March 12, 2026

ଗୁଳିବିଦ୍ଧ ଦନ୍ତା ଆକ୍ରମଣରେ ମହିଳା ଗାର୍ଡ ଗୁରୁତର

IMG-20230312-WA0002
Share

 

 

ନୀଳଗିରି: ଦୀର୍ଘ ୧୦/୧୨ଦିନ ହେବ ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଏକ ଦନ୍ତା ହାତୀକୁ କେହି ଶିକାରୀ ଗୁଳିମାଡ଼ କରିବା ଯୋଗୁଁ ସେ ଅସୁସ୍ଥ ହୋଇ ପଡ଼ିଛି। ତାକୁ ଚିକିତ୍ସା କରିବାକୁ ବନ ବିଭାଗ ଆପ୍ରାଣ ଉଦ୍ୟମ ଚଳାଇଛି। ବାରିପଦାର ଶିମିଳିପାଳ ଏବଂ କେନ୍ଦୁଝରରୁ ଏକ ସ୍ବତନ୍ତ୍ର ଟିମ୍ ନୀଳଗିରିରେ ପହଞ୍ଚି ଟ୍ରାଙ୍କୁଲାଇଜ୍ କରିବାକୁ ଉଦ୍ୟମ ଜାରି ରହିଛି। କିନ୍ତୁ ଏହି ହାତୀଟି ଅସୁସ୍ଥ ହେବା ସହ ତା ଦେହରୁ ମାଂସ ପଚି ଝଡି ପଡ଼ୁଥିବା ଯୋଗୁ ସେ ମାନସିକ ଭାରସାମ୍ୟ ହରାଇ ପାଗଳାମି କରୁଛି।

ଟ୍ରାଙ୍କୁଲାଇଜ କରୁଥିବା ସମୟରେ ସ୍ଥାନୀୟ ପଞ୍ଚଲିଙ୍ଗେଶ୍ବର ଜଙ୍ଗଲରେ ହାତୀଟି ଅଚାନକ ଆକ୍ରମଣ କରି ମହିଳା ଫରେଷ୍ଟ ଗାର୍ଡ ଶଶିକଳା ସାହୁଙ୍କୁ ଗୁରୁତର କରି ଦେଇଛି। ସହକର୍ମୀମାନେ ତାଙ୍କୁ ମୂର୍ମୂଷୁ ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର କରି ନୀଳଗିରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ମେଡିକାଲ ସ୍ଥାନାନ୍ତର କରାଯାଇଛି।

 

ଦେବାଶିଷ ଦାଶ୍ କ୍କ ରିପୋର୍ଟ,,

You may have missed