September 29, 2024

ଘଣ୍ଟି ବେଲେଶ୍ୱର ଙ୍କ ଦ୍ଵିତୀୟ ଜନ୍ମ ବାର୍ଷିକ ପାଳିତ ..

Share

ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ଶ୍ରିବନ୍ତପୁର ଗ୍ରାମରେ ଥିବା ଘଣ୍ଟି ବେଲେଶ୍ୱର ଙ୍କ ଦ୍ଵିତୀୟ ବାର୍ଷିକ ଜନ୍ମ ମହୋତ୍ସବ ଚାରି ଦିନ ବ୍ୟାପୀ ମହା ସମାରୋହ ରେ ପାଳିତ ହୋଇ ଜାଇ ଅଛି । ପ୍ରଥମ ଦିବସରେ ନିକଟ ବଙ୍ଗୋପ ସାଗର ରୁ କଳସ ଯାତ୍ରା ଅନୁଷ୍ଠିତ ହୋଇ, ମନ୍ଦିର ପରିସରରେ ସ୍ଥାପନା ପରେ,ଅଙ୍କୁରାରୋପଣ,ସହ ଅଧିବାସ ଅନୁଷ୍ଠିତ ହୋଇ ଥିଲା । ଦ୍ୱିତୀୟ ଦିବସରେ ଅଗ୍ନି ସ୍ଥାପନା ସହ, ପଣ୍ଡିତ ମାନଙ୍କ ଦ୍ବାରା ମନ୍ତ୍ର ଉଚ୍ଚାରଣ ଓ ରାତ୍ରରେ ଗାୟିକା ଉର୍ମିଳା ସାହୁ ଓ ତାଙ୍କ ସାଥିଙ୍କ ଦ୍ଵାରା ପାଲା ପରିବେଷଣ ଦେବ ସ୍ଥଳୀକୁ ଗୁରୁ ଗମ୍ଭୀର କରି ରଖିଥିଲା ବେଳେ,ସହ ସହ ଶ୍ରୋତା ତଥା ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉପ ଭୋଗ କରିଥିଲେ । ତୃତୀୟ ଦିବସରେ ଯଜ୍ଞ ସହ,ଚତୁର୍ଥ ପ୍ରହରୀ ନାମ ଯଜ୍ଞ ସହ ତୀନି ହଜାର ରୁ ଉର୍ଦ୍ଧ ଭକ୍ତ ଙ୍କ ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇ ଥିବା ବେଳେ,ଚତୁର୍ଥ ଦିବସ ରେ ପୂର୍ଣ୍ଣାହୁତି ଓ ନଗର କୀର୍ତ୍ତନ ଅନୁଷ୍ଠିତ ହୋଇ ଆଖ ପାଖ ଅଞ୍ଚଳରେ ଏକ ଭାବ ବେଗମୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଠି କରି ଥିବାର ଦେଖାାଜାଇ ଥିଲା । ଏହି ସବୁ କାର୍ଯ୍ୟକ୍ରମ କୁ ବିଚିତ୍ରାନନ୍ଦ ବିଶ୍ଵାଳ,କାହ୍ନୁ ବିଶ୍ଵାଳ,ବିଦେସି ବିଶ୍ଵାଳ,ଆନନ୍ଦ ନାୟକ,ଗଗନ ବିଶ୍ଵାଳ,ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ସମେତ ଗ୍ରାମବାସୀ ମାନେ ପରିଚାଳନା କରିଥିଲେ ।