ଆଜିର ଖବର
*╭─────────────────────╮*
*🌄ସକାଳର ଖବର, ୧୨-ଏପ୍ରିଲ-୨୦୨୩, ବୁଧବାର*
*╰─────────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ଆଜିଠାରୁ ପାଞ୍ଚଦିନ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ରାଜ୍ୟ ସରକାର କଲେ ଛୁଟି ଘୋଷଣା l
➡️୨-୯ଦିନିଆ ଜାପାନ ଗସ୍ତ ଶେଷ କରି ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସି ପହଞ୍ଚିଲେ ଭୁବନେଶ୍ୱର l
➡️୩-ଆକାଶରୁ ନିଆଁ ବର୍ଷିଲା: ୧୬ ଯାଏ ଜଳିବ ଓଡ଼ିଶା, ୧୩ରୁ ୧୫ ଯାଏ ଲାଗିରହିବ ଗ୍ରୀଷ୍ମ ଲହରି l
➡️୪-ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂତନ ଭାବରେ ନିଯୁକ୍ତ କର୍ମଚାରୀଙ୍କୁ ପ୍ରାୟ 71,000 ନିଯୁକ୍ତି ପତ୍ର ବଣ୍ଟନ କରିବେ।
➡️୫-ଏପ୍ରିଲ ୧୫ରୁ ସାମୁଦ୍ରିକ ମାଛଧରା ଉପରେ ଲାଗିବ କଟକଣା, ୬୦ ଦିନ ଘରେ ବସିବେ ହଜାରହଜାର ମତ୍ସ୍ୟଜୀବୀ l
➡️୬-ବିଶ୍ଵାପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି ବସିଲା ପ୍ରଥମ ସମନ୍ବୟ ବୈଠକ l ରଥକାଠ ଠାରୁ ଆରମ୍ଭ କରି ରାସ୍ତାଘାଟ, ବିଜୁଳି, ପାନୀୟ ଜଳ, ଜନସ୍ବାସ୍ଥ୍ୟ, ପରିମଳ, ପରିବହନ, ରେଳ ଚଳାଚଳ ଆଦି ପ୍ରସଙ୍ଗରେ ହେଲା ଆଲୋଚନା l
➡️୭-ବାରିପଦା ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ଵବିଦ୍ୟାଳୟକୁ ମିଳିଲା ‘ଏ’ ଗ୍ରେଡ୍ ମାନ୍ୟତା l
➡️୮-UGC ଓ AICTEର କଡ଼ା ଚେତାବନୀ, ଜାରି ହେଲା ୨୪ଟି ନକଲି ଶିକ୍ଷାନୁଷ୍ଠାନର ତାଲିକା, ଲିଷ୍ଟରେ ରହିଛି ଓଡ଼ିଶାର ୨ଟି ସଂସ୍ଥା l
➡️୯-ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଚଳିତ ବର୍ଷ ୬ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଆସନ୍ତା ମାସ ୧୦ ତାରିଖରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବ ।
➡️୧୦-ସଲମାନ ଖାନଙ୍କୁ ଏପ୍ରିଲ ୩୦ରେ ହତ୍ୟା କରିବାକୁ ପୁଣି ଆସିଲା ହତ୍ୟା ଧମକ l ରାଜସ୍ଥାନର ଜଣେ ବ୍ୟକ୍ତି ତାଙ୍କୁ ଏହି ଧମକ ଦେଇଥିବାନେଇ ଆସିଲା ସୂଚନା l
➡️୧୧-ସି-ସୋର୍ ଚିଟ୍ଫଣ୍ତ ମାମଲାରେ ବର୍ଷକରେ ପ୍ରଭାତ ବିଶ୍ୱାଳଙ୍କ ବିଚାର ଶେଷ କରିବାକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ l
➡️୧୨-ହନିଟ୍ରାପ ତଥା ବ୍ଲାକମେଲ ମାମଲାରେ ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ ।
➡️୧୩-ରାଜସ୍ତାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ଙ୍କ ଅନଶନ, ଚିନ୍ତାରେ କଂଗ୍ରେସ: ଦଳର ଚେତାବନୀକୁ ଶୁଣିଲେନି, ନୂଆ ଦଳ ଗଠନ ନେଇ ହେଲା ଚର୍ଚ୍ଚା l
➡️୧୪-କର୍ଣ୍ଣାଟକ ପାଇଁ ବିଜେପି ଜାରି କଲା ୧୮୯ ପ୍ରାର୍ଥୀଙ୍କ ପ୍ରଥମ ସୂଚୀ, ଶିଗଗାଓଁରୁ ଲଢିବେ ସିଏମ୍ ବୋମ୍ମଇ, ୫୨ଜଣଙ୍କ ଆସିଲା ନୂଆ ଚେହେରା l
➡️୧୫-କର୍ଣ୍ଣାଟକରେ ଏଣିକି ଚାଷୀ ପୁଅଙ୍କୁ ବିବାହ କଲେ ମହିଳାଙ୍କୁ ମିଳିବ ୨ ଲକ୍ଷ ଟଙ୍କା, କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ କୁମାରସ୍ବାମୀ ଦେଲେ ବଡ଼ ପ୍ରତିଶ୍ରୁତି l
➡️୧୬-ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଆସିଛି ବଡ ଖବର । ଋଷକୁ ୪୦ ହଜାର ରକେଟ ପଠାଇବ ଇଜିପ୍ଟ ।
➡️୧୭-ତାଲିବାନର ଲାଗିଲା ଆଉ ଏକ ନୂଆ କଟକଣା, ଏଣିକି ରେସ୍ତୋରାଁରେ ମହିଳାଙ୍କ ପ୍ରବେଶ ଉପରେ ଲାଗୁହେଲା କଟକଣା l
➡️୧୮-IPL 2023: ରୋମାଞ୍ଚକର ମ୍ୟାଚ୍ରେ ଶେଷ ବଲ୍ରେ ଜିତିଲା ମୁମ୍ବାଇ, ଦିଲ୍ଲୀର ଲଗାତାର ୪ର୍ଥ ପରାଜୟ l
➡️୧୯-ଆଇପିଏଲ୍ରେ ଆଜି ଖେଳିବେ ସିଏସ୍କେ ସ୍ପିନ୍ ବନାମ ରୟାଲ୍ସ ବ୍ୟାଟର୍ l
➡️୨୦-ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ବକପ୍ ରେ ଚେନ୍ନାଇ, କୋଲ୍କାତାରେ ପାକିସ୍ତାନ ମ୍ୟାଚ୍ ଖେଳିବା ନେଇ ଆସିଲା ସମ୍ଭାବନା l
*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*
*🔅ଆଜି ବିଦ୍ୟାଳୟ ପାଠାଗାର ଦିବସ ll*
*🔅ଆଜି ଜାତୀୟ ଲାଇସେନ୍ସ ଦିବସ ll*
*🔅ଆଜି ମାନବ ମହାକାଶ ବିମାନର ଆନ୍ତର୍ଜାତୀୟ ଦିବସ ll*
*🔅ଆଜି ବିଶ୍ୱ ବିମାନ ଚଳାଚଳ ଏବଂ ମହାକାଶଚାରୀ ଦିବସ ll*
*🔅ଆଜି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ 129 ତମ ଫାଉଣ୍ଡେସନ ଦିବସ ll*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ସୁପ୍ରଭାତ ll*