March 10, 2026

ଗଜପତି:- ଜଙ୍ଗଲ ନିଆଁ ନିରାକରଣ ସମ୍ପର୍କିତ ସଚେତନତା ଶିବିର କାର୍ଯ୍ୟକ୍ରମ….

kjhuihik
Share

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ର ଗଙ୍ଗାବାଡ ଗ୍ରାମ ଠାରେ ଓଡିଶା ସରକାର’ଙ୍କ ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସହାୟତା’ରେ ଗଜପତି ଜିଲ୍ଲା’ର ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ମହେନ୍ଦ୍ର ବାନାଞ୍ଚଳ ପକ୍ଷ’ରୁ ” ଜଙ୍ଗଲ ନିଆଁ ନିରାକରଣ ସମ୍ପର୍କିତ ଏକ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।।
ଏହି ଅବସର’ରେ ଆୟୋଜିତ ଏକ ସଚେତନତା ସଭା କାର୍ଯ୍ୟକ୍ରମ’ରେ ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ଆଚାର୍ଯ୍ୟ ଏବଂ ବନପାଳ ଶ୍ରୀ ନିଧି ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଜଙ୍ଗଲ ସୁରକ୍ଷା’ର ଗୁରୁତ୍ଵ ଓ ଆବଶ୍ୟକତା ଉପରେ କହି ବନ୍ୟଜନ୍ତୁ’ଙ୍କ ସୁରକ୍ଷା ସମେତ ଜଙ୍ଗଲ’ରେ ଥିବା ବୃକ୍ଷରାଜୀ’ଙ୍କ ସୁରକ୍ଷା ପାଇଁ ଜଙ୍ଗଲ’ରେ ନିଆଁ ନ ଲଗାଇବା ଉପରେ ଉପସ୍ଥିତ ଗ୍ରାମବାସୀ’ଙ୍କୁ ସଚେତନ କରିଥିଲେ । ଜଙ୍ଗଲ’ରେ ନିଆଁ ଲାଗିବା ଦ୍ଵାରା ପରିବେଶ ସନ୍ତୁଳନ ଉପରେ ଘୋର ପ୍ରଭାବ ପଡିଥାଏ , ତେଣୁ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବା ମାତ୍ରେ ଆମେ ମିଳିମିଶି ତାକୁ ଲିଭାଇବା ପାଇଁ ଚେଷ୍ଟା କରିବା ସହ ପରିବେଶ ସୁରକ୍ଷା ଦିଗରେ ସହାୟକ ହେବାପାଇଁ ପରାମର୍ଶ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ’ରେ ବନରକ୍ଷୀ ଶ୍ରୀମତୀ ଭବାନୀ ମହାନ୍ତି ଏବଂ ବନରକ୍ଷୀ କାଦମ୍ବଲା ଗୌତମୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା’ରେ ସହଯୋଗ କରିଥିଲେ ।
ଏହି କାର୍ଯ୍ୟକ୍ରମ’ରେ ଗଙ୍ଗାବାଡ ପଞ୍ଚାୟତ ସରପଞ୍ଚ’ଙ୍କ ସମେତ ସମିତିସଭ୍ୟ , ନାଏବ ସରପଞ୍ଚ , ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ମଞ୍ଚାସିନ ଥିବା ବେଳେ ବହୁ ସଂଖ୍ୟାରେ ଅଙ୍ଗନବାଡି ଓ ଆଶା କର୍ମୀ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।

(ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)