ଗୋବିନ୍ଦଙ୍କ ପାଇଁ ଗୋବିନ୍ଦ ଭରଷା କିପରି ଚଳିବ ସଂସାର ?
ଗୋବିନ୍ଦଙ୍କ ପାଇଁ ଗୋବିନ୍ଦ ଭରଷା
କିପରି ଚଳିବ ସଂସାର ?
++++++++++++++++++++
ଜଗତସିଂହପୁର :-ଗରିବ ଦିନ ମଜୁରିଆ ଙ୍କ ପାଇଁ ରୋଗ ହେଉଛି ଅଭିଶାପ ! ଆଜିର ସମାଜରେ ସରକାରଙ୍କ ଅଶେଷ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯୋଜନା ଥିଲେ ବି ଗରିବଟିଏ ତାର ଫାଇଦା ପାଇବାରୁ ବଞ୍ଚିତ ! କାହିଁକି ଓ କଣ ପାଇଁ, ତାହା ଜାଣିବାକୁ ଚାହିଁଲେ, ତାର ସୂତ୍ର ଖୋଜି ପାଇବା ମୁସ୍କିଲ ହୋଇଯିବ ! ମୁଖ୍ୟ କଥା ହେଉଛି ରୋଗ ପାଇଁ ଚିକିତ୍ସା ଅଛି କିନ୍ତୁ ଚିକିତ୍ସା କୁ କିଣିବାକୁ ଗରିବ ରୋଗୀ ପାଖରେ ଅର୍ଥ ନାହିଁ ! ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତଥା ବ୍ଲକର ପଳସା ଗ୍ରାମରେ !ଉକ୍ତ ଗ୍ରାମର ଗୋବିନ୍ଦ କାଣ୍ଡି ଜଣେ ଗରିବ ଦିନ ମଜୁରିଆ ! ଦୈନିକ ଗୋଡି ସିମେଣ୍ଟ କାମ କରି ଯାହା ଉପାର୍ଜନ କରନ୍ତି ସେଇ ମୂଲରେ ପରିବାର ପ୍ରତିପୋଷଣ ହୁଅନ୍ତି ! ବିଧବା ମାଆ ପତ୍ନୀ ଓ ଦୁଇ ସନ୍ତାନକୁ ନେଇ ଅଭାବୀ ପରିବାର !ସିମେଣ୍ଟ କାମଯୋଗୁ ଗୋଡ ଆଙ୍ଗୁଠି କ୍ଷତ ହୋଇ ସଂକ୍ରମିତ ହୋଇଗଲା !ଦିନକୁ ଦିନ ସେଇ କ୍ଷତସ୍ଥାନ ପଚିବାକୁ ଆରମ୍ଭ ହେବାରୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଦୁଇଟି ଆଙ୍ଗୁଠି କାଟିବାକୁ ପଡିଥିଲା !ଏବେ ସେଇ କ୍ଷତସ୍ଥାନ ଅଧିକ ସଂକ୍ରମିତ ହୋଇ କ୍ୟାନ୍ସର ଆଡକୁ ଗତିକରିବା ଆରମ୍ଭ କଲାଣି !ଗୋଡ଼ର ଏପରି ଅବସ୍ଥାରେ ଗୋବିନ୍ଦ ଆଉ ପୂର୍ବପରି ମଜୁରୀ ଲାଗି ପାରୁ ନାହାନ୍ତି! ପରିବାର ଚଳିବାକୁ ଦୁର୍ବିସହ ହୋଇପଡୁଛି ! ଅର୍ଥ ଅଭାବରୁ ଚିକିତ୍ସା ବି କରାଇ ପାରୁନାହାନ୍ତି ଗୋବିନ୍ଦ ! ପରିବାରର ଏପରି ଦୁଃଖଦାୟକ ପରିସ୍ଥିତି ରେ ପ୍ରଶାସନ ହୁଅନ୍ତୁ ବା ସାମାଜିକ ସଂଗଠନ, ଯେବେ ଏହି ଅସହାୟ ପରିବାର ପ୍ରତି ଦୟାଶୀଳ ହୋଇ କିଛି ସାହାଯ୍ୟ କରନ୍ତେ, ତେବେ ସଂସାରଟି ରକ୍ଷା ପାଇଯାଆନ୍ତା ବୋଲି ଗ୍ରାମର ବରିଷ୍ଠ ବ୍ୟକ୍ତି ପ୍ରକାଶ ଭୋଇ ଙ୍କ ସମେତ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି ! ନଚେତ ଗୋବିନ୍ଦ ର ପରିବାରକୁ ଗୋବିନ୍ଦ ଭରଷା ବୋଲି ଚର୍ଚ୍ଚା ହେଉଛି ! ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !