ଝଙ୍କଡ଼ ସାରଳା ମନ୍ଦିରରେ ସାରଳା ସର୍ଜ୍ଜନା ର ଉନ୍ମୋଚନ..
ତିର୍ତ୍ତୋଲତା 12/1/ 2026 ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ କାବ୍ୟକଳା ର ଆରାଧ୍ୟା ଦେବୀ ଉତ୍କଳଭାରତୀ ମା ସାରଳା ଙ୍କ ପଦପଙ୍କଜ ତଳେ ସାରଳାଦାସ ସ୍ମୃତିସଂସଦ, ଭୁବନେଶ୍ୱର ଓଡିଶା ର ବାର୍ଷିକ ମୁଖପତ୍ର ” ସାରଳା ସର୍ଜନା ” ର ସମର୍ପଣ ଓ ଉନ୍ମୋଚନ ଗତ ସୋମବାର ଦିନ ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟସମ୍ପାଦକ ପ୍ରଦୀପ୍ତ କୁମାର ବିଶ୍ୱାଳ ଓ ସମ୍ପାଦନାମଣ୍ଡଳୀ ର ଡ଼ ଆରତୀ କର, କମଳଲୋଚନ ରାୟ,ବିକାଶ ଚନ୍ଦ୍ର ପରିଜା ଓ ତ୍ରିନାଥ ବାରିକ ଙ୍କ ମିଳିତ ସମ୍ପାଦନା ରେ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ସାରସ୍ୱତ ସାଧକ ଉପଦେଷ୍ଟା ଓ କର୍ମକର୍ତ୍ତା ଙ୍କ ପ୍ରେରଣା ରେ ପ୍ରକାଶିତ ଏହି ସାରଳା ସର୍ଜନା ସ୍ମରଣିକା କୁ ମାଆଙ୍କ ନାଟ୍ୟମଣ୍ଡପ ସମ୍ମୁଖରେ ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା, ଅନୁଷ୍ଠାନର ଉପସଭାପତି ବିକାଶ ଚନ୍ଦ୍ର ପରିଜା, ପଣ୍ଡାସେବକ ଙ୍କ ପ୍ରତିନିଧି ପରିଚ୍ଛl ପଣ୍ଡିତ ଦୁର୍ଗାଚରଣ ପଣ୍ଡା, ନିରଞ୍ଜନ ଆଚାର୍ଯ୍ୟ, ସମାଜସେବୀ ଆଶିଷ ପରିଜା, ଦିଲ୍ଲୀପ ପଟ୍ଟନାୟକ, ଭାଗିରଥି ରାଉଳ ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମ୍ମୁଖ ଉନ୍ମୋଚନ କରିଥିଲେ l ସୂଚନା ଯୋଗ୍ୟ ଏହି ଅନୁଷ୍ଠାନ ତରଫରୁ ଦୀର୍ଘ ଏଗାରବର୍ଷ ଧରି ସାରଳା ପାଞ୍ଜି ମଧ୍ୟ ପ୍ରକାଶପାଇଆସୁଅଛି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
