May 30, 2025

ଭେଣ୍ଡିଙ୍ଗ ଯୋନରେ ନିର୍ମିତ ଷ୍ଟଲ କାହା ପାଇଁ, କେବେ କରାଯିବ ଟେଣ୍ଡର ପ୍ରକ୍ରିୟା………..

Share

 

ଉମରକୋଟ ପୌର ପରିଷଦ ପକ୍ଷରୁ ନୂତନ ବସଷ୍ଟାଣ୍ଡ ଠାରେ ଏକ ଭେଣ୍ଡିଙ୍ଗ ଯୋନ ନିର୍ମାଣ କରାଯାଇଛି। ଭେଣ୍ଡିଙ୍ଗ ଯୋନ ମଧ୍ୟରେ ଛୋଟ ଛୋଟ ୧୨ଟି ଷ୍ଟଲ ପ୍ରାୟ ୧୪ ଲକ୍ଷ ୭୦ହଜାର ଟଙ୍କା ବ୍ୟୟରେ ତିଆରି କରାଯାଇଛି।ଏହି ୧୨ଟି ଷ୍ଟଲର ନିର୍ମାଣ କାର୍ଯ୍ୟ ପ୍ରାୟ ୪ମାସ ହେଲା ସରିଲାଣି ଏବଂ ଉଦଘାଟନ କାର୍ଯ୍ୟ ମଧ୍ୟ ସରିଛି।କିନ୍ତୁ ଏବେ ଯାଏଁ ୧୨ଟି ଷ୍ଟଲ କୌଣସି ଦୋକାନିକୁ ବଣ୍ଟନ କରା ଯାଇନାହିଁ।ଏହି ଷ୍ଟଲ ଗୁଡିକୁ ଦେଖିଲେ ମନେ ହେଉଛି ଏଗୁଡିକ କାହା ପାଇଁ ନିର୍ମାଣ ହୋଇଛି।ଛୋଟ ଛୋଟ ବ୍ୟବସାୟୀ ମାନେ ଠେଲା ଗାଡ଼ିରେ ଜରି ବାନ୍ଧି ବ୍ୟବସାୟ କରୁଛନ୍ତି ଏହିଭଳି ଦୃଶ୍ୟ କିନ୍ତୁ ପୌର ପ୍ରଶାସନ ବା ପରିଷଦ ର ଦୃଷ୍ଟିକୁ ଆସୁନାହିଁ। ଏହାର ଟେଣ୍ଡର ପ୍ରକ୍ରିୟା କରି ଦୋକାନୀ ଙ୍କୁ ବଣ୍ଟନ କରାଯିବା କଥା କିନ୍ତୁ କଣ ପାଇଁ କରାଯାଇନାହିଁ ଏହାକୁ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି।ଭେଣ୍ଡିଙ୍ଗ ଯୋନର ଷ୍ଟଲ କରାଯିବା ପୂର୍ବରୁ ଏହି ସ୍ଥାନରେ ଅନେକ ଚଟ ପଟି ଖାଦ୍ୟ ବିକ୍ରି ପାଇଁ ଦୋକାନି ମାନେ ଉଠା ଦୋକାନରେ ବ୍ୟବସାୟ କରୁଥିଲେ।ବର୍ତ୍ତମାନ ଷ୍ଟଲ ହୋଇ ଯାଇଥିବାରୁ ଉଠା ଦୋକାନୀ ମାନେ ନୂତନ ବସ ଷ୍ଟାଣ୍ଡ ପ୍ରବେଶ ପଥର ରାସ୍ତା କଡରେ ବ୍ୟବସାୟ କରୁଛନ୍ତି ଫଳରେ ଏଠାରେ ସନ୍ଧ୍ୟା ସମୟରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି।ଯଦି ଏହାର ବଣ୍ଟନ କରାଯାଇ ଲୋକଙ୍କୁ ବଣ୍ଟନ କରାଯାଇଥାନ୍ତା ତାହେଲେ ଭଡା ବାବଦରେ କିଛି ଅର୍ଥ ପୌର ପରିଷଦ କୁମିଳିଥାନ୍ତା କିନ୍ତୁ ବଣ୍ଟନ କାର୍ଯ୍ୟ କରାନଯିବାରୁ ପୌର ପରିଷଦ ଭଡା ବାବଦକୁ ୪ମାସରେ ୩୦ ରୁ ୪୦ ହଜାର ଟଙ୍କା ହରେଇଛି। ନିର୍ମାଣ ପରେ ମଧ୍ୟ କାହାକୁ ବଣ୍ଟନ କରାନଯିବା ପଛରେ କେଉଁ ଅଦୃଶ୍ୟ ବ୍ୟକ୍ତି ଙ୍କ ହାତ ରହିଛି ତାହା ଜଣା ପଡୁନାହିଁ। ଏହି ଭଳି କାର୍ଯ୍ୟ ପଛରେ କିଛି ଦୁର୍ନୀତି ଲୁଚି ରହିଛି ବୋଲି ଲୋକେ କୁହା କୁହି ହେଉଛନ୍ତି ଏବଂ ଭାଗ ବଣ୍ଟା ଛିଡି ପାରୁନାହିଁ ବୋଲି ବଣ୍ଟନ ହେଉନାହିଁ ବୋଲି ଲୋକେ କୁହା କୁହି ହେଉଛନ୍ତି।ଘଟଣାକୁ ନେଇ ପୌର ପରିଷଦର କାମଚଳା ନିର୍ବାହୀ ଅଧିକାରୀ ପ୍ରତିରଞ୍ଜନ ରଥଙ୍କୁ ପଚାରିବାରୁ ସେ କହିଛନ୍ତି ମୁଁ ମାତ୍ର ୧୦ଦିନ ହେଲା କେହି ଅଧିକାରୀ ନଥିବାରୁ ମୁଁ ଦାଇତ୍ୱ ନେଇଛି ସେ ବିଷୟରେ ମୋର ନଜର ନାହିଁ ଯଦି କିଛି ରହିଛି ତାହେଲେ ଶୀଘ୍ର ବଣ୍ଟନ କିପରି କରାଯିବ ସେଦିଗରେ କାର୍ଯ୍ୟ କରିବି ବୋଲି ସୂଚନା ଦେଇଛନ୍ତି।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

You may have missed