ଉମରକୋଟ ରେ ସଦଗୁରୁ କବିର ସାହେବଙ୍କ ଜନ୍ମ ଜୟନ୍ତୀ ପାଳିତ…….

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ଠାରେ ସଦ ଗୁରୁ କବିର ସାହେବଙ୍କ ୬୪୮ ତମ ଜନ୍ମ ଜୟନ୍ତୀ ମହାଆଡ଼ମ୍ବର ସହକାରେ ପାଳିତ ହେଇଯାଇଛି। କବିର ପନ୍ଥି ପନକା ସମାଜ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଆଜି ଅପରାହ୍ନ ରେ ପନକା ସାହି ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲେ। ପରେ ପନକ। ସାହି ଠାରେ ଥିବା କବିର ଆଶ୍ରମ ଠାରେ ସଦଗୁରୁ
କବିର ଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହେଇଥିଲା। ଏହି କାର୍ଯ୍ୟକ୍ରମ ରେ ମହନ୍ତ ପ୍ରେମ ଦାସ, ମହନ୍ତ ଚୈତୁ ଦାସ, ମହନ୍ତ ମାନ ଦାସ, ମୋହନ ଦାସ, ଅଭି ଦାସ, ପରମେସ ଦାସ, ଲଛମନ ଦାସ, ରବି ଦାସ ପନକ।, ଡମୁ ଦାସ ଓ ପନକା ସମାଜ ସଭାପତି ରମେଶ ଦାସ ଙ୍କ ସମେତ ସମାଜ ର ଶତାଧିକ ପୁରୁଷ ଓ ମହିଳା ମାନେ ଉପସ୍ଥିତ ଥିଲେ।