March 12, 2026

ପରୀକ୍ଷା ରୁତୁ ପୁର୍ବରୁ ସରିବ ବସନ୍ତ ମହୋତ୍ସବ

jhgjbk
Share

ପରୀକ୍ଷା ରୁତୁ ପୁର୍ବରୁ ସରିବ ବସନ୍ତ ମହୋତ୍ସବ
#ଆଦିବାସୀ ମେଳା ଓ ନୃତ୍ୟ ସଙ୍ଗୀତକୁ ଗୁରୁତ୍ବ
#ଇଡିତାଲ ଓ କପଡା ଗାନ୍ଦା ର ହବ ବହୁଳ ପ୍ରଚାର
#ଉତ୍ସବ ସମୟରେ ହିଁ ସରିବ ବଂଶଧାରା କପ୍

ଗୁଣପୁର,ସ୍ଥାନୀୟ କାନ୍ଯାକା ପରମେଶ୍ଵରୀ ମନ୍ଦିର ପରିସରରେ ଆଜି ଦ୍ବାଦଶ ରାଜ୍ଯ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ସଭାପତି ଅକ୍ଷୟ ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଆଜି ପ୍ରଥମେ ଗତବର୍ଷ ର ଆୟବ୍ଯୟର ବିବରଣି ସହ ଗତ ୭ ବର୍ଷର ଅଡିଟ୍ ରିପୋର୍ଟ ଦାଖଲ କରା ଯାଇଥିଲା। ଏଥର ଫେବୃଆରୀ ତୃତୀୟ ସପ୍ତାହରୁ ପରୀକ୍ଷା ରୂତୁ ଆରମ୍ଭ ହେଉ ଥିବାରୁ ତା ପୁର୍ବରୁ ଏହି ଗଣପର୍ବ ସାରିବା ପାଇଁ ନିଷ୍ପତ୍ତି ହୋଇଛି। ଏହି କ୍ରମରେ ଜାନୁଆରୀ ୨୮ ରୁ ମେଗା କ୍ରୀଡା ଉତ୍ସବ, ଫେବୃୟାରୀ ୮ ରୁ ୧୪ ସାଂସ୍କୃତିକ ଉତ୍ସବ କରିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ରାଜ୍ଯ ସ୍ତରୀୟ ବଂଶଧାରା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁ ଉତ୍ସବ ଚାଲିବା ସମୟରେ ହିଁ ଅନୁଷ୍ଠିତ କରିବାକୁ ଠିକ୍ ହୋଇଛି। ଏଥର ସ୍ବତନ୍ତ୍ର ଭାବେ ଆଦିବାସୀ ମେଳା ସମେତ ନୃତ୍ୟ ସଙ୍ଗିତ, ଇଡିତାଲ ଓ କପଡା ଗାନ୍ଦା କୁ ଅଧିକ ପ୍ରଚାର ପ୍ରଶାର କରିବା ଉପରେ ଯୋର ଦିଆଯାଇଛି । ଏହି ଅବସରରେ ଗତ ୧୧ ବର୍ଷ ଧରି ରହି ଆସିଥିବା ପରିଚାଳନା କମିଟିର ପରିବର୍ତ୍ତନ ପ୍ରସ୍ତାବକୁ ବୈଠକରେ ବହୁ ସଦଶ୍ଯ ଆପତି କରିଥିଲେ। ଫଳରେ ଅନେକ ନୂଆ ବ୍ଯକ୍ତି ମାନଙ୍କୁ ନେଇ କମିଟି ପୁଃନଗଠନ ହୋଇଥିଲା । ଏଥର ନୂଆକରି କାର୍ଯ୍ଯକାରି ସଭାପତି ଭାବେ ଆଇନଜୀବୀ ଏ. ବାବା ପ୍ରଶାଦ, ସଂଯୋଜକ ଭାବେ ବି. ସତିଶ କୁମାରଙ୍କ ସମେତ ନୂଆକରି ଇନ୍ଦ୍ରାକ୍ଷୀ ଦାସ, ପ୍ରଦୀପ ପାଢି, ରମେଶ ଲିମା, ହାଡିଆ ଶବର, ମୀନକେତନ ନାଗ,ଶକ୍ତି ଦାସ, ପ୍ରମୋଦ ଦାସ, ଶିବ ପାଢି, ଲକ୍ଷ୍ମୀ ମହାଙ୍କୁଡଙ୍କୁ ସହ ସମ୍ପାଦକ ଭାବେ ଚୟନ କରାଯାଇଥିଲା। ଆଦିବାସୀ ନେତୃ ସ୍ଥାନୀୟ ବ୍ଯକ୍ତି ମାନଙ୍କୁ ନେଇ ରାମଚନ୍ଦ୍ର ଗମାଙ୍ଗ ଙ୍କ ନେତୃତ୍ବରେ ଏକ କମିଟି ଗଠନ ହୋଇଥିଲା। ସବୁ ସବ୍ କମିଟିର ବୈଠକ ଗୁଡାକ ମକର ସଂକ୍ରାନ୍ତି ପୁର୍ବରୁ ସାରିବାକୁ ନିଷ୍ପତ୍ତି ହୋଇଛି । ଚଳିତ ବର୍ଷ ନିର୍ବାଚନ ରୂତୁ ହୋଇଥିବା କାରଣରୁ ମଞ୍ଚରେ ସ୍ଥାନୀୟ ବିଧାୟକ ତଥା ଅଭ୍ଯର୍ଥନା କମିଟିର ଅଧ୍ଯକ୍ଷ ଓ ସ୍ଥାନୀୟ ପୌରାଧ୍ୟକ୍ଷା ଙ୍କୁ ବାଦ୍ ଦେଲେ ଅନ୍ଯ କୌଣସି ରାଜନୈତିକ ବ୍ଯକ୍ତି ଙ୍କୁ ଅତିଥି ନକରିବାକୁ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ଆଜି ପୌରାଧ୍ୟକ୍ଷା ମମତା ଗୌଡ, ଓକିଲ ସଂଘର ସଭାପତି ଉମା ଚରଣ ପଟ୍ଟନାୟକ, ମୋଟର କର୍ମଚାରୀ ସଂଘର ସଭାପତି ଫଣୀ ଭୁଷଣ ପଟ୍ଟନାୟକ, ସମାଜସେବୀ ଓ୍ବାଇ ଗଣପତି, ମାତାରବନମ ବିଜ୍ଞାନ ପ୍ରଚାର ଆଶ୍ରମର ସଭାପତି ରାମଚନ୍ଦ୍ର ଗମାଙ୍ଗ, ଶବର ସାଂସ୍କୃତିକ ସଂଘର ସଭାପତି ଚକ୍ରପାଣି ଶବର, ଇଡିତାଲ ଚିତ୍ରଶିଳ୍ପୀ ଲକ୍ଷ୍ମଣ ଶବର ମଞ୍ଚାଶିନ ଥିଲେ। ଅନ୍ଯ ମାନଙ୍କ ମଧ୍ୟରେ ପୌର ଉପାଧ୍ୟକ୍ଷ ଶିବ ପ୍ରଶାଦ ଗୌଡ, ବରିଷ୍ଠ ଆଇନଜୀବୀ ବ୍ରହ୍ମାନନ୍ଦ ପଟ୍ଟନାୟକ, ଅକ୍ଷୟ ଶତପଥି, ତିରୁପତି ମହାନ୍ତି, ପ୍ରକାଶ ରଥ, ଗଜା ପାଳ, ଭାଗିରଥି ବିଶ୍ବୋୟୀ, ମୁନା ପାଣି, ଆଶୁତୋଷ ବରାଳ, ଉମା ଦାସ, ମିଲି ପାଢି, ସପନ ଦାସ, ତରୁଣ କାର୍ଜୀ, ଦୁର୍ଗା ଶତପଥି, ରାଜେଶ୍ୱରୀ ଦଲେଇ, ସିଏଚ ଭାନୁମତୀ ପ୍ରମୁଖ ଉପସ୍ଥିତ ଥିଲେ। ରମେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।(ସୁରେନ୍ଦ୍ର ମହାନ୍ତି )