ଉମରକୋଟ ନିକଟସ୍ଥ ବାଟିବେଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ…….

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ନିକଟସ୍ଥ ସରକାରୀ ଆଶ୍ରମ ବିଦ୍ୟାଳୟ ବାଟିବେଡ଼ା ଠାରେ ବାର୍ଷିକ ଉତ୍ସବ ମହାଆଡମ୍ବର ସହକାରେ ପାଳନ ହେଇ ଯାଇଛି। ଅନୁଷ୍ଠିତ ଉତ୍ସବ ରେ ପ୍ରଧାନଶିକ୍ଷକ ଫ୍ରମି ଶେଷ ନାଗ ସଭାପତିତ୍ବ କରିଥିବା ବେଳେ ମୂଖ୍ୟ ଅତିଥି ଭାବରେ ଝରିଗାଁ ବିଧାୟକ ଙ୍କ ପ୍ରତିନିଧି ଲବ ଦତ୍ତ ମୁଖ୍ୟ ଅତିଥି, ମୂଖ୍ୟବକ୍ତା ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର , ବରେଣ୍ୟ ଅତିଥି ଭାବରେ ଉମରକୋଟ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଧୁ ଭୂଷଣ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅଜିତ ଚନ୍ଦ୍ର ବିଶ୍ବାସ, ତୁମ ନାଥ ନାୟକ, କୁମର ପୁଜାରୀ, ଯୁଧିଷ୍ଟିର ପାଣ୍ଡେ, ସୁନିଲ କୁମାର ପାଢୀ, ବିଶ୍ୱ ଜିତ ମହାରଣା, ଅନିଲ ସୁନା, ଦୂର ସାୟ ନାୟକ, ଶିବ ଚରଣ ପନକ।, ନରସିଂହ ପାଣ୍ଡେ, ନିରଞ୍ଜନ ମାଝି, ଜୋଲି ମହାପାତ୍ର, ସରସ୍ଵତୀ ବେହେରା, ମମିତା ସ୍ବାଇଁ, ଜୟନ୍ତୀ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ। ସଭା ପ୍ରାରମ୍ଭ ରେ ଛାତ୍ରୀ ମାନଂକ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା। ପ୍ରଧାନ ଶିକ୍ଷକ ଶ୍ରୀ ନାଗ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସର ରେ ଅବସରପ୍ରାପ୍ତ ତୁମ ନାଥ ନାୟକ ମାନ ପତ୍ର, ପୁଷ୍ପଗୁଛ ଓ ଉପ ଦୌକ ନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।
ପରିଚାଳକ ମହେନ୍ଦ୍ର ପ୍ରସାଦ ମାଳି, ମରଣତ୍ତର ଭାବେ ସେବାୟତ ନୀଳାମ୍ବର ଭତ୍ରାଙ୍କ ଭାଇ ଗଣେଷ ଭତ୍ରା, ଶ୍ରେଷ୍ଟ ସହକାରୀ ଶିକ୍ଷକ
ଭାବରେ ଆଶିଷ କୁମାର ନାୟକ ଓ ଶ୍ରେଷ୍ଟ ସେବାୟତ ଭାବରେ ଦଇମନ
ଗଣ୍ଡ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବାର୍ଷିକ କ୍ରୀଡ଼ା ଉତ୍ସବ ରେ ଭାଗ ନେଇଥିବା କୃତି ଛାତ୍ର ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଏଥି ସହ ଶ୍ରେଷ୍ଠ ଛାତ୍ର ଛାତ୍ରୀ ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଚିତ୍ତାକର୍ଷକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା ଯାହାକି ଅତିଥି ମାନଙ୍କୁ ମନମୁଗ୍ଧ କରିଥିଲା। ଏହି କାର୍ଯ୍ୟକ୍ରମ କୁ ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ସ୍ମୃତି ରଞ୍ଜନ ରାଉତ, ସୁଧୀର କୁମାର ସେଠ, ଆଶିଷ କୁମାର ନାୟକ, ଦିନେଶ ମେହେର, ଅନିତା ବେହେରା, ଯ୍ୟୋଷ୍ନ।ମୟୀ ସାହୁ, ଦେବଦତ୍ତ ତୁରୁକ୍ , ଛାତ୍ର ଛାତ୍ରୀ, ଅଭିଭାବକ, ଗ୍ରାମବାସୀ ଓ ମା ସରସ୍ଵତୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ସୁଧୀର କୁମାର ସେଠ ମଞ୍ଚ ପରିଚାଳନା କରିଥିବା ବେଳେ ସ୍ମୃତି ରଞ୍ଜନ ରାଉତ ଧନ୍ୟବାଦ୍ ପ୍ରସ୍ତାବ ଅର୍ପଣ କରିଥିଲେ।