ଗନିପୁର ସରକାରୀ ଉର୍ଦ୍ଧୁ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ବାର୍ଷିକ ଉତ୍ସବ

ବାଲେଶ୍ୱର : ରେମୁଣା ସ୍ଥିତ ଗନିପୁର ସରକାରୀ ଉର୍ଦ୍ଧୁ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଭାପତି ଶ୍ରୀଧର ଘୋଷଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରେମୁଣା ଏନଏସି ଅଧ୍ୟକ୍ଷା ତନୁଜା ଗିରି ଯୋଗଦେଇ ଛାତ୍ରଛାତ୍ରୀମାନେ ପାଠ ପଢ଼ି ଜଣେ ଜଣେ ବଡ଼ ମଣିଷ ସାଙ୍ଗକୁ ଭଲ ମଣିଷ ହେବା ଆବଶ୍ୟକ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ ।ମୁଖ୍ୟ ବକ୍ତା ଭାବେ ରେମୁଣା ବିଆରସିସି ଶୈଳବାଳା ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରେମୁଣା ବିଧାୟକଙ୍କ ପ୍ରତିନିଧି କାର୍ତିକ ଚନ୍ଦ୍ର ଗିରି,ରେମୁଣା ଏନଏସି ଭାଇସ ଚେୟାରମେନ ଆହେସାନ ଖାଁ, ୱାର୍ଡମେମ୍ବର ଶକୁନ୍ତଳା ମିଶ୍ର ,ସିଆରସିସି ଜ୍ୟୋର୍ତିମୟୀ ଆଚାର୍ଯ୍ୟ,କବି ଆଜିମ ବାଲେଶ୍ୱରୀ,ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶେଖ ମହମ୍ମଦ କରିମ୍ , ସମାଜସେବୀ ମହେଶ୍ୱର ପ୍ରଧାନ ,ସେଖ ଅବଦୁଲ ୱାହିଦ,କାହ୍ନୁଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଶିକ୍ଷକ ଶେଖ ସରଫୁଦ୍ଦିନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁକାନ୍ତୀ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଶିକ୍ଷୟିତ୍ରୀ ରୂପରାଣୀ କମିଳାଙ୍କ ଦ୍ୱାରା ‘ଶିଶୁଟିଏ ମୁଁ ଶିଶୁଟିଏ’ କବିତା ପାଠ କରିଥିଲେ । ବିଦ୍ୟାଳୟର ଆଲୁମିନି ମେମ୍ବରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବନ୍ଦିତା ପ୍ରଧାନ ,ରୂପରାଣୀ କମିଳା ,ସୁଶାନ୍ତ ସିଂ,ଆଲୁମିନି ସଦସ୍ୟ ଶେଖ ସୁଜାଉଦ୍ଦିନ,ମହମ୍ମଦ ମୁଖତାର ମହମ୍ମଦ ,ଶେଖ କୌସର ,ଶେଖ ସରଫୁଦ୍ଦିନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।