କଳାର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କ ପୀଠରେ ନାଟ୍ୟମଣ୍ଡପ ନିର୍ମାଣ ପାଇଁ ଦାବୀ …
ତିର୍ତ୍ତୋଲ12/1/2026 ଓଡିଶାର ଯାତ୍ରା, ପାଲା, ଦାସକାଠିଆ, ଘୋଡାନାଚ, ସଂକୀର୍ତ୍ତନ ଠାରୁ ଆରମ୍ଭ କରି ଯେତେ ଲୋକନୃତ୍ୟ, ଲୋକକଳା ଓ ଲୋକସଙ୍ଗୀତ ରହିଛି, ପ୍ରାୟ ସମସ୍ତ କଳାଅନୁଷ୍ଠାନ ମା ସାରଳା ଙ୍କ ପୀଠ ରେ ମାନସିକ ନୃତ୍ୟ ସଙ୍ଗୀତ ଆଦି ପରିବେଷଣ କରିବାପରେ ଦୂରଦୁରାନ୍ତ କୁ ଯାତ୍ରାକରି ସୁନାମ ଓ ସୁଖ୍ୟାତି ଅର୍ଜନ କରିଥାନ୍ତି l ମାତ୍ର ଦୀର୍ଘ 10/12 ବର୍ଷ ଧରି ସାରଳାପୀଠରେ ନାଟ୍ୟମଣ୍ଡପ ଟିଏ ନଥିବାରୁ କଳାକାର ମାନେ ନିରୁତ୍ସାହିତ ହୋଇ ଫେରିଯାଉଛନ୍ତି l ଏଥିପାଇଁ ସାରଳାମନ୍ଦିର ପରିଚାଳନା ସମିତିର ସୋଲଟ୍ରଷ୍ଟି ତଥା ଜଗତସିଂହପୁର ଜିଲ୍ଲାପାଳ ଙ୍କ ସମେତ ଦେବୋତ୍ତର ବିଭାଗ ଓ ବିଶେଷକରି ରାଜ୍ୟସଂସ୍କୃତିବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ଗତ ସୋମବାର ସନ୍ଧ୍ୟାରେ ଯାତ୍ରାଜଗତର ଖ୍ୟାତନାମା ଖଳନାୟକ ତଥା ଉତ୍କଳ ଯାତ୍ରାଶିଳ୍ପୀ ସଙ୍ଘ ର ପ୍ରାକ୍ତନ ସଭାପତି ଦୈତାରୀ ପଣ୍ଡା, ମା ସାରଳା ଙ୍କ ଦର୍ଶନ କୁ ଆସିଥିବା ଅବସରରେ ଗଭୀରକ୍ଷୋଭପ୍ରକାଶ କରିବା ସହିତ ଦୃଢ଼ ଦାବୀ କରିଅଛନ୍ତି l ତାଙ୍କ ସହିତ କୋଣାର୍କ ଗଣନାଟ୍ୟ ର ମୁଖ୍ୟନାୟିକା ନଳିନୀ ସ୍ୱାଇଁ ଓ ହାସ୍ୟଭିନେତା କେଳୁଚରଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଅନୁରୂପ ପ୍ରତକ୍ରିୟା ପ୍ରକାଶ କରିଥିଲେ l ମାଆଙ୍କ ସେବାୟତ ମାନେ ସମସ୍ତ କଳାକାର ମାନଙ୍କୁ ସ୍ୱାଗତ କରିବା ସହିତ, ମାଆଙ୍କ ଅଜ୍ଞ୍ୟାମାଳ, ଅଙ୍ଗବସ୍ତ୍ର ଓ ପୁଷ୍ପଚନ୍ଦନ ଅର୍ପଣ କରିଥିବାର ଦେଖିବାକୁ ମିଳିଥିଲା lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
