June 29, 2024

 ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଦର୍ଶନ ଶାସ୍ତ୍ର ଫଳାଫଳ ; ପ୍ରଥମ ଦଶ ଜଣଙ୍କ ମଧ୍ୟରେ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ଚାରି ଛାତ୍ରୀ…

Share

 

ବେଲଗୁଣ୍ଠା, 11/05, ପ୍ରକାଶ ପାଇଛି ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷା ଫଳ I ବିଶ୍ଵବିଦ୍ୟାଳୟର ଦର୍ଶନ ଶାସ୍ତ୍ର ପରୀକ୍ଷା ଫଳରେ ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ଛାତ୍ରୀମାନେ ବାଜିମାତ୍ କରିଛନ୍ତି I ମହାବିଦ୍ୟାଳୟର ଚାରି ଜଣ ଛାତ୍ରୀ ଦର୍ଶନ ଶାସ୍ତ୍ରରେ ବିଶ୍ଵବିଦ୍ୟାଳୟର ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ଅଧିକାର କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି I ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସପ୍ତମ ସ୍ଥାନରେ ଅନୁଷ୍ଠାନର ଛାତ୍ରୀ ରାକ୍ଷୀ ସ୍ୱାଇଁ,ଅଷ୍ଟମ ସ୍ଥାନରେ ସୋନାଲି ବେହେରା,ନବମ ସ୍ଥାନରେ କୁମାରି ଇପ୍ସିତା ଗୌଡ଼ ଏବଂ ଦଶମ ସ୍ଥାନରେ ଦୀପ୍ତି ବିଷୋୟୀ ରହିଛନ୍ତି I ସମସ୍ତ ଛାତ୍ରୀଙ୍କୁ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ, ଦର୍ଶନ ଶାସ୍ତ୍ର ବିଭାଗ ଅଧ୍ୟାପକ ବିଦ୍ୟାଧର ସ୍ଵାଇଁଙ୍କ ସମେତ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଏବଂ କର୍ମଚାରୀ ଶୁଭେଚ୍ଛା ଜଣାଇଛନ୍ତି I ଆଗାମୀ ବର୍ଷ ଗୁଡ଼ିକରେ ମଧ୍ୟ ଦର୍ଶନ ଶାସ୍ତ୍ର ସମେତ ଅନ୍ୟ ବିଷୟ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଏହି ସଫଳତା ଜାରି ରହିବ ବୋଲି ଅନୁଷ୍ଠାନ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି I

( ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ ସାହୁ)