March 13, 2025

ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘର ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବିପତ୍ର 

Share

 

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ଠାରେ ଓଡିଶା ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘର ନିଷ୍ପତି କ୍ରମେ ଖୋର୍ଦ୍ଧା ଜିଲ୍ଲା ତରଫରୁ ଦିନ ୧୨ ଘଣ୍ଟା ୩୦ ମିନିଟ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳ, ଙ୍କୁ ୩ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ମୁଖ୍ୟତଃ ବିଭିନ୍ନ ବିଭାଗର ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ତଥା ସମସ୍ତ ପ୍ରକାର ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କୁ ନିୟମିତ କରାଯିବା ନିମନ୍ତେ ଅନୁରୋଧ କରାଯାଅଇଛି । ଉପରୋକ୍ତ ଦାବିଗୁଡିକର ସମାଧାନ ନିମନ୍ତେ ପୂର୍ବତନ ଏବଂ ନୂତନ ବିଜେବି ସରକାରଙ୍କର ବାରମ୍ବାର ଦୃଷ୍ଟିଗୋଚର କରିଆସୁଥିଲେ ମଧ୍ୟ କିଛି ସୁଫଳ ମିଲୁନାହିଁ । ସେଥିପାଇଁ ସରକାରଙ୍କୁ ଚଳିତ ମାସ ୧୯ ତାରିଖ କିମ୍ବା ଏହାପୂର୍ବରୁ ଉକ୍ତ ଦାବିଗୁଡିକର ପୂରଣ ନିମନ୍ତେ ଅନୁରୋଧ କରାଯାଇଅଛି । ଯଦି ସରକାର ଏହାକୁ କର୍ଣପାତ କରିବେ ନାହିଁ, ତେବେ ବାଧ୍ୟ ହୋଇ ଆସନ୍ତା ୨୪ ତାରିଖଠାରୁ ଗାନ୍ଧୀ ମାର୍ଗ, ଭୁବନେଶ୍ଵର ଠାରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅନ୍ଦୋଳନ କରାଯିବା ନିମନ୍ତେ ରାଜ୍ୟ ସଂଘ ଚେତାବନୀ ଦେଇଛି । ଏଥିରେ ଜିଲ୍ଲାସ୍ତରୀୟ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ସୌଭାଗ୍ୟ ଶତପଥି, କାର୍ଯ୍ୟକାରୀ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଶିବ ନାରାୟଣ ସ୍ଵାଇଁ ଏବଂ ସଚିବ ରଶ୍ମିତ କୁମାର ତଥା ବିଭିନ୍ନ ବିଭାଗର ନେତୃବୃନ୍ଦ ଉପସ୍ଥିତ ଥିଲେ ।