December 4, 2024

ଶାନ୍ତି ଶୃଙ୍ଖଳାର ସହ ଆୟୋଜନ ହେଲା ଇଡିତାଲ ଦ୍ୱିତୀୟ ରଜନୀ

Share

 

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଗୁଣପୁର ଉପଖଣ୍ଡ ସ୍ତରୀୟ ଚଇତି ମହୋତ୍ସବର ଦ୍ଵିତୀୟସନ୍ଧ୍ୟାରେ ହାସ୍ୟକାର ଟୁନା ଟନ୍‌ ଟନ୍ ଓ କେସିଆର ମଞ୍ଚ ଦୁଲୁକାଇଛନ୍ତି।ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ବିଳମ୍ବିତ ରାତି ପର୍ଯ୍ୟନ୍ତ ହୋଇଥିବା ବେଳେ ଦର୍ଶକମାନେ ଏହାର ଭରପୁର ମଜା ଉଠାଇଥିଲେ।୧୨
ଉତ୍ସବ କମିଟି ଆବାହକ ଡ.ଚନ୍ଦ୍ରଧ୍ଵଜ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଲଳିତକୁମାର କହଁର ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ବିଧାୟକ ରଘୁନାଥ ଗମାଙ୍ଗ,ଏସଡିସି ଅନସୂୟା ମାଝୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ, ଅତିରିକ୍ତ ଜିଲ୍ଲାପାଳ
ଧର୍ମାନନ୍ଦ ବେହେରା,ସୋମନାଥ ପ୍ରଧାନ,
ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ରବିନାରାୟଣ ତ୍ରିପାଠୀ, ରାୟଗଡା
ଉପକିଲ୍ଲାପାଳ ଭୀମସେନ ଶବର,
ଗୁଣପୁର ଆଇଟିଡିଏ ପ୍ରକଳ୍ପ ପ୍ରଶାସକ
ଲୋକନାଥ ଦଳବେହେରା, ରାୟଗଡା ପିଏ । ମହୋତ୍ସବ କରାଯାଉଥିବା ଅତିଥିମାନେ ପୌରଅଧିକାରୀ ପ୍ରଭାତୀ ଝୋଡ଼ିଆ,ଟିଡିଏ ପଦ୍ମଚରଣ ନାୟକ, ଗୁଣପୁର ପୌରାଧ୍ୟକ୍ଷା ମମତା ଗୌଡ଼, ବ୍ଲକ ଅଧ୍ୟକ୍ଷା ଝିଲି ଶବ୍ଦର ପ୍ରମୁଖ ମଞ୍ଚାସୀନ ଥିଲେ। ଆଦିବାସୀଙ୍କ ଲୁକ୍କାୟିତ କଳା ସଂସ୍କୃତି,ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଉପଖଣ୍ଡର ବିଭିନ୍ନ କଳାକାରଙ୍କ ଦ୍ଵାରା ନୃତ୍ୟସଙ୍ଗୀତ ପରିବେଷଣ କରାଯାଇଥିଲା। ତହସିଲଦାର ଶରତଚନ୍ଦ୍ର ନାୟକ ସ୍ଵାଗତ ଭାଷଣ ଦେଇଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପିକା ଶର୍ମିଳା ସାମନ୍ତରାୟ ଭଜନ ପରିବେଷଣ କରିଥିଲେ। ସେହିପରି ତପନକୁମାର
ସୁନାମୁଦି, ଘନିଷ୍ଠା ପୃଷ୍ଟି ଏବଂ ବେବିରାଣୀ
ନନ୍ଦ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଗୁଣୁପୁର ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା |ପ୍ରତ୍ୟେକ ବ୍ୟାରିକେଟ ରେ ପୁଲିସ ମୁତୟନ ଥିବାରୁ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ର ସହ ସମାପ୍ତ ହୋଇଥିଲା ।