March 11, 2026

SBI (ସେବା) ତରଫରୁ ବିଦ୍ୟାଳୟ ମାନଙ୍କୁ ଶୈକ୍ଷିକ ଉପକରଣ ପ୍ରଦାନ 

IMG-20250512-WA0058
Share

 

 

 

 

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଅବସରରେ ବାବା ସାହେବ ଆମ୍ବେଦକରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ SBI (ସେବା) ଭୁବନେଶ୍ୱର ତରଫରୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଚମ୍ପାଇଲୋ ଏବଂ ଏକଡାଳିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏସବିଆଇ ସେବା ସଂଘ କର୍ମଚାରୀଙ୍କ ପକ୍ଷରୁ ଆବଶ୍ୟକୀୟ ସାମଗ୍ରୀ କମ୍ପୁଟର, ପ୍ରିଣ୍ଟର, ଟେବୁଲ ଚୈୟାର, ପାଣି ପିଇବା ପାଇଁ ଆକୱାଗାର୍ଡ ଆଦିସାମଗ୍ରୀ ଯୋଗାଇ ଦିଆଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଏସବିଆଇ ର ସର୍କଲ ଡେଭଲପମେଣ୍ଟ ଅଫିସର ମନୋଜ କୁମାର ସିଂ ଯୋଗଦେଇଥିଲେ l ଏସବିଆଇ ସେବା ସଂଘ ସଭାପତି ସୌରଭ ରଞ୍ଜନ ଦାସ, ସମ୍ପାଦକ ଜିତେନ୍ଦ୍ର କୁମାର ନାୟକ, ଖୋର୍ଦ୍ଧା ଏସବିଆଇର ଏଚଆର ପ୍ରବନ୍ଧକ ରଞ୍ଜନ କୁମାର ସାହୁ ,ଜିତେନ୍ଦ୍ର କୁମାର ଷଡ଼ଙ୍ଗୀ (ଚି଼ଫ ମ୍ୟାନେଜର ), ବେଗୁନିଆ ଏସବିଆଇ ଶାଖା ପରିଚାଳକ ଶରତ ଚନ୍ଦ୍ର ସାହୁ ଏସବିଆଇ ସଦସ୍ୟ ମାନେ ଉକ୍ତ କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦେଇଥିଲେ l ମୁଖ୍ୟ ଅତିଥି ଶ୍ରୀ ସିଂ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆମ୍ୱେଦକରଙ୍କ ନୀତି ଆଦର୍ଶ ଅନୁପ୍ରାଣିତ ହୋଇ ବିକଶିତ ଦେଶ ଗଠନ କରିବା ରେ ସହାୟକ ହେବା ପାଇଁ ପରାମର୍ଶ ଦେଇଥିଲେ l ସଂମ୍ମାନିତ ଅତିଥି ମାନେ ଗ୍ରାମାଞ୍ଚଳ ପିଲାମାନଙ୍କର ସର୍ବାଙ୍ଗୀନ ଉର୍ନ୍ନତି କିଭଳି ଭାବରେ ହୋଇ ପାରିବ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ନିବେଦନ କରିଥିଲେ l ଏସବିଆଇ ସେବା ସଂଘ ସଭାପତି ସୌରଭ ରଞ୍ଜନ ଦାସ ଚମ୍ପାଇଲୋ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ଛାତ୍ର,ସେ କହିଛନ୍ତି ଏହି ବିଦ୍ୟାଳୟ ଶିକ୍ଷାଦାନ ଯୋଗୁଁ ମୁ ଆଜିର ସଫଳତା ହାସଲ କରିପାରିଛି l ତାଙ୍କ ନେତୃତ୍ୱରେ ଏସବିଆଇ ସେବା ସଂଘ ପକ୍ଷରୁ ବିଗତ ତିନିବର୍ଷ ହେଲା ସରକାରୀ ବିଦ୍ୟାଳୟ ଗୁଡିକରେ ଶିକ୍ଷଣ ସାମଗ୍ରୀ ଗୁଡିକ ବଣ୍ଟନ କରାଯାଉଛି l ଚାମ୍ପେଇଲୋ ଗ୍ରାମବାସୀ ଶ୍ରୀ ଦାସଙ୍କ ଅବଦାନ ପାଇଁ ଫୁଲତୋଡ଼ା ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି l ସରକାରୀ ପ୍ରାଥମିକ ବିଦ୍ୟାଳୟ ଚମ୍ପାଇଲୋ ଠାରେ ଆୟୋଜିତ ହୋଇଥିବା ସଭାକୁ ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ଦେଇ ପରିଚାଳନା କରିଥିବାବେଳେ ଶିକ୍ଷକ ବିଜୟ କୁମାର ସାହୁ ସ୍ୱାଗତ ଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ l ପିଚୁକୁଳି ସରପଞ୍ଚ ଜୟନ୍ତୀ ପ୍ରଧାନ, ସମିତିସଭ୍ୟ ସଞ୍ଜୟ କୁମାର ଗୁମାନସିଂହ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗିରିଶ କୁମାର ଫତେସିଂ, ୱାର୍ଡ ମେମ୍ବର ଗୌତମ ଜେନା ଓ ଆନନ୍ଦ ଚନ୍ଦ୍ର ସାମନ୍ତରାୟ, ଅବସର ପ୍ରାପ୍ତ ଶିକ୍ଷକ ଅଇଁଠୁ ରଣସିଂହ ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି ଭାବରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏକଡାଳିଆଠାରେ ଆୟୋଜିତ ସଭାରେ ସାମଗ୍ରୀ ଗୁଡିକ ବଣ୍ଟନ କରାଯାଇଥିଲା l ଏହି ସଭାରେ ପ୍ରଧାନ ଶିକ୍ଷକ ଲଷ୍ମୀଧର ସାହୁ ସଭା ପରିଚାଳନା କରିଥିବାବେଳେ ଶିକ୍ଷକ ବିଜୟ କୁମାର ବେହେରା, ଶିକ୍ଷକ ବାସୁଦେବ ମଲ୍ଲିକ,ଶିକ୍ଷକ ଅସିତ କୁମାର ପାତ୍ର ଶିକ୍ଷୟିତ୍ରୀ ପ୍ରତିମା ତାଡ଼ ପ୍ରମୁଖ ଉପସ୍ଥିତ ଥିଲେ l ପରିଶେଷରେ ଶିକ୍ଷକ ଦୁର୍ଗା ପ୍ରସାଦ ସୁବୁଦ୍ଧି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଉଭୟ ଗ୍ରାମବାସୀଙ୍କ ତରଫରୁ ଏସବିଆଇ ସେବା ସଂଘ କର୍ମଚାରୀ ମାନଙ୍କୁ ପିଲାମାନଙ୍କ ଉର୍ନ୍ନତ ଭବିଷ୍ୟତ ଏବଂ ବିକାଶ ପାଇଁ ସାମଗ୍ରୀ ଗୁଡିକୁ ପ୍ରଦାନ କରିଥିବାରୁ ଭୂୟଂସୀ ପ୍ରଶଂସା କରିଥିଲେ l ଆଗାମୀ ଦିନରେ ସମସ୍ତ ବିଦ୍ୟାଳୟ ଗୁଡିକରେ ଏଭଳି ଶିକ୍ଷଣ ସାମଗ୍ରୀ ବଣ୍ଟନ କରାଗଲେ ବିଦ୍ୟାଳୟର ଗୁଡିକ ଉର୍ନତି ହୋଇପାରିବ ବୋଲି ଅଞ୍ଚଳ ବାସୀ ନିବେଦନ କରିଛନ୍ତି l