June 29, 2024
Share

➡️୧-ନରେନ୍ଦ୍ର ପୁଷ୍କରିଣୀଠାରେ ମହାପ୍ରଭୁଙ୍କ ସହ ନନ୍ଦା ଓ ଭଦ୍ରାରେ ବସି ଚାପ ଖେଳୁଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା l ନୀତିରେ ଅହେତୁକ ବିଳମ୍ବ କାରଣରୁ ଦିନ ଚାପ ରାତିରେ ଖେଳିଲେ ମହାପ୍ରଭୁ l

➡️୨-ଆଜି ପ୍ରଚାର ପାଇଁ କଣ୍ଟାବାଞ୍ଜି ଯିବେ ନବୀନ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ l ବଲାଙ୍ଗୀର ଓ ବରଗଡ଼ ନିର୍ବାଚନ ମଣ୍ଡଳୀରେ କରିବେ ପ୍ରଚାର l

➡️୩-ମେ୧୩, ସୋମବାର, ଆସନ୍ତାକାଲି ସକାଳ ୭ଟାରେ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବେ ଓଡ଼ିଶାର ଭୋଟର୍ । ହେବ ଦେଶର ଚତୁର୍ଥ ତଥା ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନ । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ରରେ ନିଜର ମତ ସାବ୍ୟସ୍ତ କରିବେ ମତଦାତା l

➡️୪-ପ୍ରଧାନମନ୍ତ୍ରୀ ମୋଦି କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ ସଂସଦୀୟ କ୍ଷେତ୍ରରେ ୩ଟି ନିର୍ବାଚନୀ ସଭା ‘ବିଜୟ ସଂକଳ୍ପ ସମାବେଶ’କୁ ସମ୍ବୋଧିତ କରିବାବେଳେ ସିଧାସଳଖ ନବୀନ ପଟ୍ଟନାୟକଙ୍କୁ କଲେ ଟାର୍ଗେଟ୍ l ୨୫ ବର୍ଷର ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଖୋଲା ଚ୍ୟାଲେଞ୍ଜ : ବିନା କାଗଜ ପଢ଼ି ଓଡ଼ିଶାର ୩୦ଟି ଜିଲ୍ଲା, କଣ୍ଟାବାଞ୍ଜିର ୧୦ଟି ଗାଁ ନାଁ କୁହନ୍ତୁ?

➡️୫-ରାଜ୍ୟରେ ଆସନ୍ତା ସୋମବାର ଦିନ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଦାନପାଇଁ ଶେଷହେଲା ପ୍ରଚାର କାର୍ଯ୍ୟ l ଏହି ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍‍ଗ୍ରହଣ ଅନୁଷ୍ଠିତ ହେବ । ମୋଟ୍‍ ୬୨ ଲକ୍ଷ ୮୭ ହଜାର ୨୨୨ ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ।

➡️୬-ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ l ପ୍ରାଥମିକ ଭାବରେ ତିନି ରଥ ପାଇଁ ୪୨ ଗୋଟି ଚକର ଆବଶ୍ୟକତା ଥିବା ବେଳେ ୪୨ ଗୋଟି ତୁମ୍ବର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ବିଶ୍ବକର୍ମା ଓ କରତ ସେବାୟତ l

➡️୭-ନବରଙ୍ଗପୁର ଉମରକୋଟରେ ଅଭାବନୀୟ, ଦୁର୍ଘଟଣାରେ ପୋଲିଂ କର୍ମଚାରୀଙ୍କ ହେଲା ମୃତ୍ୟୁ । ବୁଥ୍‌କୁ ଯିବାବେଳେ ଧକ୍କା ଦେଲା ବାଇକ ।

➡️୮-ଓପିଏସସି ପକ୍ଷରୁ ହେଲା ବଡ଼ ଘୋଷଣା, ଜୁନ ୨୫ରୁ ଆରମ୍ଭ ହେବ ଏସିଏଫ ଓ ଫରେଷ୍ଟ ରେଞ୍ଜର ଲିଖିତ ପରୀକ୍ଷା l

➡️୯-ପର୍ଯ୍ୟଟକଙ୍କ ପାଇଁ ଦୁଃଖଦ ଖବର । ବୟସାଧିକ କାରଣରୁ ନନ୍ଦନକାନନରେ ଆଖି ବୁଜିଲା ବାଘ ‘ନନ୍ଦନ’। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୧୮ ବର୍ଷୀୟ ବାଘ ‘ନନ୍ଦନ’ର ହେଲା ମୃତ୍ୟୁ ।

➡️୧୦-ଅଡୁଆରେ ବଲିଉଡ୍ ଅଭିନେତ୍ରୀ କରୀନା କପୁର । କରୀନାଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକର ଟାଇଟଲକୁ ନେଇ ଉପୁଜିଲା ବିବାଦ । ନୋଟିସ୍ ଜାରି କଲେ କୋର୍ଟ ।

➡️୧୧-ଇତିହାସ ରଚିଲା ଇସ୍ରୋ, ଥ୍ରୀଡି ପ୍ରିଣ୍ଟିଂ ଲିକ୍ବିଡ୍‌ ରକେଟ୍‌ ଇଞ୍ଜିନର ହେଲା ସଫଳ ପରୀକ୍ଷଣ l ଏହି ନୂତନ ଇଞ୍ଜିନ୍ ୯୭ ପ୍ରତିଶତ କଞ୍ଚାମାଲ ସଞ୍ଚୟ କରୁଛି ଏବଂ ଉତ୍ପାଦନ ସମୟ ୬୦ ପ୍ରତିଶତ ହ୍ରାସ ପାଇଛି ।

➡️୧୨-୨୬ ମାର୍ଚ୍ଚରୁ ୨୫ ଏପ୍ରିଲ ମଧ୍ୟରେ ଭାରତରେ ପଲିସି ଉଲ୍ଲଂଘନ କାରଣରୁ ୧ଲକ୍ଷ ୮୪ ହଜାର ୨୪୧ ଆକାଉଣ୍ଟ ବ୍ୟାନ୍ କଲା ଏଲନ ମସ୍କଙ୍କ ଦ୍ୱାରା ସଞ୍ଚାଳିତ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ।

➡️୧୩-ଜିଓ ପକ୍ଷରୁ ନୂଆ ‘ଓଟିଟି ଷ୍ଟ୍ରିମିଂ ପ୍ଲାନ’ର ହେଲା ଶୁଭାରମ୍ଭ, ଏଣିକି ୮୮୮ ଟଙ୍କାରେ ଚାଲିବ ୧୫ ଟି ପ୍ରମୁଖ ଓଟିଟି ଆପ୍ l ଏହି ସୁଲଭ ପ୍ଲାନ ଉଭୟ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକଙ୍କ ପାଇଁ ହେବ ଉପଲବ୍ଧ ।

➡️୧୪-ଇନଭେଷ୍ଟମେଣ୍ଟ ଦୁନିଆର ମୁକୁଟ ବିହୀନ ସମ୍ରାଟ ତଥା ବିଶିଷ୍ଟ ଗଣିତଜ୍ଞ ଜିମ୍ ସାଇମନସଙ୍କ ୮୬ ବର୍ଷ ବୟସରେ ହେଲା ପରଲୋକ l

➡️୧୫-ତିହାର ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନିୟମିତ ଭାବେ ବିଜେପିକୁ କଲେ ଟାର୍ଗେଟ । କହିଲେ ଯେ ଜେଲରେ ତାଙ୍କ ଇନସୁଲିନ ବନ୍ଦ କରିଦିଆଯାଇଥିଲା ।

➡️୧୬-ଏଣିକି ଭାରତର ସୀମାନ୍ତ ଅଞ୍ଚଳ ଗୁଡିକରେ କଡା ନଜର ରଖିବ ହର୍ମିସ-୯୦୦ ଡ୍ରୋନ। ଏହାକୁ ଅତିଶୀଘ୍ର ଭାରତୀୟ ସେନାରେ ସାମିଲ କରାଯିବ। ଏହି ଡ୍ରୋନଟି ହେଉଛି ଏକ ସର୍ଭେଲାନ୍ସ ଡ୍ରୋନ।

➡️୧୭-ବ୍ରାଜିଲରେ ପ୍ରଳୟଙ୍କାରୀ ବନ୍ୟା ଯୋଗୁଁ ୧୨୬ ଜଣ ମୃତ, ୨୦ ଲକ୍ଷ ଲୋକ ହୋଇଛନ୍ତି ପ୍ରଭାବିତ l

➡️୧୮-ଆଇପିଏଲ ୨୦୨୪ର ୬୦ ତମ ମ୍ୟାଚ୍‌ରେ ଗତକାଲି କୋଲକାତା ମୁମ୍ବାଇକୁ 18 ରନରେ ପରାସ୍ତ କରି ପ୍ଲେ ଅଫକୁ ଯାଇଥିବା ହେଲା ପ୍ରଥମ ଦଳ l

➡️୧୯-ସ୍ଲୋ ବୋଲିଂ କାରଣରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଲା ବଡ଼ ଝଟକା । ୩୦ ଲକ୍ଷ ଟଙ୍କା ଜରିମାନା ସହ ଗୋଟିଏ ମ୍ୟାଚ ପାଇଁ ଅଧିନାୟକ ଋଷଭ ପନ୍ତ ହେଲେ ନିଲମ୍ବିତ ।

➡️୨୦-ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କଲେ ଇଂଲଣ୍ଡର ମହାନ ବୋଲର ଜେମ୍ସ ଆଣ୍ଡରସନ୍, ଲର୍ଡସରେ ଖେଳିବେ ଶେଷ ମ୍ୟାଚ୍ l