କୋରାପୁଟ ଠାରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ବସଷ୍ଟାଣ୍ଡ ଉଦଘାଟିତ

କୋରାପୁଟ,(ଗୁପ୍ତେଶ୍ୱର ରଥ କୋରାପୁଟ)କୋରାପୁଟ ଜିଲ୍ଲା ଲମତାପୁଟ ଠାରେ ଅଟଳ ବସ୍ ଷ୍ଟାଣ୍ଡ ଓଡ଼ିଶାର ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ କର କମଳରେ ଆଭାସୀ ମାଧ୍ୟମରେ ଶୁଭ ଉଦଘାଟନ ହୋଇଯାଇଛି I ଏହି ବସ୍ ଷ୍ଟାଣ୍ଡ ଉଦଘାଟନ ଅବସରେ କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । I1.2 acre ବିସ୍ତୃତ ଏହି ବସ୍ ଷ୍ଟାଣ୍ଡରେ ଅତ୍ୟାଧୁନିକ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ରହିଛି I ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବସିବା ବ୍ୟବସ୍ଥା ଠାରୁ ଆରମ୍ଭ କରି ଉଭୟ ପୁରୁଷ ଓ ମହିଳାଙ୍କ ନିମନ୍ତେ ଶୌଚାଳୟ ବ୍ୟବସ୍ଥା ରହିଛି I ଦୁଇଟି ଗେଟ ପ୍ରବେଶ ଓ ପ୍ରସ୍ଥାନ , ଦୁଇଟି ଟିକେଟ କାଉଣ୍ଟର, ପୁରୁଷ ଓ ମହିଳା ଙ୍କ ପାଇଁ,ଅଫିସର ଚେମ୍ବର, ମିଶନ ଶକ୍ତି କେଫେ ତଥା ଗାଡି ଡ୍ରାଇଭର ଓ conductorଙ୍କ ବିଶ୍ରାମ ଗୃହ ଉଭୟ ପୁରୁଷ ଓ ମହିଳାଙ୍କ ନିମନ୍ତେ ଅଲଗା ଅଲଗା ରହିଛି I ବସ୍ ଷ୍ଟାଣ୍ଡ ମଧ୍ୟରେ 4ଟି ଷ୍ଟଲ, ସ୍ୱତନ୍ତ୍ର ଗାଡି ଧୋଇବା ବ୍ୟବସ୍ଥା, EV charging station, Fire fighting system,୩ଟି store room, DG set,PA system ଘୋଷଣା କରିବା ପାଇଁ ରହିଛି I ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି CCTV ବ୍ୟବସ୍ଥା ସହ ideal parking ବ୍ୟବସ୍ଥା କରଯାଇଛି I ଏହି ବସ୍ ଷ୍ଟାଣ୍ଡ ପ୍ରାୟ 50 ହଜାର ଲୋକଙ୍କୁ ସୁବିଧା ଯୋଗାଇବା ସହ 117ଟି ଗ୍ରାମ, 11 ଟି ଗ୍ରାମ ପଞ୍ଚାୟତକୁ ଉପକୃତ କରିବ I ବସ୍ ଷ୍ଟାଣ୍ଡ ଉଦଘାଟନ ଅବସରରେ ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ I ମୁଖ୍ୟମନ୍ତ୍ରୀ ଆଭାସି ମାଧ୍ୟମରେ ଦୁଇଜଣ ହିତାଧିକାରୀଙ୍କ ସହ କଥା ହେଇ ବସ୍ ଷ୍ଟାଣ୍ଡର ଅତ୍ୟ ଆଧୁନିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ I ମହିଳା ହିତାଧିକାରୀ ସୁମିତ୍ରା ବେହେରା ବସ୍ ଷ୍ଟାଣ୍ଡରେ ସିସି ଟିଭି ଲାଗିଥିବାରୁ ସୁରକ୍ଷିତ ମନେ କରୁଛନ୍ତି ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ବିଶେଷ ଧନ୍ୟବାଦ ଜ୍ଞାପନ କରିଥିଲେ I ଆଉ ଜଣେ ହିତାଧିକାରୀ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଇ ବସ୍ ଷ୍ଟାଣ୍ଡ ଉଦଘାଟନ ଲମତାପୁଟ ବାସୀଙ୍କ ଅନେକ ଦିନର ଆଶା ପୂରଣ ହୋଇଥିବାରୁ ଖୁସି ଲାଗୁଛି ବୋଲି କହିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଲମତାପୁଟ ପଞ୍ଚାୟତ ଅଦକ୍ଷ ତାପସ କୁମାର ଚାଲାଣ ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ଭାୟୀ ଅ
