ଜ଼ିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ I
କୋଟପାଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ରେ ଜ଼ିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ଆଜି ହୋଇଯାଇଛି, କୁସୁମୀ,ସୁନାରବେଲି ନୂଆଗାଁ,ସୁତିପଦର ପଞ୍ଚାୟତ ରେ ଚାଷୀ ପଞ୍ଜି କରଣ ରେ ଅନିୟମିତତା ସୁର୍ଲି ବ୍ରିଜ଼ ର ତୁରନ୍ତ କାର୍ଯ୍ୟକ୍ଷମ. ସରଗିଗୁଡା ଠାରେ ମିଶନ ଶକ୍ତି ଦ୍ୱାରା କ୍ୟାଣ୍ଟିନ ନିର୍ମାଣ I ସୁତି ପଦର ପଞ୍ଚାୟତ ଗୃହ ର ପଟା ପ୍ରଦାନ,ଚାନ୍ଦିଲି ପଞ୍ଚାୟତ ର ଉନ୍ନତି ପାଇଁ ଅଧିକା ପାଣ୍ଠି ଯୋଗାଇବା ପାଇଁ ସରପଞ୍ଚ. ନାଇବ ସରପଞ୍ଚ ଙ୍କ ସହ ୱାର୍ଡ ମେମ୍ବର ମାନେ ଲିଖିତ ଦେଇଥିଲେIଭୁର୍ସି ଗ୍ରାମ ରେ ବିଦ୍ୟୁତ ଯୋଗାଣ,ଗୁମୁଡ଼ା ଗ୍ରାମ ରେ କଲ୍ୟାଣ ମଣ୍ଡପ ନିର୍ମାଣ ଏବଂ ଏସ.ଏସ.ଡି ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଦ୍ୱାରା ମା ମହିମା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ଯନ୍ତ୍ରଣା ଦେଉ ଥିବା ଅଭିଯୋଗ ହୋଇଥିଲା. ସର୍ବ ମୋଟ ଗୋଷ୍ଠୀ ଗତ ନହ ଗୋଟି ଏବଂ ବ୍ୟକ୍ତି ଗତ ତେଇସି ଗୋଟି ଅଭିଯୋଗ ଶୁଣାଣି ହୋଇଥିବା ଜଣାଯାଇଛି Iଅନ୍ୟ ମାନଙ୍କ ମଧ୍ୟ ରେ ଜ଼ିଲ୍ଲାପାଳ ମହମ୍ମଦ ଅବଦୁଲ ଅଖତର . ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଗୌରବ ଶିବାଜୀ ଇସଲୱାରୀ. ରାସ୍ତା ଓ ଗୃହ ନିର୍ମାଣ ବିଭାଗ ନିର୍ବାହ ଯନ୍ତ୍ରୀ ଭାସ୍କର ମହାପାତ୍ର, ସି.ଡ଼ି.ଏମ.ଓ ଅରୁଣ ପାଢ଼ୀ. ଶ୍ରମ ଅଧିକାରୀ ପ୍ରସନ ପାଣିଗ୍ରାହୀ. ଡିପିଓ. ଯୁଗଳ କିଶୋର ନାୟକ. ବଡିଓ ସ୍ନେହ ପ୍ରଭା ମାଝୀ. ତହସିଲଦାର ଶକ୍ତି ମହାପାତ୍ର. ଏସପି ଉତ୍କଳ ରଞ୍ଜନ ଦାସ. ଜିପିଇଓ ସୁଧାଂଶୁ ରଥ, ଏବଂ ଜ଼ିଲ୍ଲା ଯୋଗାଣ ବିଭାଗ ଅଧିକାରୀ ପ୍ରଦୀପ କୁମାର ପଣ୍ଡା ଙ୍କ ସମେତ ସମସ୍ତ ଜନ ପ୍ରତିନିଧି ଏବଂ ଜ଼ିଲ୍ଲାସ୍ତରିୟ ଅଧିକାରୀ ମାନେ ଉପସ୍ଥିତ ଥଲେ I
କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଓଡ଼ିସା news