October 5, 2024

ରାମନାଗୁଡା ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ, ସ୍ବାସ୍ଥ୍ୟ କେନ୍ଦ୍ରରେ ଉନ୍ନତିକରଣ ନେଇ ଆଲୋଚନା

Share

 

 

 

 

ରାମନାଗୁଡ଼ା ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପଞ୍ଚାୟତ ସମିତି ସଭାଗୃହ ଠାରେ ୧୬ତମ ସାଧାରଣ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା ।ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ସଭାପତିତ୍ୱରେ ଆୟୋଜିତ ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ,ସାଂସଦ ପ୍ରତିନିଧି ଗର୍ଜନା ପ୍ରସାଦ ରାଓ, ଉପାଧ୍ୟକ୍ଷା ଜାନକୀ ନିମାଲା , ଜିଲ୍ଲା ପରିଷଦ ସଭ୍ୟ(କ)ତାଙ୍ଗୁଡୁ ଶ୍ରୀଧର, ଜିଲ୍ଲା ପରିଷଦ (ଖ)ସୁରେଶ ଗମାଙ୍ଗ, ସହକାରୀ ନିର୍ବାହୀ ଯନ୍ତ୍ରୀ ଏ ସାନମୁଖା ପାତ୍ର ପ୍ରମୁଖ ମଞ୍ଚାସୀନ ରହିଥିଲେ। ସହକାରୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମିଶ୍ର ସମସ୍ତ ଅଧିକାରୀ ଓ ଲୋକ ପ୍ରତିନିଧି ସ୍ୱାଗତ କରିବା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।ଏହା ପରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର ଙ୍କ ଦ୍ଵାରା ପୂର୍ବ ବୈଠକର ବିବରଣୀ ପାଠ କରାଯାଇଥିଲା । ଏବଂ ଯୋଗାଣ ସହାୟକ ବୃନ୍ଦାବନ ମାଣ୍ଡାଙ୍ଗି,କୁଜେନ୍ଦ୍ରି କମ୍ହିପ୍ୟୁଟର ଟେକ୍ନିକାଲ ବିୟୋଗ ଘଟିଥିବାରୁ ତାଙ୍କର ଅମର ଆତ୍ମାର ସ୍ଥିତି କାମନା କରି ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ପଞ୍ଚାୟତ ସମିତି ସାଧାରଣ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ନିଜ ନିଜ ବିଭାଗୀୟ କାର୍ଯ୍ୟପନ୍ଥା ଗୁଡ଼ିକ ଉପସ୍ଥାପନା କରିଥିବା ବେଳେ ତୃଣମୂଳ ସ୍ତରରେ ଉପୁଜିଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରି ସମାଧାନ କରାଯାଇଥିଲା । ଏଥିରେ ଜିଲ୍ଲା ପରିଷଦ ସଭ୍ୟ ତାଙୁଡୁ ଶ୍ରୀଧର ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉନ୍ନତିକରଣ ନିମନ୍ତେ ୧୦ଏକର ଜମି ଆବଶ୍ୟକ ପଢିଥିବା ନିମନ୍ତେ ଏଥି ଜମି ଚିହ୍ନଟ କରି ହସ୍ତାନ୍ତର କରିବା ନିମନ୍ତେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀତାଙୁଡୁ ଦାବି କରିଥିଲେ।। ଉକ୍ତ ବୈଠକରେ ସରପଞ୍ଚ ଓ ସମିତିସଭ୍ୟ ମାନେ ପଞ୍ଚାୟତ ସ୍ତରରେ ଯେଉଁସବୁ ଉନ୍ନତିମୂଳକ କାର୍ଯ୍ୟ ସ୍ଥିର କରି ବ୍ଲକ ପ୍ରଶାସନକୁ ତାଲିକା ପ୍ରସ୍ତୁତ କରି ଦେଉଥିବାବେଳେ ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ତାଲିକା କାଟି ଅନ୍ୟ ପ୍ରକଳ୍ପର କାର୍ଯ୍ୟାଦେଶ ଦେଉଥିବା ନେଇ ଶୁଣିବାକୁ ମିଳିଥିଲା।ତେବେ ଏଥିରେ ବିଶେଷ କରି ସ୍ବାସ୍ଥ୍ୟ,ଶିକ୍ଷା,ପରିମଳ, ଜଳଯୋଗାଣ,ଗ୍ରାମ୍ୟ ଉନ୍ନୟନ, କ୍ଷୁଦ୍ର ଜଳସେଚନ,ଉଦ୍ୟାନ ବିଭାଗ,କୃଷି ବିଭାଗ,ପଶୁ ସମ୍ପଦ ଓ ଶିଶୁ ବିକାଶ ଆଦି ସମ୍ପର୍କରେ ଆଲୋଚନା ସୋଇଥିଲା।ଗ୍ରାମାଞ୍ଚଳରେ ଶିଶୁ ସୁରକ୍ଷା ନେଇ ବୈଠକରେ ଆଲୋଚନା କରାଯାଇଥିବା ବେଳେ ଅଙ୍ଗନବାଡି କେନ୍ଦ୍ର ଗୁଡିକ ର ସମସ୍ୟା ର ସମାଧାନ କରିବାକୁ ମତ ପ୍ରକାଶ ପାଇଛି।ସେହିପରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ସଠିକ ଭାବେ ହୋଇ ପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ।ଉକ୍ତ ବୈଠକରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ପାଇଁ ୱାର୍ଡ ସଭ୍ୟ ସଭ୍ୟା,ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଉପସ୍ଥିତ ରହି ଥିଲେ ।ସେହିପରି ବିଭିନ୍ନ ବିଭାଗର ଅଧିକାରୀ ମାନେ ନିଜ ନିଜ ବିଭାଗର କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବୈଠକରେ ରାମନାଗୁଡା ବ୍ଲକର ୧୨ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜଳପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ, ଯୋଗଣ ନିରୀକ୍ଷକ, ଏପିଓ ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।ସଭା ଶେଷରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଭାପତିଙ୍କ ଦ୍ଵାରା ପରିସମାପ୍ତି ଘୋଷଣା

 

ରିପୋର୍ଟ ସଞୀବ କୁମାର ଦାଶ