November 23, 2024

ବିଶ୍ୱଷାନ୍ତି ସେବାଶ୍ରମ ଦ୍ବାରା ଦୁଃଶାସନ ନାୟକ ସମ୍ମାନିତ

Share

ଅସ୍ତରଂଗ,, କୋଣାର୍କ ପୁରୀ ମେରାଇନ ଡ୍ରାଇଭି ନିକଟ ବାଙ୍ଗୋର ବାରପଦା ର ଖାଲକଟା ପାଟଣା ଠାରେ ଅବସ୍ତିତ, ବିଶ୍ବଶାନ୍ତି ସେବାଶ୍ରମ ର ତିରିଶ ତମ ବାର୍ଷିକ ଯଜ୍ଞ ମହୋତ୍ସବ ରେ ହୋଇଥିବା ସାହିତ୍ୟ ଯାତ୍ରା ତଥା ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ରେ, ବରିଷ୍ଟ ସାମ୍ବାଦିକ ଶ୍ରୀ ଦୁଃଶାସନ ନାୟକ ଙ୍କୁ ମାନପତ୍ର, ଔପଢ଼ୋକନ୍ ଓ ଫୁଲତୋଡ଼ା ଦେଇ ବିଶ୍ବ ଶାନ୍ତି ସାମ୍ବାଦିକ ସମ୍ମାନରେ, ସମ୍ମାନିତ କରା ଯାଇଅଛି । ଏହି ସାହିତ୍ୟ ଯାତ୍ରା ତଥା କବି ସମ୍ମିଳନୀ ରେ ରାଜ୍ୟ ତଥା ରାଜ୍ୟ ବାହାର ଝାଡ଼ଖଣ୍ଡ ରାଜ୍ୟର 60ଜଣ କବି କବୟିତ୍ରୀ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ତଥା,ଅଖଣ୍ଡ ପୁରୀଜିଲ୍ଲା ପାଲା ଗାୟକ ସଂଘର ସଭାପତି ଗାୟକ ବ୍ୟାସ ଲକ୍ଷ୍ମୀଧର ଦାସ ଙ୍କ ସଭାପତି ତୋର ଆୟୋଜିତ ଏହି ଯଜ୍ଞ ମହୋତ୍ସବ ତଥା କବି ସମ୍ମିଳନୀ ରେ,ଅତିଥିଭାବେ ଯୋଗଦାନ କରିଥିଲେ,ନିଉଜ ଶେଭେନ୍ ର ପ୍ରଯୋଜକ ଆର ଜେ, କେପି ଓ ରେଡ଼ିଓ ଓ ଦୂରଦର୍ଶନ ର ଉପସ୍ଥାପିକା ତଥା ଆଲବମ କୁଇନ ଆର,ଯେ ଗୁଡ଼ି । ବ୍ୟଙ୍ଗ କବି ସମ୍ପଦ ରଥ ଙ୍କ ଦ୍ଵାରା ପ୍ରାୟୋଜିତ ଏହି କାର୍ଯ୍ୟ କ୍ରମରେ,ଜୟନ୍ତୀ ନାୟକ,ତ୍ରିଲୋଚନ ବେହେରା,ସମ୍ପଦ ବେହେରା,ସସ୍ମିତା ଭୋଳ,ମଙ୍ଗରାଜ ବିଶ୍ଵାଳ,ପ୍ରଶାନ୍ତ ବାହିନପତି ଉପେନ୍ଦ୍ର ରାଉତ, ଝାଡ଼ଖଣ୍ଡ ର ଦିନେଶ କୁମାର ନନ୍ଦ ଓ ସତ୍ୟପ୍ରକାଶ କର,ଆଦି କବି ଓ କବୟିତ୍ରୀ ମାନେ ସେମାନଙ୍କର ଶ୍ୱୋ ରଚିତ ସାହିତ୍ୟ ନୁ ରାଗି କବିତା ପାଠ କରିବା ପରେ,ସାହିତ୍ୟ ଆସରରେ ଭାଗ ନେଇଥିବା କବି ଓ କବୟିତ୍ରୀ ଙ୍କ ସମେତ ଆର ଜେ କେପୀ ଓ ଆର , ଜେ ଗୁଡ଼ିଙ୍କୁ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ପାଲା ଗାୟକ ପରିଷଦର ବହୁ କର୍ମକର୍ତ୍ତା ଅସ୍ତରଙ୍ଗ,କାକଟପୁର,କୋଣାର୍କ ଅଞ୍ଚଳର ଶିକ୍ଷିତ ,ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିବା ବେଳେ,ଏହିସବୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ,ଗାୟକ ବନବିହାରୀ ଗ୍ରହଚାର୍ଯ୍ୟ, ମଙ୍ଗରାଜ ବିଶ୍ଵାଳ ପ୍ରମୁଖ ।