September 29, 2024

ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀ ଦାଶରଥି, ଅନ୍ତର୍ଯ୍ୟାମୀ ଓ ପ୍ରଶାନ୍ତ ଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨୪୫୯୧୨ ଭୋଟର ଏହା ସହ ସ୍ଵାଧୀନ ପ୍ରାର୍ଥୀ ମାନେ ବିଗାଡିବେ ତିନି ପ୍ରମୁଖ ପ୍ରାର୍ଥୀଙ୍କ ହିସାବ ….

Share


ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନ ମେ ‘୧୩ ତାରିଖ ସୋମବାର ଦିନ ହେଉଛି। ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୯୭ ଟି ବୁଥ ର ବ୍ୟବସ୍ଥା କରାଯାଇଛି।୨୯୭ ଟି ବୁଥରେ ମୋହନା ନିର୍ବାଚନ ମଣ୍ଡଳୀ ର ୨୪୫୯୧୨ଭୋଟର ନିଜର ମତଦାନ କରି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଚଳିତ ଥର ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ। ଚଳିତ ନିର୍ବାଚନରେ କଂଗ୍ରେସ ପକ୍ଷରୁ ମୋହନା ବିଧାୟକ ଦାଶରଥି ଗମାଙ୍ଗ ପୁଣି ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ପକ୍ଷରୁ ପୁଣି ଥରେ ଦ୍ୱିତୀୟ ଥର ନିମନ୍ତେ ପ୍ରଶାନ୍ତ ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଛି। ଅନ୍ୟ ପଟେ ବିଜେଡି ଦଳ ତରଫରୁ ଗତ ଥର ଦଳୀୟ ପ୍ରାର୍ଥୀନୀ ଥିବା ଶ୍ରୀମତୀ ପୂର୍ଣବାସି ନାୟକଙ୍କ ସ୍ଵାମୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ଚଳିତ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି। ଏହା ସହ ଯୋହନ ମଲ୍ଲିକ ମାନସ ଲୋକଶକ୍ତି ଦଳ ପ୍ରାର୍ଥୀ ହୋଇଥିବା ବେଳେ ଦଣ୍ଡାସି ଖଣ୍ଡୁଆଳ, ମୋଜେସ ଦଳବେହେରା ଙ୍କ ସମେତ ରୁବେନ ମଣ୍ଡଳ ଏହି ତିନି ନେତା ସ୍ଵାଧୀନ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଛନ୍ତି। ମୋହନା ନିର୍ବାଚନ ମଣ୍ଡଳୀ କେବଳ ଆଦିବାସୀଙ୍କ ନିମନ୍ତେ ସଂରକ୍ଷିତ ହୋଇଥିବାରୁ ଏହି ୭ ଜଣ ପ୍ରାର୍ଥୀ ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ଚଳିତ ନିର୍ବାଚନରେ ସମୁଦାୟ ୨୪୫୯୧୨ଜଣ ଭୋଟର ଏହି ସାତ ଜଣ ପ୍ରାର୍ଥୀ ଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଥିବା ବେଳେ ଏହି ନିର୍ବାଚନରେ କେବଳ ତିନି ପ୍ରମୁଖ ଦଳ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଆଲୋଚନା ହେଉଛି। ଏହି ଭୋଟର ମାନଙ୍କ ମଧ୍ୟରେ ୧୧୯୩୪୦ ପୁରୁଷ ଥିବା ବେଳେ ୧୨୬୫୬୮ ମହିଳା ଭୋଟର ରହିଥିବା ବେଳେ ତୃତୀୟ ଲିଙ୍ଗ ଭୋଟର କେବଳ ୪ ଜଣ ଏହି ନିର୍ବାଚନ ମଣ୍ଡଳୀରେ ରହିଥିବା ଜଣାପଡିଛି। ତିନି ପ୍ରମୁଖ ଦଳ ପ୍ରାର୍ଥୀ ଙ୍କ ସମେତ ସମସ୍ତ ସ୍ଵାଧୀନ ଓ ଅନ୍ୟ ଦଳ ପ୍ରାର୍ଥୀ ପ୍ରଚାର କରୁଥିଲେ ମଧ୍ୟ ତିନି ପ୍ରମୁଖ ଦଳ ପ୍ରାର୍ଥୀ ଙ୍କ ମଧ୍ୟରେ କଡ଼ା ଟକ୍କର ହେବା ଅନୁମାନ କରାଯାଉଛି। ତିନି ଦଳର ପ୍ରାର୍ଥୀଙ୍କ ପ୍ରଚାର ଛଡ଼ା ଅନ୍ୟ ପ୍ରାର୍ଥୀ ଙ୍କ ପ୍ରଚାର ଭୋଟର ଙ୍କ ଉପରେ କୌଣସି ପ୍ରଭାବ ପଡିନଥିବା ଦେଖିବାକୁ ମିଳିଛି। ସ୍ଵାଧୀନ ପ୍ରାର୍ଥୀ ମାନେ ବିଜୟୀ ହେବା ଆଶା କରୁଥିବା ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା କୁ ବିଗାଡି ଦେବାର ସମ୍ଭାବନା ଥିବା ଆଲୋଚନା ହେଉଛି। ନିର୍ବାଚନ ଫଳାଫଳ ହିଁ କହିବ କେଉଁ ପ୍ରାର୍ଥୀ ବିଜୟୀ ହେଉଛି ଦେଖିବାକୁ ବାକି ରହିଲା।