April 29, 2026

ଗଜପତି ପୋଲିସ ଦ୍ୱାରା ୭୫ ଲକ୍ଷ ଟଙ୍କାର ୧୨ କୁଇଣ୍ଟାଲ ଗଞ୍ଜେଇ ଜବତ

IMG-20250712-WA0023
Share

 

 

ପାରଳାଖେମୁଣ୍ଡି:୧୨/୭(ଗରୁଡ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ପୋଲିସ ଦ୍ଵାରା ୭୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି. ଜିଲ୍ଲା ଏସପି ଯତିନ୍ଦ୍ର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଗତ ବହୁ ଦିନ ହେଲା ଗଞ୍ଜେଇ ଚୋରା କାରବାର ବିରୁଦ୍ଧରେ ଚଢ଼ାଉ ଜାରି ରହିଛି. ଗତ ମଙ୍ଗଳଵାର ରାତିରେ ଆର. ଉଦୟଗିରି ଏସଡିପିଓ ଅମିତାଭ ପଣ୍ଡା ଓ ଅଡବା ପୋଲିସଟିମ ଦ୍ୱାରା ପେଟ୍ରୋଲିଙ୍ଗ ଚାଲିଥିବା ବେଳେ ଅଡବା ଥାନା ଅନ୍ତର୍ଗତ ଅନ୍ତରବା ପଞ୍ଚାୟତର ରେଣୁ ଗ୍ରାମରେ ରାସ୍ତାକଡ଼ରେ କିଛି ବସ୍ତା ରଖା ଯାଇଥିବା ଦେଖା ଯାଇଥିଲା. ପୋଲିସ ସନ୍ଦେହ କରି ବସ୍ତା ଖୋଲିବାରେ ଏଥିରେ ଗଞ୍ଜେଇ ଥିବା ଦେଖା ଯାଇଥିଲା.ଏହି ସମୟରେ ପୋଲିସକୁ ଦେଖ୍ ଚୋରା ବେପାରୀ ମାନେ ଚମ୍ପଟ ମାରିଥିବା ଜଣାପଡିଛି। ଜବତ ଗଞ୍ଜେଇକୁ ଓଜନ କରିବାରୁ ୧୨ କୁଇଣ୍ଟାଲରୁ ଊର୍ଦ୍ଧ ଓଜନ ଥିବା ସୂଚନା ମିଳିଛି. ଏହାର ଆନୁମାନିକ ମୂଲ୍ୟ 75 ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି. ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା ଏନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ।