March 10, 2026

ସଅଁରା ହାଇସ୍କୁଲ ର 51 ତମ କ୍ରୀଡା ଉତ୍ସବ ଓ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ..

IMG-20260112-WA0054
Share

-ତିର୍ତ୍ତୋଲ -ତା12/1/2026 ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲବ୍ଲକ ସଅଁରା ସରକାରୀ ଉଚ୍ଚବିଦ୍ୟାଳୟ ର ଏକାବନ ତମ ବାର୍ଷିକ କ୍ରୀଡାଉତ୍ସବ ସହିତ ସ୍ୱାମୀ ବିବେକାନନ୍ଦ ଙ୍କ ଜୟନ୍ତୀ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ଗତ ସୋମବାର ଦିନ ବିଦ୍ୟାଳୟର ଖେଳପଡିଆରେ ଆୟୋଜିତ ଏହି ବାର୍ଷିକ କ୍ରୀଡାଉତ୍ସବ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରାଯାଇ କ୍ରୀଡାପତାକା ଉତ୍ତୋଳନ କରାଯାଇଥିଲା l ପ୍ରଧାନଶିକ୍ଷୟିତ୍ରୀ ମହାମାୟା ବିଶ୍ୱାଳ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସଭାରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନରୋତ୍ତମ ଭୂୟାଁ, ସ୍ଥାନୀୟ ସରପଞ୍ଚ ବିକ୍ରମ କିଶୋର ସ୍ୱାଇଁ, ପରିଚାଳନା କମିଟି ସମ୍ପାଦକ ସର୍ବେଶ୍ୱର ଦାସ, ସି ଆର ସି ସି ରଶ୍ମିରଂଜନ ନାୟକ ଓ ରବୀନ୍ଦ୍ରନାଥ ସାହୁ ପ୍ରମ୍ମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ହୋଇ, କ୍ରୀଡା ମାଧ୍ୟମରେ ଶାରୀରିକ ବ୍ୟାୟାମ ସହିତ ଉତ୍ତମ ସ୍ୱାସ୍ଥ୍ୟ ଗଠନ ହୋଇଥାଏ l ନିୟମିତ ଅଭ୍ୟାସ ଦ୍ୱାରା ଆମଦେଶର ଖେଳାଳି ମାନେ ବିଭିନ୍ନପ୍ରକାର କ୍ରୀଡା ପ୍ରଦର୍ଶନ ରେ ବିଜୟୀ ହୋଇ ଦେଶ ଓ ଜାତି କୁ ଗୌରବl ନ୍ୟୁତ କରୁଥିବାବେଳେ, ଏହି ବିଦ୍ୟାଳୟ ର ପିଲାମାନେ ଭବିଷ୍ୟତ ରେ ଭଲଖେଳାଳୀ ହୋଇ ବିଦ୍ୟାଳୟର ସୁନାମ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ l ବିଶେଷକରି ସ୍ୱାମୀ ବିବେକାନନ୍ଦ ଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ବଡ଼ମଣିଷ ଭଲମଣିଷ ହେବାପାଇଁ ମଧ୍ୟ ପରାମର୍ଶ ଦେଇଥିଲେ l କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିବା ବେଳେ ବରିଷ୍ଠ ଶିକ୍ଷକ ବାବୁଲି ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିଲେ l ଶେଷରେ ଶିକ୍ଷକ ଟୁଟୁ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ lଏହି ସମସ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର