February 22, 2025

ବାଲେଶ୍ଵର ଆଇନ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ

Share

 

 

 

ବାଲେଶ୍ଵର: ବଣପାରିଆସ୍ଥିତ ବାଲେଶ୍ବର ଆଇନ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ଭାରାପ୍ରାପ୍ତ ଅଧ୍ୟକ୍ଷ ଡ. ନଗେନ୍ଦ୍ର କୁମାର ପାଢୀଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ହରେକୃଷ୍ଣ ଦାଶ ଯୋଗଦେଇ ଆଇନକୁ ଏକ ଆଦର୍ଶ ବୃତ୍ତି ଭାବେ ଗ୍ରହଣ କରି ସାମାଜିକ ସଂସ୍କାରର ମଂଗୁଆଳ ସାଜିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବାଂଚଳ ଜୋନ ପୋଲିସ ଡିଆଇଜି ଡ. ସତ୍ୟଜିତ ନାୟକ ଆଇନ ନ୍ୟାୟ ପ୍ରଦାନ କରିବାରେ ସର୍ବଶ୍ରେଷ୍ଠ ଭୂମିକା ଗ୍ରହଣ କରିଥାଏ ବୋଲି କହିଥିଲେ। ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ତଥା ପୂର୍ବତନ ସାଂସଦ ଇଂ. ରବିନ୍ଦ୍ର କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଆଇନର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ସଂଗ୍ରାମ କୁମାର ଆଚାର୍ଯ୍ୟ ସମାଜ ସଂସ୍କାର ପାଇଁ ଛାତ୍ରଛାତ୍ରୀଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବେ ମହାବିଦ୍ୟାଳୟ ନିର୍ଦ୍ଦେଶକ ମଧୁସୂଦନ ଦାସ, ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ଡ. ଇକବାଲୁଦ୍ଦିନ୍ ଅହମଦ ବକ୍ତବ୍ୟ ପ୍ରଦାନ କରିଥିଲେ। ମହାବିଦ୍ୟାଳୟ ଭାରାପ୍ରାପ୍ତ ଅଧ୍ୟକ୍ଷ ଡ. ନଗେନ୍ଦ୍ର କୁମାର ପାଢୀ ବାର୍ଷିକ ଚିବରଣୀ ପାଠ କରିଥିଲେ। ଉପାଧ୍ୟକ୍ଷ ଡ. ସର୍ବେଶ୍ଵର ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଅଧ୍ୟାପକ ଜୟନ୍ତ କୁମାର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପୁରସ୍କାର ବିତରଣରେ ଅଧ୍ୟାପକ ସମ୍ରାଟ କେଶରୀ ଉଦୟସିଂହ, ଅବିନାସ ନୃସିଂହ, ସ୍ବାଗତିକା ତ୍ରୀପାଠୀ, ପ୍ରାଚୀ ବିସ୍ମୟୀ ପ୍ରୀୟଦର୍ଶନ, ଲିସା ଦାସ, ବିଶ୍ଵଭାନୁ ପଟ୍ଟନାୟକ, ଶନ୍ତୁ ବେରା ସହଯୋଗ କରିଥିଲେ। ଉକ୍ତ ଉତ୍ସବ ପରିଚାଳନା କରିବାରେ ଛାତ୍ରୀ ପାରଶ ଖାନ୍ ଏବଂ ଅଙ୍କିତା ଜେନା ଦାୟିତ୍ଵ ଗ୍ରହଣ କରିଥିଲେ। ସର୍ବଶେଷରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀମାନେ ଉପସ୍ଥିତ ରହି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ।