ରାଜ୍ୟ ସଭାପତି ନିଲୁରାମ ଜେନା ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ । ଶିକ୍ଷାବିତ୍ ଅଞ୍ଜନ କୁମାର ଜେନା ଏବଂ ସମୀର କୁମାର ପ୍ରଧାନଙ୍କ ଉଦ୍ୟମ ଫଳରେ ଏଭଳି ଏକ ମହାନ ପରମ୍ପରା ଆମ ବିଦ୍ୟାଳୟରେ କରିବା ସମ୍ଭବ ହୋଇ ପାରିଥିବା ପ୍ରିନ୍ସପାଲ୍ ତଥା ସଂପାଦୀକା ଦୀପିକା ଅଧିକାରୀ କହିବା ସହ ସମସ୍ତ ଅତିଥିଙ୍କୁ ଧର୍ମ ଗ୍ରନ୍ଥ ଭଗବତ୍ ଗୀତା ଓ ଉପଡୌକନ ପ୍ରଦାନ କରି ସମ୍ମାନିତ କରିଥିଲେ ।