November 21, 2024

ଗର୍ଭବତି ଓ ପ୍ରସୁତି ଙ୍କୁ ଦିଆଯାଉଥିବା ବାଦାମଳଡୁ ରେ ଝିଣ୍ଟିକା ଓ ପିମ୍ପୁଡି

Share

ସୁବର୍ଣ୍ଣପୁର – ସରକାର ଗର୍ଭବତି ଓ ପ୍ରସୁତି ମାଁ ମାନଙ୍କ ସ୍ବସ୍ଥ୍ୟ କୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର ପୁଷ୍ଟିକର ଖାଦ୍ୟ ମାଗଣାରେ ଦେଉଛନ୍ତି । କିନ୍ତୁ ସରକାରଙ୍କ ଏହି ମହତ ଉଦ୍ଦେଶ୍ୟ ଯେ ସାଧିତ ହେଉ ନାହିଁ କାରଣ ବଣ୍ଟନ ହେଉଥିବା ଅଣ୍ଡା, ଛତୁଆ, ବାଦାମ ଲଡୁ ଅତ୍ୟାନ୍ତ ନିମ୍ନମାନର ଅଭିଯୋଗ । ଏପରି କି ବାଦାମ ଲଡୁରେ ଗୁଡି ମାଟି ସହିତ ପିମ୍ପୁଡି ଏବଂ ଝିଣ୍ଟିକା ବାହାରୁଥିବା ଦେଖାଯାଇଛି । ବୀରମହାରାଜପୁର ସମ୍ବନିତ ଶିଶୁ ବିକାଶ କାର୍ଯ୍ୟାଳୟ ଅଧିନସ୍ଥ ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ର ଅଧିନରେ ଥିବା ଗର୍ଭବତି ଓ ପ୍ରସୁତି ମାଁ ମାନଙ୍କୁ ଦିଆଯାଇଥାଏ। ଗତ ମାସାଧିକ କାଳ ଅଙ୍ଗନଓ୍ବାଡି କର୍ମି ମାନେ ସାରାରାଜ୍ୟ କାର୍ଯ୍ୟଛାଡି ଗଣଧାରଣାରେ ଥିବା ବେଳେ ସେହି ସମୟରେ ସରକାର ଗର୍ଭବତି ଓ ପ୍ରସୁତି ମାନଙ୍କ ସ୍ବସ୍ଥ୍ୟ ପ୍ରତି ସରକାର ସଚେତନ ରହି ମହିଳା ସ୍ବୟଂ ସହାୟକ ଗୋଷ୍ଟି ମାନଙ୍କ ମାଧ୍ୟମରେ ଗର୍ଭବତି ଓ ପ୍ରସୁତି ମାନଙ୍କୁ ବାଦାମ ଲଡୁ , ଛତୁଆ , ସୁଜି ହାଲୁଆ ଆଦି ସୁଚାରୁପେ ବଣ୍ଟନ କରିଥିଲେ । କିନ୍ତୁ ଛତୁଆ ପ୍ରସ୍ତୁତ କାରି ସଂସ୍ଥା ମାନେ ଅତ୍ୟାନ୍ତ ନିମ୍ନମାନର ଛତୁଆ ତିଆରି କରି ବଣ୍ଟନ କରୁଥିବା ଦେଖାଯାଉଛି । ଦିଆଯାଉଥିବା ବାଦାମ ଲଡୁ ଧୁଲି ରେ ଭର୍ତ୍ତି ହେଉଥିବା ବେଳେ ବାଦାମ ଲଡୁ କୁ ଖାଇବା ସମ୍ଭବ ହେଉନଥିଲା । ଏବେ ଦେଖାଯାଇଛି ବାଦାମଲଡୁ ରେ ପିମ୍ପୁଡି ଏବଂ ଝିଣ୍ଟିକା ଲଡୁ ସହ ମିଶି ଗର୍ଭବତି ପ୍ରସୁତି ମାନଙ୍କୁ ବଣ୍ଟନ ହେଉଛି । ପ୍ରସ୍ତୁତି ସମୟରେ ପରିବେଶ କଥା କୁ ଧ୍ୟାନ ଦିଆଯାଉନଥିବା ଅନୁମେୟ ହେଉଛି । ଛତୁଆ, ଲଡୁର ମାନ ଏବଂ ତଦାରଖ ନେଇ ବୀରମହାରାଜପୁର ସି.ଡି.ପି.ଓ ସୁଦର୍ଶନି ରଥ ଙ୍କୁ ପଚରାଯିବାରୁ ସେ କୈାଣସି ସଠିକ ଉତ୍ତର ଦେଇ ନ ପାରି କଥା କୁ ଏଡେଇ ଦେବା ସହ ପଚାରୁଛି କହି ନିଜ କର୍ତ୍ତବ୍ୟ ସାରି ଦେଇଥିଲେ । ଯଦି ଗର୍ଭବତି ଏବଂ ପ୍ରସୁତି ମାନଙ୍କୁ ଦିଆଯାଉଥିବା ଖଦ୍ୟ ନିମ୍ନମାନର ତେବେ ବଣ୍ଟନ ହେଉଥିବା ଖଦ୍ୟ କୁ କାହିଁକି ଠିକ ସମୟରେ ଖାଦ୍ୟର ମାନ ତଦାରଖ କରାଯାଉ ନାହିଁ । ଏହିପରି ଖାଦ୍ୟ ବଣ୍ଟନ ର ଦାୟିତ୍ବରେ ରହି ରାଜନେତା ଓ ପ୍ରଶାସନିକ ଅଧିକାରିଙ୍କୁ ହାତ କରି ଯେଉଁ ପ୍ରକାର ଖାଦ୍ୟ ଦିଆଗଲେ ମଧ୍ୟ ସବୁ ଠିକ ବୋଲି ଅଧିକାରି କହୁଥିବା ସାଧାରଣରେ ଆଳୋଚନା ହେଉଛି ।