March 7, 2026

ରାମନାଗୁଡା ପୋଲିସ ଥାନା ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

WhatsApp Image 2023-01-09 at 18.37.57
Share

 

ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ନୂତନ ଥାନାକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ମାର୍ଚ୍ଚ ୨୭ତାରିଖରେ ରାମନାଗୁଡାରେ ଥାନା ହେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଭଚୁଆଲ ମାଧ୍ୟମରେ ଏହାର ଶୁଭ ଉଦଘାଟନ କରିଛନ୍ତି।ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଦିବାସୀ କଲ୍ୟାଣ ତଥା ଆଇନମନ୍ତ୍ରୀ ଜଗନ୍ନାଥ ସାରକା,ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧିର ଦାଶ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝି, ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା, ଅତିରିକ୍ତ ଏସପି ଆର ରାଜପ୍ରସାଦ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ରାମନାଗୁଡା ଥାନା ପ୍ରତିଷ୍ଠା ନେଇ ଦୀର୍ଘ ଦିନ ଦାବି ହେବା ପରେ ଏହାର ଉଦଘାଟନ ହେବା ନେଇ ସମସ୍ତେ ଖୁସି ଅନୁଭବ କହିବା ଆଗକୁ ପୋଲିସ ଲୋକଙ୍କ ସହ ଆସ୍ଥାଭାଜନ ହୋଇପାରିବେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ୧୭ଜଣ ଏସପି ଦ୍ଵାରା ମାନପତ୍ର ପ୍ରଦାନ କରାଯାଇଥିଲା। ସେହିପରି ୨୬ଜଣଙ୍କୁ ବରିଷ୍ଠ ନାଗରିକ ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଗୁଣୁପୁର ଏସଡିପିଓ ବିକାଶ ଦେହୁରୀ, ବିଷମକଟକ ଏସଡିପିଓ ବିକାଶ ସାହୁ, ଗୁଣୁପୁର ଆଇଆଇସି ନିଳାମ୍ବର ଜାନି,ପୁଟାସିଂ ଆଇଆଇସି ସୁନିତା ବେହେରାଙ୍କ ସହ ସମସ୍ତ ଥାନା ଆଇଆଇସି ଯୋଗଦାନ କରିଥିବାବେଳେ ଜିଲ୍ଲା ସଂପାଦକ ଗଗନ ଆଚାର୍ଯ୍ୟ, ବିଜୁ ଛାତ୍ର ଜନତା ଦଳ ସଭାପତି ପିଙ୍କୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ ରାକେଶ କୁମାର ବେହେରା