March 8, 2026
IMG-20260112-WA0105
Share

 

 

ଖୋର୍ଦ୍ଧା -(ପ୍ରିୟଙ୍କା ମହାପାତ୍ର)ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ଯୁବ ଦିବସ ଯୁବ ରେଡକ୍ରସ ଆନୁକୂଲ୍ୟରେ ପାଳିତ ହୋଇଯାଇଛି. ସଭା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସାମୁହିକ ଭାବେ ରାଷ୍ଟୀୟ ସଂଗୀତ ବନ୍ଦେ ମାତରମ ଗାନ କରାଯାଇଥିଲା. ସ୍ୱାମୀ ବିବେକାନନ୍ଦ ଙ୍କ ଜନ୍ମ ଜୟନ୍ତୀରେ ଏକ ସଭା କଲେଜ ର ଶ୍ରେଣୀ କକ୍ଷ ରେ ଆୟୋଜିତ କରାଯାଇଥିଲା. ଏହି ସଭାରେ କଲେଜର ପ୍ରଶାସନିକ ଅଧିକାରୀ ଗଙ୍ଗାଧର ଦାସ, ବରିଷ୍ଠ ଅଧ୍ୟାପକ ଅପରତୀ ବେହେରା, ସ୍ନାତକତର ଶିକ୍ଷକ ଶ୍ରୀଯୁକ୍ତ ମନୋଜ ସାମନ୍ତରାୟ, ଆରତୀ ମିଶ୍ର ଓ ନିରୁପମା ମହନ୍ତ ଅତିଥି ରୂପେ ଯୋଗଦେଇଥିଲେ. ସର୍ବ ପ୍ରଥମେ ସ୍ୱାମୀ ବିବେକାନନ୍ଦ ଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପୁଷ୍ପ ପ୍ରଦାନ କରାଯାଇଥିଲା.ଯୁବ ରେଡକ୍ରସ ର ଛାତ୍ର ଛାତ୍ରୀ ମାନେ ଯଥା ଦୀପିକା ପାତ୍ର, ଇତିଶ୍ରୀ ମହାରଣା, ମିଲନ ବେହେରା ଓ ବୈଶାଖୀ ମହାନ୍ତି ସ୍ୱାମୀ ବିବେକାନନ୍ଦ ଙ୍କ ଜୀବନୀ ଉପରେ ନିଜ ନିଜର ବକୃତା ରଖିଥିଲ. ଅଧ୍ୟାପକ ଗଙ୍ଗାଧର ଦାସ ଛାତ୍ର ଛାତ୍ରୀ ମାନଙ୍କୁ ସମକ୍ୟ ବକ୍ତବ୍ୟ ମାଧ୍ୟମରେ କହିଥିଲେ କି ଜୀବନରେ କିଭଳି ସଫଳତା ମିଳିବ ତାହା ସ୍ୱାମୀ ବିବେକାନନ୍ଦ ଙ୍କ ଜୀବନୀ ବାଣୀ ସହିତ ସଂଯୋଗ କରି ବୁଝାଇଥିଲେ. ଏହା ପରେ ଅଧ୍ୟାପକ ଅପରତୀ ବେହେରା କହିଥିଲେ କି ଆମେ ସମୟାନୁବର୍ତ୍ତିତା ହେବା ସହିତ ଆମ ଭିତରେ କିପରି ଭଲ ପାଇବା ସୃଷ୍ଟି ହେବ ତାହା ଉପରେ ଗୁରୁତ୍ୱ ଆରୋପ କରିଥିଲେ. ମନୋଜ ସାମନ୍ତରାୟ ଛାତ୍ର ଛାତ୍ରୀମାନେ କିଭଳି ଭୟ ଠାରୁ ଦୁରେଇ ରହି ଜୀବନରେ ସଫଳତା ହାସଲ କରିପାରିବ ତାହା ଉପରେ ଗୁରୁତ୍ୱ ଦେଇଥିଲେ. ଏହି ସମସ୍ତ କାର୍ଯ୍ୟକ୍ରମ କୁ ଯୁବ ରେଡ଼କ୍ରସ ର କାଉନସିଲର ଜିତେନ୍ଦ୍ର କୁମାର ବସ୍ତି ପରିଚାଳନା କରିଥିଲେ.

You may have missed