November 22, 2024

୫ଟି ସଚିବ ଭି. କେ. ପାଣ୍ଡିଆନଙ୍କ ହାଟଡ଼ିହି ଗ୍ରସ୍ତ, କୃଷି ଭିତ୍ତିକ ସମସ୍ୟା ପ୍ରତି ଗୁରୁତ୍ୱାରୋପ ଦେବେ ବୋଲି କହିଲେ ସଚିବ

Share

5ଟି ସଚିବ ଭି କେ ପଣ୍ଡିଆନ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗ୍ରସ୍ତର ଆଜି ଦ୍ୱିତୀୟ ଦିନରେ ହାଟଡ଼ିହି ବ୍ଲକ ଗ୍ରସ୍ଥ କରିଛନ୍ତି। ଢେଙ୍କା ପଡ଼ିଆରେ ଉପସ୍ଥିତ ୧୦ହଜାର ରୁ ଉର୍ଦ୍ଧ୍ବ ଜନ ସାଧରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ରେ ସେ ଆସିବା ସହ ଏ ଅଞ୍ଚଳର ସମସ୍ୟା କୁ ସମାଧାନ କରିବେ ବୋଲି କହିଥିଲେ। ବିଶେଷ କରି ଗତକାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଯୁକ୍ତ ତିନି କଲେଜ ଗୁଡିକୁ ୫ଟିରେ ସାମିଲ କରିଥିବା ବେଳେ ଏ ଅଞ୍ଚଳର ମନ୍ଦିର ଗୁଡ଼ିକ ର ପୁନରୁଦ୍ଧାର ଓ କୃଷି ସମସ୍ୟା ଗୁଡିକୁ ତୁରନ୍ତ ସମାଧାନ କରିବା କୁ ପ୍ରତିଶ୍ରୁତି ଦେଇଥିଲେ। ଡିସେମ୍ବର ସୁଦ୍ଧା ଟ୍ୟାପ ଯୋଗେ ପାନୀୟ ଜଳଯୋଗାଣ କରାଯିବ ବୋଲି ଘୋଷଣା କରିଥିଲେ। ସେହିପରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ମୁଖ୍ୟମନ୍ତ୍ରୀ ପ୍ରାଧାନ୍ୟ ଦେଉଛନ୍ତି ବୋଲି କହିଥିଲେ। ପରେ ମେଗା ପାନୀୟ ଜଳ ପ୍ରକଳ୍ପ ବୁଲି ଦେଖିବା ସହ କିପରି ଅତିଶୀଘ୍ର କାର୍ଯ୍ୟ ସମାପ୍ତ ହୋଇ କାର୍ଯ୍ୟକ୍ଷମ ହେବ ସେନେଇ ବିଭାଗୀୟ ଅଧିକାରୀଙ୍କ ସହ କଥା ହୋଇଥିଲେ। ତାଙ୍କ ସହିତ ଜିଲ୍ଲାପାଳ ଆଶିଷ ଠାକରେ, ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ଉପସ୍ଥିତ ଥିଲେ। ଏଠାକାର ମହିଳା ମାନେ ପୁଷ୍ପ ବୃଷ୍ଟି କରି ତାଙ୍କୁ ସ୍ବାଗତ କରିଥିଲେ। ବିଧାୟକ ଭାଗିରଥୀ ସେଠି, ବିଧାୟକ ବଦ୍ରୀ ନାରାୟଣ ପାତ୍ର, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠି, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ଯୁବ ବିଜେଡି ସଭାପତି ରାକେଶ ରାମ, ଦେବପ୍ରିୟ ପାତ୍ର, ରବିନ୍ଦ୍ର ନାୟକ, ସୁଧାକର ଓଝା, ଇଂ ରବିନ୍ଦ୍ର ସାହୁ, ବିଶ୍ୱନାଥ ପ୍ରତାପ ଜେନା, ଚିନ୍ମୟ ନାୟକ, ଅଭିମନ୍ୟୁ ସେଠୀ, ବାବୁଲି ପଟ୍ଟନାୟକ, ନାରାୟଣ ଜେନା, ଅଜିତ ରାଉତଙ୍କ ସମେତ ବହୁ ନେତୃ ମଣ୍ଡଳୀ ଯୋଗଦେଇ ସଚିବଙ୍କ ଗ୍ରସ୍ଥ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ସଚିବଙ୍କ ଏହି ଗ୍ରସ୍ଥ କୁ ଅନେକ ସ୍ୱାଗତ କରିଛନ୍ତି
[09:58, 12/06/2023] +918018150533: କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।