May 12, 2025

ଗୋରୁ ବୋଝେଇ ଟ୍ରକ୍‌ ଜବତ: ୪୦ ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର, ଡ୍ରାଇଭର ଫେରାର।

Share

 

ବାଲେଶ୍ବର ( ଦେବାଶିଷ ଦାଶ )

୪୦ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ପଶ୍ଚିମବଙ୍ଗ କରାଯାଉଥିଲା ଚାଲାଣ । ବାଲେଶ୍ବର ଭୋଗରାଇ ଖେଡ଼ସାହିରୁ ଗୋରୁ ବୋଝେଇ ଟ୍ରକ୍ ଜବତ କଲା ପୋଲିସ । ଗାଡ଼ି ଛାଡ଼ି ଫେରାର ହେଲା ଡ୍ରାଇଭର । ଭୋଗରାଇ ଥାନାରେ ସମସ୍ତ ଗୋରୁଙ୍କୁ ରଖି ଘଟଣାର ତଦନ୍ତ କରୁଛି ପୋଲିସ ।

ସୂଚନା ମୁତାବକ, ସବୁଦିନ ଭଳି ପୋଲିସ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଏକ ଟ୍ରକ୍ ୪୦ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ନେଇ ପଶ୍ଚିମବଙ୍ଗ ଯାଉଥିଲା । ଏହା ଦେଖି ଗାଡ଼ିଟିକୁ ଜବତ କରିବା ବେଳେ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା । ଉକ୍ତ ଟ୍ରକ୍ରେ ଥିବା ସମସ୍ତ ଗୋରୁଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପରେ ଭୋଗରାଇ ଥାନାରେ ରଖା ଯାଇଛି । ଏହା ସହିତ ଘଟଣାର ତଦନ୍ତ ଚଳାଇଛି ପୋଲିସ ।

You may have missed