May 10, 2026

ଛତ୍ରପୁର ବିଧାୟକ ଙ୍କ ଦ୍ଵାରା ବଉଳ ଗାଁ ଗ୍ରାମ ପଂଚାୟତ ର ବିଭିନ୍ନ ପ୍ରକଳ୍ପ ଉଦଘାଟନ ହେଲା 

IMG-20250212-WA0041
Share

 

 

 

ଛତ୍ରପୁର -୧୨/୨/୨୫(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳ ଗାଁ ଗ୍ରାମ ପଂଚାୟତ କୁ ଛତ୍ରପୁର ଯୁବ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ବିଭିନ୍ନ ପ୍ରକଳ୍ପ କୁ ଉଦଘାଟନ କରିଥିଲେ ନନ୍ଦ ପଣ୍ଡାପଲି ଗ୍ରାମରୁ ବିଧାୟକ ଙ୍କୁ ବିରାଟ ପଟୁଆର ରେ ପାଛୋଟି ନିଆଯାଇଥିଲା ପ୍ରଥମେ ରୁକୁଣି ଗାଁ ବଜାର ଗୃହ ଓ ଭାଗିରଥି ପୁର ର ଚନ୍ଦ୍ରଶେଖର ସଭା ମଣ୍ଡପ ଏବଂ ଦିବ୍ୟସିଂହ ପୁର ନୀଳକଣ୍ଠେଶ୍ଵର କଲ୍ୟାଣ ମଣ୍ଡପ ଓ ବଉଳ ଗାଁ ପଂଚାୟତ ଠାରେ ନିର୍ମିତ ସଦଭାବନା ସଭଗୃହ, ଦାସ ସାହି କୋଠାଘର ଓ ସ୍କୁଲ ର ଅତିରିକ୍ତ ଶ୍ରେଣୀ ଗୃହ ଓ କଲ୍ୟାନେଶ୍ଵର କଲ୍ୟାଣ ମଣ୍ଡପ ପ୍ରମୁଖ ର ଶୁଭ ଉଦଘାଟନ କରିଥିଲେ ଏହି ଉଦଘାଟନ ଉତ୍ସବରେ ବିଧାୟକ ଙ୍କ ସହ ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା, ଛତ୍ରପୁର ବ୍ଲକ ଅଧକ୍ଷା ଶ୍ରୀମତୀ କିରଣ କୁମାରୀ ଦାସ, ବି ସି ସି ବ୍ୟାଙ୍କ ଦୁର୍ୟୋଧନ ପରିଡା, ୨୧ନ ଜୋନ ଜିଲ୍ଲା ପରିଷଦ ସଭ୍ୟା ଛବିତା ବେହେରା, ସରପଞ୍ଚ ପ୍ରତିମା ଦାସ, ସମିତି ସଭ୍ୟ ରାମ ଚନ୍ଦ୍ର ପରିଡା, ନାଏବ ସରପଞ୍ଚ ଅଶୋକ ମୁଦୁଲି ଓ ବ୍ଲକ କନିଷ୍ଠ ଯନ୍ତ୍ରୀ ଜୟସେନ ବେହେରା ୱାର୍ଡ ସଭ୍ୟା ମଞ୍ଜୁଶ୍ରୀ ଶତପଥି, ମେନକା ଶତପଥି ଓ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହିଥିଲେ ଏବଂ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ଯୁବ ନେତା ମଣ୍ଟୁ ପାଢ଼ୀ, ଚିରଞ୍ଜିବି ପରିଡା, ପ୍ରଫୁଲ୍ଲ ଶତପଥି, ବିରଞ୍ଚି ନାରୟଣ ଶତପଥି, ସ୍ୱାଧୀନ ଶତପଥି, ଯୁବ ସାମ୍ବାଦିକ ଓୟୁଜେ ସାଧାରଣ ସମ୍ପାଦକ ସନ୍ତୋଷ ମିଶ୍ର, ପ୍ରଶାନ୍ତ ଶତପଥି, ମଣ୍ଟୁ ମିଶ୍ର, ସୁରେଶ ମିଶ୍ର, ପୂର୍ବତନ ସରପଞ୍ଚ ବିଜୟ ପରିଡା, ବି ଯେ ପି କଣମଣ ମଣ୍ଡଳ ସଭାପତି ପଦ୍ମ ପରିଡା,ବି ଯେ ପି ଯୁବ ନେତା ମଙ୍ଗଳା ପାଣିଗ୍ରାହୀ, ଭ୍ରମରା ବର ଦାସ, ବିଭିନ୍ନ ଗ୍ରାମ ବାସି ଓ କଲ୍ୟାନେଶ୍ୱର ଯୁବକ ସଙ୍ଘ ପକ୍ଷରୁ ବିଭିନ୍ନ ଦାବି ବିଧାୟକ ଙ୍କ ନିକଟରେ ଉପସ୍ଥାପନ କରଥିଲେ ଶେଷରେ ବିଧାୟକ ବଉଳ ଗାଁ ଗ୍ରାମରେ ଚାଲିଥିବା ୫ଦିନ ବ୍ୟାପି ନାମ ଯଜ୍ଞ ଓ ଅର୍ଣ୍ଣ ଯଜ୍ଞ ରେ ଯୋଗ ଦେଇ ପ୍ରଭୁ କୃପା ଲାଭ କରିଥିଲେ