September 29, 2024

ରଜ ପର୍ବ ଉପଲକ୍ଷେ ଆପଣଙ୍କ ପ୍ରିୟ ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କ ଅଭିନୀତ Human Rights ଉପରେ ଆଧାରିତ Court Room Drama ଓଡ଼ିଆ ଚଳଚ୍ଚିତ୍ର କୁହୁଡ଼ି ସାରା ରାଜ୍ୟ ଏବଂ ରାଜ୍ୟ ପ୍ରିମିୟର ରିଲିଜ ହବାକୁ ଯାଉଛି,

Share

       ରଜ ପର୍ବ ଉପଲକ୍ଷେ ଆପଣଙ୍କ ପ୍ରିୟ ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କ ଅଭିନୀତ Human Rights ଉପରେ ଆଧାରିତ Court Room Drama ଓଡ଼ିଆ ଚଳଚ୍ଚିତ୍ର କୁହୁଡ଼ି ସାରା ରାଜ୍ୟ ଏବଂ ରାଜ୍ୟ ପ୍ରିମିୟର ରିଲିଜ ହବାକୁ ଯାଉଛି,
ଆମ ପୁରୀ ରେ ସିନେମା ହଲ୍ ନଥିବା ରୁ ଆମେ ଗତ ଏକ ବର୍ଷ ରୁ ଉର୍ଦ୍ଧ ସମୟ ହେଲାଣି ଟାଉନ୍ ହଲ୍ ରେ ସିନେମା ହଲ୍ ଭଳି ବ୍ୟବସ୍ଥା କରି ସଫଳତାର ସହିତ ଅନେକ ଭଲ ଭଲ ଓଡ଼ିଆ ସିନେମା ପ୍ରଦର୍ଶିତ କରାଇଥିଲୁ, ସବୁ ଥର ସିନେମା ରିଲିଜ୍ ର ମାସେ ପରେ ଆମେ ପୁରୀ ରେ ରିଲିଜ୍ କରାଉଥିବା ବେଳେ ଏଥର ଆମେ ପ୍ରିମିୟର ରିଲିଜ୍ ର ବ୍ୟବସ୍ଥା କରିଛୁ, ଯେଉଁଦିନ ସବୁ ଆଡେ ମୁକ୍ତିଲାଭ କରୁଛି ସେହିଦିନ ହିଁ ପୁରୀ ରେ ରିଲିଜ୍ କରାଯାଉଛି,
ଟାଉନ୍ ହଲ୍ ରେ ସିନେମା ହଲ୍ ଭଳି ପ୍ରଦର୍ଶନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି , ଅଧିକ ରୁ ଅଧିକ ଲୋକ ଦେଖି ପାରିବା ପାଇଁ 12noon 3pm 6pm & 9pm ଆମେ 4 ଟି show ର ଆୟୋଜନ କରୁଛୁ, ପୂର୍ବ ଥର ଭଳି ସମାନ ଧରଣର ବ୍ୟବସ୍ଥା ଯଥା 24feet wide ର ବଡ଼ LED ପରଦା ଏବଂ ସରାଉଣ୍ଡ ସାଉଣ୍ଡ ଲଗାଯିବ ,ଏୟାର କଣ୍ଡିସନ ଏବଂ ଉତ୍ତମ ଚେୟାର ଭଳି ଅନେକ ଅତ୍ୟାଧୁନିକ ସୁବିଧା ଟାଉନ୍ ହଲ୍ ରେ ଆଗରୁ ରହିଛି, ଏହା ସହିତ ଉତ୍ତମ ସ୍ଵଚ୍ଛତା ଏବଂ ଆତିଥେୟତା ବ୍ୟବସ୍ଥା ସହିତ ଆମେ ସିନେମା ପ୍ରଦର୍ଶନ କରିବୁ ଯାହାକି ସିନେମା ହଲ୍ ର ଅଭାବକୁ ପୂରଣ କରିବ , ବିଶୃଙ୍ଖଳା ରୋକିବା ପାଇଁ ସମସ୍ତ Seat ର ନମ୍ବର କରାଯାଇଛି, ଦର୍ଶକ ମାନେ 1st come 1st Serve basis ରେ ଆଗ ଆସି ନିଜ ମନ ପସନ୍ଦର ସିଟ ଚୟନ କରି ଟିକେଟ କାଟି ପାରିବେ,
ଆୟୋଜନ ପାଇଁ ହେଉଥିବା ବହୁଳ ଖର୍ଚ୍ଚ ର ଭରଣା ନିମନ୍ତେ ସାଧାରଣ ଦର୍ଶକ ଙ୍କ ପାଇଁ ଟିକେଟ ର ମୂଲ୍ୟ ₹160 ରଖାଯାଇଛି, ଏହା ଆମକୁ ସହଯୋଗ ପାଇଁ ନିହାତି ଆବଶ୍ୟକ, ପ୍ରତି ବଦଳରେ ଦର୍ଶକ ନିଜ ପସନ୍ଦ ର ସିଟ ରେ ବସି ସିନେମା ହଲ୍ ଭଳି ବ୍ୟବସ୍ଥା ସହିତ ସୁପରଷ୍ଟାର ଙ୍କ ମେଗା ସିନେମା ଦେଖିବାକୁ ପାଇବେ ୲ ପ୍ରତ୍ୟେକ Seat ର ନମ୍ଵର୍ କରାଯାଇଛି, ପ୍ରତ୍ୟେକ ଦର୍ଶକ ନିଜ ପସନ୍ଦ ଅନୁସାରେ Seat ଚୟନ କରି ଟିକେଟ କିଣି ପାରିବେ ୲ ସକାଳ ୯ ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ Advance Booking ଟିକେଟ୍ ପ୍ରଦାନ କରାଯାଉଛି ୲
ଏ ବିଷୟରେ ଜନତା ଙ୍କୁ ସୂଚନା ଦେବା ପାଇଁ ଆଜି ତା 11/06/2024 ରିଖ ସକାଳ ୧୧ ଘଟିକା ସମୟ ରେ ଏକ ପ୍ରେସ୍ ମିଟ୍ ଆୟୋଜିତ ହେଇଥିଲା, ପୁରୀର ସିନେମା ପ୍ରେମୀଙ୍କୁ ଅନୁରୋଧ ଯେ ସେମାନେ ଟାଉନ ହଲ ଆସି “ କୁହୁଡ଼ି“ ଚଳଚ୍ଚିତ୍ର କୁ ଉପଭୋଗ କରନ୍ତୁ ଏବଂ ଏହାକୁ ନିର୍ମାଣ କରିଥିବା ଆପଣଙ୍କ ପ୍ରିୟ ସସୁପରଷ୍ଟାର ଅନୁଭବ ଏବଂ ଅନ୍ୟ କଳାକାର ଓ ନିର୍ମାତା ମାନଙ୍କୁ ଉତ୍ସାହିତ କରିବା ସହିତ ଚଳଚ୍ଚିତ୍ର ଶିଳ୍ପକୁ ଅଧିକରୁ ଅଧିକ ଉତ୍ସାହ ପ୍ରଦାନ କରନ୍ତୁ ୲ ପ୍ରଥମ ନିମନ୍ତ୍ରଣ ମହାପ୍ରଭୁ ଙ୍କୁ ପ୍ରଦାନ କରି ଟିକେଟ ବିକ୍ରି ଆରମ୍ଭ ହୋଇସାରିଛି, ସକାଳ 9 ଟା ରୁ ଅପରାହ୍ନ 5 ଟା ମଧ୍ୟରେ ଟାଉନ୍ ହଲ୍ ନିକଟ ରେ ଟିକେଟ ଉପଲବ୍ଧ ଅଛି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ