ପୁରୁଣାପାଣି ସଂରକ୍ଷିତ ଜଙ୍ଗଲରେ ବ୍ୟାପକ ଅନିୟମିତତା

ଓଡିଶା ସରକାର ଜଙ୍ଗଲ ତଳିବାକୁ ଅଣ୍ଟା ଭିଡି ଥିବା ବେଳେ କେନ୍ଦୁଝର ବନଖଣ୍ଡ ପାଟଣା ବନାଞ୍ଚଳ ସାହାରପଡା ବନକ୍ଷେତ୍ର ଅଧିନସ୍ଥ ରାଇଡିହା ବନରଖି ଏରିଆ ଲାଗି ପୁରୁଣାପାଣି ସଂରକ୍ଷିତ ଜଙ୍ଗଲ ରହିଛି l ସଂରକ୍ଷିତ ଜଙ୍ଗଲଟି ଫୁଲପାହାଡି, ମିରିଖୋଜି, ରେଙ୍ଗାଳବେଡା, ନୂଆଗାଁ, ରାଇଡିହା, ଖଡ଼ିକାପଡା ଗ୍ରାମ ଗୁଡିକ ମଧ୍ୟରେ ରହିଛି ଏହି ଘଞ୍ଚ ଜଙ୍ଗଲ, ପୁରୁଣାପାଣି ସଂରକ୍ଷିତ ଜଙ୍ଗଲ ମଧ୍ୟ୍ୟରେ ଶାଳ ଗଛ କଟା ହୋଇ ଗଳ ପଡ଼ିଥିବା ବେଳେ ରହିଛି ଅନେକ ଅସ୍ଥାୟୀ ରାସ୍ତା l ସେପଟେ ସଂରକ୍ଷିତ ଜଙ୍ଗଲକୁ ଲାଗି ରହିଛି ବିରଳ ନଦୀ ତେଣୁ ବାଲି ଚୋରା ଚାଲାଣ ପାଇଁ ଜଙ୍ଗଲ ର ଗଛ କଟା ଯାଇ ତିଆରି ହେଇଛି ଅସ୍ଥାୟୀ ରାସ୍ତା, ଯାହା ଫଳରେ ସଂରକ୍ଷିତ ଜଙ୍ଗଲଟି ବହୁ ମାତ୍ରାରେ ଅନିୟମିତତା ଆଡକୁ ଚାଲି ଯାଇଛି l ଶାଳ ଗଛ ଗୁଡିକୁ ମେସିନ କରତ ସାହାଯ୍ୟରେ କଟା ଯାଇ ଗଳ କରି ମାଫିଆ ମାନେ ଚାଲାଣ କରୁଛନ୍ତି, ସେପଟେ କିଛି ଜଙ୍ଗଲକୁ ଲାଗି କିଛି ପଡି ରହିଛି ଶାଳ ଗଳ, ଯାହାର ମୂଲ୍ୟ ଆନୁମାନିକ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି l ଏହି ସଂରକ୍ଷିତ ଜଙ୍ଗଲରେ ଯେଭଳି ଗଛ କଟା ସାଙ୍ଗକୁ ଅସ୍ଥାୟୀ ରାସ୍ତା, ଯାହା ଫଳରେ ଜଙ୍ଗଲ ଫାଙ୍କା ହେବା ସହିତ ବିଭିନ୍ନ ଜୀବଜନ୍ତୁ ଉପରେ ପଡୁଛି କୁ ପ୍ରଭାବ, ବାଲି ଗାଡ଼ି ଦିନ ରାତି ଏକ କରି ଜଙ୍ଗଲ ମଧ୍ୟରେ ଯାତାୟାତ କରୁଥିବା ହେତୁ ଜଙ୍ଗଲୀ ଜୀବଜନ୍ତୁ ମାନେ ଅସୁରକ୍ଷିତ ହୋଇ ଗାଁ ମୁହାଁ ହେଉଛନ୍ତି ଜୀବନ ବଞ୍ଚାଇବାକୁ, ସେପଟେ ୧୫ ରୁ ୨୦ କିଲୋମିଟର ପାଖାପାଖି ରହିଛି ଘଟଗାଁ ଅଟେଇ ସଂରକ୍ଷିତ ଜଙ୍ଗଲ, ତେଣୁ ବିଭିନ୍ନ ଜୀବଯନ୍ତୁ ବୁଲି ବୁଲି ପାଖ ଜଙ୍ଗଲ ଗୁଡିକୁ ଯାଉଥିବା ବେଳେ ସେହି ଜଙ୍ଗଲ ଗୁଡିକ ରେ ବିଭିନ୍ନ ପ୍ରକାର ଅନିୟମିତତା ହେଉଥିବା ବେଳେ ଜୀବଜନ୍ତୁ ଅସୁରକ୍ଷିତ ମନେ କରି ଗାଁ ମୁହାଁ ହେବାକୁ ବାଧ୍ୟ୍ୟ ହେଉଛନ୍ତି l
ପୁରୁଣାପାଣି ସଂରକ୍ଷିତ ଜଙ୍ଗଲକୁ କେନ୍ଦୁଝର ବନଖଣ୍ଡ ଅଧିକାରୀ ପରିଦର୍ଶନ କରି କିପରି ଜଙ୍ଗଲ ସୁରକ୍ଷିତ ରହିପାରିବ ସେ ନେଇ ଧ୍ୟାନ ଦେବା ସହିତ ଯେଉଁ ଭଳି ଅନିୟମିତତା ଚାଲିଛି ସେଥି ପ୍ରତି ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି l
