June 13, 2025

ଉମରକୋଟ ସଫେଇ କର୍ମଚାରୀ ଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ………..

IMG-20250612-WA0024
Share

 

ସଫେଇ କର୍ମଚାରୀଙ୍କ ଟଙ୍କା ଖାଇଲା କିଏ?

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦର ସଫେଇ କର୍ମଚାରୀଙ୍କୁ ପୂର୍ବ ମାସ ଅପେକ୍ଷା ଚଳିତ ମାସ କମ ଦରମା ଦିଆଯାଇଛି ତେଣୁ ଉମରକୋଟ ପୌର କାର୍ଯ୍ୟାଳୟ ସମ୍ମୁଖରେ ଅଳିଆ ଆବର୍ଜନା ପକାଇ ପ୍ରତିବାଦ କଲେ ସଫେଇ କର୍ମଚାରୀ । ଅନ୍ୟପଟେ ପରିଷଦ ପକ୍ଷରୁ ସଫେଇ କର୍ମଚାରୀଙ୍କୁ କୌଣସି ସାହାଯ୍ୟ ସହଯୋଗ ଦିଆଯାଉ ନାହିଁ,ଆମେ ଆମ ଜୀବନକୁ ବାଜି ଲଗେଇ ସହର ର ଅଳିଆ ଆବର୍ଜନା ସଫା କରୁଛୁ କିନ୍ତୁ ଆମକୁ ସଫେଇ କରିବାକୁ ଯେଉଁ ଉପକରଣ ସବୁ ଆବଶ୍ୟକ ତାହା ଠିକା ସଂସ୍ଥା ଵା ପରିଷଦ ପକ୍ଷରୁ ଯୋଗାଇ ଦିଆଯାଉ ନାହିଁ ବୋଲି କହିଛନ୍ତି ସଫେଇ କର୍ମଚାରୀ। ପୂର୍ବ ମାସ ଅପେକ୍ଷା ଅନେକ ସଫେଇ କର୍ମଚାରୀଙ୍କ ଦରମାରୁ ପ୍ରାୟ ତିନି ହଜାର ରୁ ଛହଜାର ଲେଖାଏଁ ଦରମା କଟା ଯାଇଛି ଏହାର ପ୍ରତିବାଦ ସ୍ୱରୂପ ଆଜି ସହରରେ ସଫେଇ କାର୍ଯ୍ୟ ବନ୍ଦ ରହିଛି।ଆମ ଦାବି ପୂରଣ ନହେଲେ ଆମେ ସଫେଇ କାର୍ଯ୍ୟ କରିବୁ ନାହିଁ, ଅନ୍ୟପଟେ ଆମେ ଶ୍ରମିକ ଶ୍ରେଣୀର ଆମ ଦରମା ଯଦି କାଟିଦେବେ ତାହେଲେ ଆମେ ଚଲିବୁ କେମିତି ବୋଲି ପ୍ରଶ୍ନ କରିଛନ୍ତି ସଫେଇ କର୍ମଚାରୀ। ଘଟଣାକୁ ନେଇ ଆମେ ପୌର ପରିଷଦ ନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରୁ ସେ କହିଛନ୍ତି ସଫେଇ କର୍ମଚାରୀ ଙ୍କ ସହ ଆଲୋଚନା କରିଥିଲୁ ଏବଂ ସମସ୍ୟାର ସମାଧାନ ପାଇଁ ସମୟ ମାଗିଥିଲୁ। ଏହି ବିଷୟ କୁ ନେଇ ଆମେ ଆମ ଉପରିସ୍ଥ ଅଧିକାରୀ ଙ୍କ ସହ କଥା ହେବୁ ଏବଂ ଏହି ସମସ୍ୟା କିପରି ଶୀଘ୍ର ସମାଧାନ ହେବ ସେଥିପାଇଁ ଚେଷ୍ଟା କରିବୁ ବୋଲି କହିଛନ୍ତି କାର୍ଯ୍ୟ ନିର୍ବାହୀ ଅଧିକାରୀ।