March 10, 2026

ଆଇଏଫଟିୟୁ ପକ୍ଷରୁ ଏମକେସିଜି ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧର୍ମଘଟରେ ଅଂଶଗ୍ରହଣ

IMG-20260212-WA0020
Share

 

ସର୍ବଭାରତୀୟ ଶ୍ରମିକ ସଂଗଠନ ଇଫଟୁ ଦ୍ୱାରା ଅନୁବନ୍ଧିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ ସର୍ବ ଭାରତୀୟ ଧର୍ମଘଟରେ ଅଂଶ ଗ୍ରହଣ କରିବା ସହ ମେଡିକାଲ କଲେଜ ମୁଖ୍ୟଦ୍ୱାର ସମ୍ମୁଖରେ ପ୍ରତିବାଦ କରି କେନ୍ଦ୍ର ସରକାର ଙ୍କ ଦ୍ୱାରା ଅଣାଯାଇଥିବା ଶ୍ରମିକ କର୍ମଚାରୀ ବିରୋଧି ଚାରି ଶ୍ରମ ସଂହିତାକୁ ବାତିଲ କରିବାକୁ ଦାବୀ ରଖିଥିଲେ I ବଡ କମ୍ପାନୀଙ୍କ ସ୍ଵାର୍ଥରେ ନାମରେ ପୂର୍ବରୁ ଥିବା 29ଟି ଶ୍ରମ ଆଇନକୁ ବାତିଲ କରି ସରକାର ଶ୍ରମିକଙ୍କ ଅଧିକାରକୁ ଛଡେଇ ନେଇଛନ୍ତି I ଶ୍ରମ ସଂସ୍କାର ନାଁରେ ସରକାର ସହ ଆଠ ଘଣ୍ଟା ପରିବର୍ତ୍ତେ 10 ଘଣ୍ଟା ଶ୍ରମ ଦିବସ ଓ ମହିଳାଙ୍କୁ ରାତ୍ରୀ କାଳୀନ ଡ୍ୟୁଟି ଓ ଫିକ୍ସଡ଼ ଟର୍ମ ଏମ୍ପ୍ଲଇମେଣ୍ଟ ଭଳି କର୍ମଚାରୀ ବିରୋଧୀ ନୀତି ଗୁଡିକୁ ଲାଗୁ କରିବା ଆରମ୍ଭ କରିଛନ୍ତି। ସରକାର ଶ୍ରମିକ ଓ କର୍ମଚାରୀ ବିରୋଧୀ ଉପରୋକ୍ତ ନୀତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ କର୍ମଚାରୀ ଦାବୀ କରିଛନ୍ତି I ସର୍ବ ଭାରତୀୟ ଶ୍ରମିକ ସଂଗଠନମାନଙ୍କ ଡାକରାରେ ଆୟୋଜନ ଆଜିର ଧର୍ମଘଟରେ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପୌର କାର୍ଯ୍ୟାଳୟ ଆଗରେ ଇଫଟୁ ଅନୁବନ୍ଧିତ କର୍ମଚାରୀ ୟୁନିଅନମାନଙ୍କ ତରଫରୁ ଅଂଶ ଗ୍ରହଣ କରାଯିବା ସହ ସମର୍ଥନ ଦିଆ ଯାଇଥିଲା I ଆଜିର ଧର୍ମଘଟରେ ଆଇଏଫଟିୟୁର ରାଜ୍ୟ ସଭାପତି ତଥା କର୍ମଚାରୀ ନେତା ପ୍ରତାପ ପ୍ରଧାନଙ୍କ ସମେତ ପୌର କର୍ମଚାରୀ ନେତା ଉତ୍ତମ ନାୟକ, ଆଉଟସୋର୍ସିଙ୍ଗ କର୍ମଚାରୀ ନେତା ପ୍ରଶାନ୍ତ ପରିଛା, ସ୍ୱାସ୍ଥ୍ୟ କର୍ମଚାରୀ ନେତା ସୁନୀଲ ପାତ୍ର, ନିରଞ୍ଜନ ଦାସ, ଭାଗିରଥି ନାୟକ, ଆଶୁତୋଷ ଘଡ଼ାଇ, ମଧୁ ସୁଦନ ରାଓ, ମିନି ରାଜୁ, ସୁରଜ ନାୟକ, ସଫେଇ କର୍ମଚାରୀ ନେତା ନମିତା ନାୟକ, ପି. ରମେଶ ନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ I