ଆଯୁଷ୍ମାନ ଆରୋଗ୍ୟ ମନ୍ଦିର କୋଲର ପରିସରରେ ଆୟୁଷ୍ମାନ ଯୋଜନା ଏବଂ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଲୋକାର୍ପଣ ।

ତିର୍ତ୍ତୋଲ ତା ୧୧/୦୪
ଜଗତସିଂହପୁର ଜିଲ୍ଲାର ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନ କୋଲର ସ୍ଥିତ ଆୟୁଷ୍ମାନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆୟୁଷ୍ମାନ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି । କଟକ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ର ଲୋକାର୍ପଣ ଉତ୍ସବ ସହିତ ସମାନ୍ତରାଳଭାବେ
କୋଲର ସେକ୍ଟର ରେ ମଧ୍ୟ ଏକ ଲୋକାପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା | କୋଲର ଠାରେ ଏହି କାର୍ଯ୍ୟକ୍ରମରେ ନୋଡାଲ ଅଫିସର ତାଃ ସତ୍ୟ ନାରାୟଣ କାନୁନଗୋ ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବେ ଜିଲ୍ଲା ପ୍ରୋଜେକ୍ଟ କୋ ଅଡ଼ିନେଟର ଏନ୍ଟିଇପି ବିପିନ ବିହାରୀ ପାତ୍ର ଏବଂ ସହ ପରିଚାଳକ କ୍ବାଲିଟି ଆସୁରାନ୍ସ ଜାତୀୟ ସ୍ୱାସ୍ଥ୍ୟ ମିଶନ ଜଗତସିଂହପୁର ଶ୍ରୀମତୀ ସୁଜାତା ପ୍ରିୟମ୍ବଦା ଦାସ ଯୋଗଦେଇ ହିତାଧିକାରୀ ମାନଙ୍କୁ ଆଯୁଷ୍ମାନ କାର୍ଡ଼ର ଡେମୋ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋଲର , ଆମ୍ବେରୀ, ସାମନ୍ତରାପୁର, ଏବଂ ପୋରଗଦେଇ ଗ୍ରାମ ପଞ୍ଚାୟତ ର ହୀତାଧିକାରୀ ଜନସାଧାରଣ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ ବିଭାଗର କର୍ମଚାରି ସ୍ୱାସ୍ଥ୍ୟ ପରିଦର୍ଶକ ମଳୟ କିଶୋର ତ୍ରିପାଠି, ଲିପ୍ସା ଜେନା , କାମିନୀ ବାଳା ପରିଡା, ଯମୁନା ମାଝି, ସୋନାଲି ମହାନ୍ତି, କମଳା ରାଣୀ ବେହେରା, ଜୀବନ ଧନ ବେହେରା, ଲିପ୍ସିତା ମହାପାତ୍ର, ସାବିତ୍ର ନାୟକ ସକ୍ରିୟ ସହଯୋଗ କରିଥିଲେ ।
ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।