February 22, 2025

ଉମରକୋଟ ଠାରେ ସହିଦ ବଗା ପୁଜାରୀ ଙ୍କ ୮୩ ତମ ବଳିଦାନ ଦିବସ ପାଳିତ……….

Share

 

ଉମରକୋଟ :- (ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଇଂରେଜ ସରକାରଙ୍କ ନିର୍ଯାତନାରେ ସହିଦ ହେଇଥିବା ପ୍ରଥମ ସ୍ଵାଧୀନତା ସଂଗ୍ରାମୀ ସହିଦ ବଗା ପୁଜାରୀ ଙ୍କ ୮୩ ତମ ବଳିଦାନ ଦିବସ ତଥା ଶ୍ରାଦ୍ଧ ଦିବସ ନିଜ ଗାଁ ବଡ଼ ଭରଣ୍ଡି ଠାରେ ମହା ଆଡ଼ମ୍ବରରେ ପାଳନ କରାଯାଇଥିଲା। ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେଇ ସହିଦ ବଗା ପୁଜାରୀ ସ୍ଵାଧୀନତା ଆନ୍ଦୋଳନରେ ଯୋଗ ଦେଇ ଥିଲେ।୧୯୪୩ ଭାରତ ଛାଡ଼ ଆନ୍ଦୋଳନରେ ସେ କୋରାପୁଟ ଜେଲରେ ଫେବୃଆରୀ ୧୧ ତାରିଖ ଦିନ ବ୍ରିଟିଶ ନିର୍ଯ୍ୟାତନା ରେ ସହିଦ ହେଇଥିଲେ। ଏପରିକି ଇଂରେଜ ସରକାର ମୃତ୍ୟୁ ଖବର ଦେଇ ନଥିଲେ। ତାଙ୍କ ସୋହଯୋଗି ଜେଲରୁ ଖଲାସ ହେବା ପରେ ଘର ଲୋକ ଲୋକେ ଜାଣି ପାରିଥିଲେ ଓ ୩ ମାସ ପରେ ଶ୍ରାଦ୍ଧ କ୍ରିୟା ସଂପନ୍ନ ହେଇ ଥିଲା। ଆଜି ବୋଡି ଭୋରୁ ସ୍ଥାନୀୟ ସ୍କୁଲ ର ଛାତ୍ର ଛାତ୍ରୀ ଓ ଯୁବକ ମାନେ ପ୍ରଭାତ ଫେରି କରିଥିଲେ। ପରେ ସହିଦ ପୀଠ ଠାରେ ସହିଦ ବଗା ପୁଜାରୀ ଙ୍କ ନାତୁଣୀ ତଥା ଓଡ଼ିଶା ର ପୂର୍ବତନ ମନ୍ତ୍ରୀ ପରମା ପୁଜାରୀ ଜାତୀୟ ପତାକା ଉତୋଳନ କରି ଆଜିର ଦିବସ ରେ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ଅବଗତ କରାଇଥିଲେ। ପରେ ଦିନ ୧୧ ଟା ସମୟ ରେ ଉମରକୋଟ ପୋଲିସ ଦ୍ବାରା ସହିଦ ପିଠ ଠାରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ପରେ ବଗା ପୁଜାରୀ ସେବା ସଦନ ପ୍ରାଙ୍ଗଣ ରେ ଅନୁଷ୍ଠିତ ସ୍ମୃତି ସଭାରେ ସର୍ବ ପ୍ରଥମେ ସହିଦ ବଗା ପୂଜାରୀଙ୍କ ଫୋଟ ଚିତ୍ର ରେ ପୁଷ୍ପ ପ୍ରଦାନ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହେଇ

ଥିଲା। ସଭା ରେ ସଭାପତିତ୍ବ କରିଥିଲେ ପୂର୍ବତନ ମନ୍ତ୍ରୀ ପରମା ପୁଜାରୀ ସଭା ରେ ମଞ୍ଚ ପରିଚାଳନା କରିଥିଲେ ସହିଦ ସ୍ମୃତି କମିଟି ର କାର୍ଯ୍ୟକାରୀ ସଭାପତି ମନୋରଂଜନ ତ୍ରିପାଠୀ। ପ୍ରଥମେ ପରମା ପୁଜାରୀ ସ୍ବାଗତ ଭାଷଣ ପ୍ରଦାନ କରି ସହିଦ ବଗା ପୁଜାରୀ ଙ୍କ ସ୍ଵାଧୀନତା ସଂଗ୍ରାମ ରେ ଥିବା ଅବଦାନ କୁ ନେଇ ସୁନ୍ଦର ଭାବରେ ସ୍ମୃତି ଚାରଣ କରିଥିଲେ। ଏହି ସଭାରେ ଝରିଗାଁ ର ବିଧାୟକ ନରସିଂହ ଭତ୍ର।, ପୂର୍ବତନ ରାଜ୍ୟ ସଭା ସଦସ୍ୟ ଭଗବାନ ମାଝି, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଲୋକସଭା ସଭ୍ୟ ରମେଶ ଚନ୍ଦ୍ର ମାଝୀ, ଅବସର ପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ସୁରେନ୍ଦ୍ର ନାଥ ଦାସ,ଉମରକୋଟ ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝି, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ପ୍ରତିନିଧି ଅଶୋକ କୁମାର ପାଢ଼ୀ, ପୂର୍ବତନ ଜିଲ୍ଳା ପରିଷଦ ସଭାପତି ଭାଗିରଥି ନାୟକ, ମା ଘର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ, କଂଗ୍ରେସ ନେତ୍ରୀ ହ।ରା ବତି ଗଣ୍ଡ, ଇସା ଲାଠିଆ , ଅବସର ପ୍ରାପ୍ତ ଶିକ୍ଷକ କେଦାର ପଟ୍ଟନାୟକ, ସୁରେନ୍ଦ୍ର ନାୟକ ଓ ଶରାଦୁ ପୁଜାରୀ ପ୍ରମୁଖ ଉପସ୍ଥିତ ରହି ସହିଦ ବଗା ପୂଜାରୀଙ୍କ ସ୍ମୃତି ରେ ଭାଷଣ ପ୍ରଦାନ କରିଥିଲେ। ପୂର୍ବତନ ଉମରକୋଟ ବ୍ଲକ ଅଧ୍ୟକ୍ଷ ଗୋପାଳ ପୁଜାରୀ ଧନ୍ୟବାଦ୍ ପ୍ରସ୍ତାବ ଆଗତ କରିଥିଲେ। ଏହି ଅବସର ରେ ସମାଜ ରେ ଉଲ୍ଲେଖନୀୟ ଅବଦାନ ପାଇଁ ସହିଦ ବଗ। ପୁଜାରୀ ସ୍ମୃତି କମିଟି ପକ୍ଷରୁ ଖୁଟୁଗୁଡ଼ା ଗ୍ରାମର ଅଙ୍ଗନୱାଡ଼ି କର୍ମୀ ଦଶମି ଭତ୍ର।, ଉମରକୋଟ ପୌର ପରିଷଦର ସଫେଇ କର୍ମଚାରୀ ଭୁବନ୍ତି ହରିଜନ, ଉମରକୋଟ ପୋଷ୍ଟ ମ୍ୟାନ ରୋହନ କୁମାର ଜେନା, ହୋମ ଗାର୍ଡ ଜୋସେଫ ଖରା, ନର୍ସିଂ ଅଫିସର ନିବେଦିତା ଜେନାଙ୍କୁ ମାନ ପତ୍ର ଓ ଉପଡକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ପୂର୍ବତନ ମନ୍ତ୍ରୀ ପରମା ପୁଜାରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ।ବଧ।ନ ରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା।