March 12, 2026

ତୁମ୍ବାଗଡ ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି

IMG-20260112-WA0084
Share

 

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଇଲାକା ତଥା ତୁମ୍ବାଗଡ ପଞ୍ଚାୟତ ପରିସରରେ ସୋମବାର ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଭିଯୋଗ ଶୁଣାଣୀ ଶିବିରରେ ପାତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ଚରଣ ସୋରେନ,ତହସିଲଦାର ଅଶୋକ ପଟ୍ଟନାୟକ, ସିଡ଼ିପିଓ ନମିତା ପଣ୍ଡା, ସହକାରୀ ଶ୍ରମ ଅଧିକାରୀ ପ୍ରକାଶ କୁମାର ପରିଡ଼ା, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ଯଶୋଦା ଶବର ,ସରପଞ୍ଚ ପ୍ରଶାନ୍ତ ସେଠୀ ଓ ସମିତି ସଭ୍ୟ ନାରାୟଣ ନାୟକ ମଞ୍ଚାସୀନ ଥିଲେ। ପାତ୍ରପୁର ବ୍ଲକର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତି ରହି ପଞ୍ଚାୟତ ବାସିଙ୍କ ଅଭିଯୋଗ ଶୁଣିଥିଲେ। । ଅନ୍ୟ ପକ୍ଷରେ ଜନସାଧାରଣ ପାଇଁ ଅଭିଯୋଗ ଶୁଣାଣୀ ସ୍ଥଳରେ ସହାୟକ କେନ୍ଦ୍ର ଓ ଅଭିଯୋଗ ପଞ୍ଜିକରଣରେ ପାତ୍ରପୁର ବ୍ଲକର ସମସ୍ତ ପିଇଓ ଓ ଏଡିଇଓ ସହଯୋଗ କରିଥିଲେ। ଶିବିରରେ ଭତ୍ତା, ଆବାସ, ରାସନ କାର୍ଡ, ଶିକ୍ଷା, ସ୍ବାସ୍ଥ୍ୟ ,ପରିମଳ, ଘର ପଟ୍ଟା, ଧାନ ଟୋକେନ ଓ ମଣ୍ଡି ବିଷୟରେ ଆଦି ବିଭିନ୍ନ ବିଭାଗର ପ୍ରାୟ ୩୩ ଗୋଟି ଅଭିଯୋଗର ଶୁଣାଣି ହୋଇଥିବା ବେଳେ ସେଥିରୁ ବ୍ୟକ୍ତିଗତ ୨୯ ଓ ୪ଟି ସାମୁହିକ ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ କେବଳ ସୁଭଦ୍ରା ଯୋଜନାକୁ ନେଇ ଅଭିଯୋଗ ମଧ୍ୟ କରିଛନ୍ତି ବହୁ ସୁଭଦ୍ରା ମାଁ ମାନେ। ଅନ୍ୟ ପକ୍ଷରେ ତୁମ୍ବାଗଡ ନାୟକ ସାହିର ପ୍ରାୟ ୨୪ ଜଣ ହିତାଧିକାରୀଙ୍କୁ ବିଗତ ୨୦ ବର୍ଷ ତଳେ ସରକାରଙ୍କ ତରଫରୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ସ୍ଥାନ ଚିହ୍ନଟ କରିନଥିବା ନେଇ ତହସିଲଦାରଙ୍କ ପାଖରେ ଗୁହାରି କରିଥିଲେ। ତହସିଲଦାର ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କ ସହିତ ଯୋଗାଯୋଗ କରିବା ପାଇଁ କହିଥିଲେ। ପରେ ଉକ୍ତ ଗ୍ରାମବାସୀ ଜରଡା ରାଜସ୍ବ ନୀରିକ୍ଷକଙ୍କୁ ଘେରିଥିଲେ। ରାଜସ୍ବ ନୀରିକ୍ଷକ ଆସନ୍ତା କାଲି ସକାଳ ୧୦ ଘଣ୍ଟା ସମୟରେ ସମସ୍ତେ ନିଜ ନିଜର ପଟ୍ଟା ଧରି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଆସିବା ପାଇଁ ଅନୁରୋଧ କରିଥିଲେ। ସେହିପରି ଆଜିର ଜନ ଶୁଣାଣୀ ଶିବିରରେ ପଞ୍ଜିକୃତ ହୋଇଥିବା ସମସ୍ତ ଅଭିଯୋଗ ଉପରେ ତ୍ଵରିତ ପଦକ୍ଷେପ ନେବାକୁ ଗୋଷ୍ଟି ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ଚରଣ ସୋରେନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜିର ଅଭିଯୋଗ ଶୁଣାଣୀ ଶିବିରରେ ଶିକ୍ଷା, ମତ୍ସ୍ୟ ,କୃଷି ଓ ଗ୍ରାମ୍ୟ ଉନ୍ନୟନ ବିଭାଗ , ଏମ୍ ଆଇ, ଇରିଗେଷନ,ପୂର୍ତ୍ତ ବିଭାଗ, ବିଦ୍ୟୁତ୍ ବିଭାଗ ,ପଞ୍ଚାୟତର ସମସ୍ତ ଓ ଏଲ୍ ଏମ ଷ୍ଟାଫ୍ ଓ ଅଙ୍ଗନବାଡି କର୍ମୀ ସମେତ ବିଭିନ୍ନ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।(ଚିକିଟି ଶୁଭଶ୍ରୀ ପ୍ରଧାନ )