June 13, 2025

ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ପରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ………

IMG-20250612-WA0022
Share

 

 

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ମିଶନ ଶକ୍ତି ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୮ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଭାଗ ନେଇ ଆଞ୍ଚଳିକ ଖାଦ୍ୟ ପ୍ରସ୍ତୁତ କରିବା ସହ ବାହାର ରାଜ୍ୟର କିଛି ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରିଥିଲେ। ଆଞ୍ଚଳିକ ଖାଦ୍ୟ ମଧ୍ୟରେ ମାଣ୍ଡିଆ ପେଜ, ଆମଟ, ବିରି ପିଠା ସହ ମାଣ୍ଡିଆରେ ତିଆରି ଅନେକ ପ୍ରକାର ପିଠା, ମଣ୍ଡାପିଠା ପ୍ରସ୍ତୁତ କରାଯାଇ ମିଶନ ଶକ୍ତି ମହିଳା ଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେଇ ଥିଲା। ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଯେଧେଶ୍ୟ ଥିଲା ଓଡିଶାର ପରମ୍ପରିକ ଖାଦ୍ୟକୁ ସବୁ ଦିନ ପାଇଁ ବଞ୍ଚାଇ ରଖିବା ଏବଂ ମହିଳା ଙ୍କ ଭିତରେ ଥିବା ପ୍ରତିଭା କୁ ଲୋକଲୋଚନ କୁ ଆଣି ସେମାନଙ୍କୁ କର୍ମ ତତ୍ପର କରି ଆର୍ଥିକ କ୍ଷେତ୍ରରେ ସୁଦୃଢ କରିବା ସହ ବ୍ୟବସାୟିକ ମନୋବୃତି ସୃଷ୍ଟି କରିବା। ଆମେ ଆମ ପାରମ୍ପରିକ ଖାଦ୍ୟ କୁ ଭୁଲି ବିଦେଶୀ ଖାଦ୍ୟ ପ୍ରତି ଆକୃଷ୍ଠ ହୋଇ ଅନେକ ରୋଗରେ ଆକ୍ରାନ୍ତ ହେଉଛୁ କିନ୍ତୁ ଯଦି ପାରମ୍ପରିକ ଖାଦ୍ୟ ଖାଇବା ତାହେଲେ ଆମେ ସୁସ୍ଥ ରହିବା ସହ ଆମ ପାରମ୍ପରିକ ଖାଦ୍ୟ କୁ ମଧ୍ୟ ଆଗାମୀ ପିଢ଼ି ପାଇଁ ବଞ୍ଚାଇ ରଖିବାରେ ସହାୟତା ହୋଇ ପାରିବ ବୋଲି ବକ୍ତା ମାନେ ମତ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାରୀ କରିଥିବା ସ୍ୱୟଂ ସହାୟକ ଗୋଷ୍ଠି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ଆଜିର କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷା ସୁଶୀଳା ମାଝି, ମନ୍ତ୍ରୀ ପ୍ରତିନିଧି ଅଶୋକ କୁମାର ପାଢ଼ୀ, ବିଡିଓ ମନୋଜ କୁମାର ମେହେର, ସିଡିପିଓ ସଂଯୁକ୍ତ। ବେହେରା, ସମସ୍ତ ସୁପର ଭାଇଜର, ସମସ୍ତ ଅଙ୍ଗନୱାଡ଼ି କର୍ମୀ ଓ ମିଶନ ଶକ୍ତି ର ମହିଳା ମାନେ ଉପସ୍ଥିତ ଥିଲେ।