May 12, 2025
Share

 

୧-ଅପରେସନ ‘ସିନ୍ଦୂର’ ରେ ସବୁ ଟାର୍ଗେଟ ହାସଲ:୪୦ ପାକ୍ ସୈନ୍ୟ,୧୦୦ ଆତଙ୍କୀ ସଫା।

 

୨-ଶେଷ ହୋଇନି ଅପରେସନ ‘ସିନ୍ଦୂର’, ଆଲୋଚନା ପାଇଁ କିଛି ବାକି ନାହିଁ,ଏଥର ଗୁଳିର ଜବାବ୍ ଗୋଳାରେ ଦିଆଯିବ।

 

୩-ସିଭିଲ ଡିଫେନ୍ସରେ, ଜନସାଧାରଣ ଓ ଯୁବ ସମାଜ ଯୋଗଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ।

 

୪-ଭୁବନେଶ୍ଵରରେ ବର୍ଷର ସବୁଠୁ ଅଧିକ ତାତି, ଦିନ ସାଢେ ୨ଟା ସୁଦ୍ଧା ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ।

 

୫-ଆନନ୍ଦପୁର:କାର୍‌କୁ ଧକ୍କା ଦେଲା ମିନିଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ମା’ଙ୍କ ଜୀବନ, ୨ ଗୁରୁତର।

 

୬-ଭୁବନେଶ୍ୱର:ଦେଶ ସେବା ପାଇଁ ‘ସୁଯୋଗ ସୃଷ୍ଟି ସହ NCCକୁ ସଶକ୍ତ କରାଯିବ- ଉଚ୍ଚଶିକ୍ଷା ମନ୍ତ୍ରୀ

 

୭-ବରଗଡ଼:ଅତାବିରା ପୋଲିସକୁ ମିଳିଛି ବଡ଼ ସଫଳତା,କାରରୁ ଜବତ ହେଲା ୧୨୦ କିଲୋ ୬୭୦ ଗ୍ରାମ ଗଞ୍ଜେଇ।

 

୮-ଶ୍ରୀଜଗନ୍ନାଥ ମନ୍ଦିର ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ର ନିଲମ୍ବିତ, ଶ୍ରୀମନ୍ଦିରରେ ପ୍ରବେଶ ମନା।

 

୯-ଭୁବନେଶ୍ୱର ରେଳଷ୍ଟେସନ ଅପରିଷ୍କାର କରିବାରୁ ଜୋରିମାନା, ଏପ୍ରିଲରେ ୫୮୩ ଜଣଙ୍କଠୁ ୧ଲକ୍ଷ ୧୮ ହଜାର ଆଦାୟ।

 

୧୦-ଭୁବନେଶ୍ୱର:ସଚିବଙ୍କ ସମୀକ୍ଷା ପରେ ଜାଗିଲା ଆଶା, ପୁନର୍ଜନ୍ମ ନେବ ନିକୋ ପାର୍କ।

 

୧୧-ଉମରକୋଟ:ସାଇକେଲ ଆରୋହୀଙ୍କୁ ମାଡ଼ିବସିଲେ ତିନି ଭାଲୁ, ଲଢ଼େଇ କରି ବଞ୍ଚାଇଲେ ଜୀବନ।

 

୧୨-ଭୁବନେଶ୍ୱର:ବାର୍ ବାଉନ୍ସରଙ୍କୁ ଗୁଳିମାଡ଼ ଘଟଣା, ୧୧ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ।

 

୧୩-କଣ୍ଟାବାଞ୍ଝି:ମୁରିବାହାଲ ରେଞ୍ଜକୁ ଫେରିଲେ ୩୫ ଟିକିଆ ହାତୀପଲ, ଲୋକେ ଭୟଭୀତ।

 

୧୪-ଲକ୍ଷ୍ନୌରେ ବ୍ରହ୍ମୋସ୍‌ ମିଶାଇଲ୍‌ ତିଆରି ୟୁନିଟ୍‌ ଉଦ୍‌ଘାଟିତ,ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍‌ଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।

 

୧୫-ପାକିସ୍ତାନ ପାଇଁ ଗୁପ୍ତଚରୀ କାର୍ଯ୍ୟ କରିବା ଅଭିଯୋଗରେ ପଞ୍ଜାବରେ ଦୁଇ ଜଣ ଗିରଫ ।

 

୧୬-ଅପରେସନ ସିନ୍ଦୂର : ଆପତ୍ତିଜନକ ସୋସିଆଲ ମିଡିଆ ଷ୍ଟାଟସ୍ ପାଇଁ ମହିଳା ଗିରଫ; ଭାରତ ବିରୋଧୀ ପୋଷ୍ଟ ପାଇଁ କୁର୍ଲା ଅଞ୍ଚଳରଛାତ୍ର ଗିରଫ।

 

୧୭-‘ଅପରେସନ ସିନ୍ଦୂର’ରେ ତିନି ସେନା ସାମିଲ୍; ଆତଙ୍କବାଦୀଙ୍କୁ ନିପାତ କରିବା ଥିଲା ମୁଖ୍ୟ ଲକ୍ଷ୍ୟ-DGMO

 

୧୮-କମାଣ୍ଡରଙ୍କ ହାତ ଖୋଲିଦେଲେ ଆର୍ମି ଚିଫ୍, କହିଲେ- ବଦମାସୀ କଲେ ପାକ୍ ସେନାକୁ ତା ଭାଷାରେ ବୁଝାଇ ଦିଅ।

 

୧୯-୧୬ରୁ IPL, ଜୁନ୍ ୧ରେ ଫାଇନାଲ। ବିଦେଶୀ ଖେଳାଳି ଫେରିବା ନେଇ ଆଶଙ୍କା।

 

୨୦-ଆହୁରି ଉଗ୍ର ହେବ କି’ ରୁଷ- ୟୁକ୍ରେନ ଯୁଦ୍ଧ ? କିଭ୍‌କୁ ମିସାଇଲ ଯୋଗାଇବ ଆମେରିକା।

 

୨୧-କଲମ୍ବୋ:ତ୍ରିରାଷ୍ଟୀୟ ମହିଳା ଦିନିକିଆ ଶୃଙ୍ଖଳା ଜିତିଲା ଭାରତ।

 

୨୨-ଭାରତ-ପାକିସ୍ତାନ ଅସ୍ତ୍ରବିରତି ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବଡ଼ ବୟାନ : କହିଲେ- ୧୦୦୦ ବର୍ଷ ପୁରୁଣା କାଶ୍ମୀର ବିବାଦର ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ।

 

*🙏 ସୁପ୍ରଭାତ 🙏*

You may have missed