ବ୍ରହ୍ମପୁର ମହାନଗର ମହୋତ୍ସବରେ ଉପାନ୍ତ ସାହିତ୍ୟ ସଂସଦ ପକ୍ଷରୁ କବିତା ଆସର
ବ୍ରହ୍ମପୁର ଷ୍ଟିଫେନ ଚର୍ଚ୍ଚ ପଡ଼ିଆ ଠାରେ ଶୁକ୍ରବାର ଅପରାହ୍ନରେ ବ୍ରହ୍ମପୁର ମହାନଗର ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ପାତ୍ରପୁର ବ୍ଲକରେ ଗଢ଼ି ଉଠିଥିବା ଉପାନ୍ତ ସାଂସ୍କୃତିକ ସାହିତ୍ୟ ସେବା ସଂସଦ ପକ୍ଷରୁ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପଣ୍ଡିତ ମାନଙ୍କ ଦ୍ୱାରା ବେଦ ପାଠ ଓ ମନ୍ତ୍ର ଉଚ୍ଚାରଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରାଯାଇ ଶୁଭାରମ୍ଭ କରାଯାଇଥିଲା। ସାହିତ୍ୟ ସମାରୋହ ପର୍ବରେ ସଭାପତି ସୁଦୀପ୍ତ କୁମାର ପଟ୍ଟନାୟକ, ବିଭୂତି ଭୂଷଣ ମିଶ୍ର ,ବିଜୟ ମିଶ୍ର ଉପ ସଭାପତି ଶଶାଙ୍କ କୁମାର ପ୍ରଧାନ,କୋଷାଧ୍ୟକ୍ଷ ରାମ ଗୋପାଳ ପାଢ଼ୀ, ମନ ମୋହନ ରଥ ପ୍ରମୁଖ ମଞ୍ଚସ୍ଥ ରହି ଅଭିଭାଷଣ ପ୍ରଦାନ କରିଥିଲେ। ଚିକିଟୀ ପାତ୍ରପୁର ବ୍ଳକରେ ଥିବା କଳା, ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଏକ ଭିଡିଓ ପ୍ରଦର୍ଶିତ କରାଯାଇଥିବା ବେଳେ କବି/କବୟିତ୍ରୀ ମାନେ କବିତା ପାଠ କରିଥିଲେ। ଆୟୋଜକ ମଣ୍ଡଳୀ ଦ୍ୱାରା ସିଲ୍ , ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇ କବି କବୟିତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା। ସମ୍ପାଦକ ମାଧବ ବାଡତ୍ୟା ମଞ୍ଚ ପରିଚାଳନା କରିଥିବା ବେଳେ ନାରାୟଣ ମହାଙ୍କୁଡ, ମିହିର ତ୍ରିପାଠୀ, ବିଭୁତି ଭୁଷଣ ତ୍ରିପାଠୀ, ମଞ୍ଜୁଶ୍ରୀ ମହାରଣା, ନୀଳାଞ୍ଚଳ ପଟ୍ଟନାୟକ, କ୍ଷିରସିନ୍ଧୁ ମହାନ୍ତି, ଆଲୁ ଜୟପ୍ରକାଶ, ଗୌରାଙ୍ଗ ପ୍ରଧାନ , ମନୋଜ କୁମାର କୁଣ୍ଡ ସମେତ ବହୁ କବି କବୟିତ୍ରୀ ସହଯୋଗ କରିଥିଲେ। (ଚିକିଟି ଶୁଭଶ୍ରୀ ପ୍ରଧାନ)
