March 10, 2026

ପାରଳାଖେମୁଣ୍ଡି ବିଦ୍ୟୁତ କର୍ମଚାରୀ ସେମାନଙ୍କ ବିଭିନ୍ନ ଦାବିକୁ ନେଇ କଳା ବ୍ୟାଚ ପରିଧାନ

93a931c8-9d28-49ed-9f09-8a06046d5d20
Share

ପାରଳାଖେମୁଣ୍ଡି:୧୨/୫(ଗରୁଡ଼ ଧ୍ଵଜଚୌଧୁରୀ) ପାରଳାଖେମୁଣ୍ଡି ବିଦ୍ୟୁତ କର୍ମଚାରୀଙ୍କ କଳା ବ୍ୟାଚ ପରିଧାନ ! ପାରଳାଖେମୁଣ୍ଡି ବିଦ୍ୟୁତ ଡିଭିଜନ
ଅଧୀନରେ ଥିବା ୧୫୦ ଜଣ କର୍ମଚାରୀ ଗତକାଲି ଠାରୁ କଳା ବ୍ୟାଚ ପରିଧାନ କରି ସେମାନଙ୍କ ବିଭିନ୍ନ ଦାବି ପୂରଣ ପାଇଁ ପ୍ରତିବାଦ ଜଣାଇଛନ୍ତି ! ୨୦୨୦ ମସିହା ଠାରୁ କର୍ମଚାରୀଙ୍କ ମଜୁରି ନିର୍ଧାରଣ କରାଯାଇ ନଥିବାରୁ ପ୍ରତ୍ୟେକ କର୍ମଚାରୀ ଠିକ ଭାବେ ଦରମା ପାଉ ନାହାନ୍ତି ! ବିଦ୍ୟୁତ ବିଭାଗର କାର୍ଯ୍ୟରତ ବୈଷୟିକ କର୍ମଚାରୀ ମାନଙ୍କୁ କିରାଣୀ ମାନଙ୍କ ଭଳି ସମାନ ଦରମା ପ୍ରଦାନ କରିବା ପାଇଁ ଏମାନେ ଦାବି ଜଣାଇଛନ୍ତି ! ସେହିପରି ଗଜପତି ଜିଲାରେ କାର୍ଯ୍ୟରତ ୪୫୦ ଜଣ ଆଉଟସୋର୍ସ କର୍ମଚାରୀ ମାନେ ୮ ରୁ ୧୦ ଘଣ୍ଟା କାର୍ଯ୍ୟ କରି ଆସୁଥିଲେ ସୁଦ୍ଧା ସେମାନଙ୍କୁ ରେଗୁଲାର କରାଯାଉନାହିଁ କିମ୍ବା ସେମାନଙ୍କୁ ଇଏସଆଇ, ପିଏଫ ମଧ୍ୟ ପ୍ରଦାନ କରାଯାଉନାହିଁ ! କର୍ମଚାରୀ ମାନଙ୍କ ସୁରକ୍ଷା ପାଇଁ ସମସ୍ତ ଦାବି ଗୁଡିକୁ ପୂରଣ କରାଯାଉ ବୋଲି କର୍ମଚାରୀ ସଂଘର ସଂପାଦକ ଗଜେନ୍ଦ୍ର ପାଳ ଦାବି ଜଣାଇବା ସହ କହିଛନ୍ତି ଆଗାମୀ ୧୬ ତାରିଖ ଦିନ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ କଳା ବ୍ୟାଚ ପରିଧାନ କରି ବିଭାଗୀୟ ସମସ୍ତ କାର୍ଯ୍ୟକୁ ସମ୍ପାଦନ କରିବେ ବୋଲି ସୂଚନା ଦେଇଛନ୍ତି ! ୧୬ ତାରିଖ ପରେ କୌଣସି ପଦକ୍ଷେପ ଗ୍ରହଣ କରା ନଗଲେ ସଂଘର ନିଷ୍ପତ୍ତି ଅନୁଯାଇ ବିହିତ ନିର୍ଣ୍ଣୟ ଗ୍ରହଣ କରାଯିବ !