ଗଜପତି ଜିଲ୍ଲା କାଶୀନଗର ବ୍ଲକର ୧୦ମ ସମିତି ବୈଠକକୁ ବର୍ଜନ କଲେ ନିର୍ବାଚିତ ପ୍ରତିନିଧି

ପାରଳାଖେମୁଣ୍ଡି:୧୧/୬(ଗରୁଡ଼ ଧ୍ଵଜ ଚୌଧୁରୀ7)ଗଜପତି ଜିଲ୍ଲାର କାଶୀନଗର ବ୍ଲକର ସଦଭାବନା ଗୃହରେ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା. କିନ୍ତୁ ସଭ୍ୟସଭ୍ୟାମାନେ ଗୃହକୁ ବର୍ଜନ କରିଥିବା ଜଣା ପଡିଛି. ବ୍ଲକ ବିଡ଼ିଓ ଦମ୍ବୁରୁଧର ମଲିକ ସୂଚନା ଦେଇଥିଲେ କି ଦଶମ ବୈଠକ ଅନୁଷ୍ଠିତ ହେଉଛି | ସ୍ଥାୟୀ ସଭାପତି ବ୍ଲକ ଅଧ୍ୟାକ୍ଷା ଵାଲା ସାୟାମ୍ମା ଅଧ୍ୟକ୍ଷତା କରିଥିଲେ | ଏହି ବୈଠକରେ ପୂର୍ବ ବୈଠକର ନିର୍ଧାରଣ ପାଠ କରାଯାଇଥିଲା | ବିକଶିତ ଗାଁ ଓ ବିକଶିତ ଓଡିଶା ପାଇଁ ୨୦୨୫-୨୦୨୬ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତାବ ଆଗତ ଓ ମଂଜୁର ହୋଇଥାନ୍ତା, କିନ୍ତୁ ବ୍ଲକର ଶାସକ ଦଳ ସମିତି ସଭ୍ୟ ସଭ୍ୟା ଓ ସରପଞ୍ଚ ମାନଙ୍କ ଅଭିଯୋଗ ହେଲା କି ସେମାନେ ଯେଉଁ ପ୍ରସ୍ତାବ ଦେଉଛନ୍ତି ଜିଲ୍ଲାସ୍ତରରେ ମଂଜୁର ହେଲା ବେଳକୁ ବଦଳି ଯାଉଛି ଏଣୁ ଏହି ସଭା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ପ୍ରତିବାଦ କରି ବୈଠକକୁ ବର୍ଜନ କରି ବାହାରକୁ ଚାଲି ଯାଇଥିଲେ