October 5, 2024

ଗୁଣୁପୁର ବିଧାୟକଙ୍କ ଦ୍ବାରା ବିଜୁ ଇ-ପାଠାଗାର ଉଦ୍ଘାଟିତ

Share

ରାମନାଗୁଡା , ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ଇ-ପାଠାଗାରକୁ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶୁଭ ଉଦ୍ଘାଟନ କରିଛନ୍ତି।ଏଥିରେ ଛାତ୍ର ଛାତ୍ରୀ ଏବଂ ପାଠକ ପାଠିକା ମାନେ ନିଯୁକ୍ତି କ୍ଷେତ୍ରରେ କିପରି ଉତ୍ତୀର୍ଣ୍ଣ ହୋଇ ସଫଳତା ହାସଲ କରିବେ ସେ ସମ୍ପର୍କିତ ପୁସ୍ତକ ଗୁଡ଼ିକ ଏଥିରେ ଗଛିତ ରଖାଯାଇଛି ।ସେହିପରି ସାହିତ୍ୟିକ ପରିବେଶ ପ୍ରେମୀ ମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ପୁସ୍ତକ ମାନ ସ୍ଥାନ ପାଇଛି । ଏହି ବିଜୁ ଇ ପାଠାଗାର ର ରକ୍ଷଣାବେକ୍ଷଣ ନିମନ୍ତେ ମିଶନ ଶକ୍ତି ମହିଳା ମାନଙ୍କୁ ଦାଇତ୍ୱ ପ୍ରଦାନ କରାଯାଇଛି ।ଏହି ବିଜୁ ଇ ପାଠାଗାରରେ ଯେଉଁ ଛାତ୍ର ଛାତ୍ରୀ କିମ୍ବା ପାଠକ ପାଠିକା ମାନଙ୍କର ଆର୍ଥିକ ସ୍ୱଚ୍ଛଳତା ନଥିବ ସେମାନଙ୍କ ପାଇଁ ଏହି ବିଜୁ ଇ ପାଠାଗାର ରେ ଥିବା ବିଭିନ୍ନ ପ୍ରକାରର କଂପିଟେତିଭ ପରୀକ୍ଷା ପାଇଁ ପୁସ୍ତକ ଗୁଡିକ କେବଳ ବିଜୁ ଇ ପାଠାଗାର କୁ ଆସି ପଢି ପାରିବେ । ଏହା ହେବା ଦ୍ୱାରା ଉଚ୍ଚ ଶିକ୍ଷିତ ଗରିବ ଶ୍ରେଣୀ ଓ ମଧ୍ୟବିତ୍ତ ପରିବାର ଯୁବକ ଯୁବତୀ ଯେଉଁମାନେ ଅଧିକ ଟଙ୍କା ଖର୍ଚ୍ଚ କରି ପୁସ୍ତକ ଗୁଡ଼ିକ କିଣି ପଢ଼ି ପାରୁନଥିବେ ସେମାନଙ୍କ ପାଇଁ ଏହି ଇ ଲାଇବ୍ରେରୀ ରେ ବିଭିନ୍ନ ପ୍ରକାର ର ଚାକିରୀ କ୍ଷେତ୍ରରେ ନିଯୁକ୍ତି ନିମନ୍ତେ ସୁଯୋଗ ପାଇବା ପାଇଁ ଏହାର ଲାଭ ଉଠାଇ ପାରିବେ ବୋଲି ଶିକ୍ଷାବିତ ମାନେ ମତ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଏହି ବିଜୁ ଇ ପାଠାଗାର ରେ ଅଧିକ ସଂଖ୍ୟକ ପାଠକ ପାଠିକା ଉନ୍ନତିକରଣ ସହାୟକ ହୋଇପାରିବ। ସେହିପରି ଚକ୍ର ଭଟ୍ଟା ଠାରେ ବିଦ୍ୟାଳୟର କୋଠା ନିର୍ମାଣ ନିମନ୍ତେ ଭୂମିପୂଜନ ଗୁଣୁପୁର ବିଧାୟକଙ୍କ ଦ୍ବାରା ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ ଅଧିନ ସମସ୍ତ କର୍ମୀ ଯୋଗ ଦେଇଥିଲେ। ଏଥିରେ ବ୍ଲକ ଅଧ୍ୟକ୍ଷ ରବି ଗମାଙ୍ଗ,ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳଙ୍କ ସହ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ପାରିଖିତି ପଞ୍ଚାୟତ ନିର୍ବାହୀ ଅଧିକାରୀ ନରହରି ଦାଶ, କଂଗ୍ରେସ ବ୍ଲକ ସଭାପତି ବାଞ୍ଛାନିଧି ବେହେରା,ସାଂସଦ ପ୍ରତିନିଧି ଗର୍ଜନା ପ୍ରସାଦ ରାଓ,ସୁଧିର ଗୁରୁ,ରଞିତ ନାୟକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।।

ରିପୋର୍ଟ ସଞୀବ କୁମାର ଦାଶ