March 11, 2026

ଲିକେଜ୍ ଗ୍ୟାସ୍ ସିଲିଣ୍ଡର ଯୋଗାଣ ଯୋଗୁଁ ଗ୍ରାହକ ଅସନ୍ତୋଷ

hihi
Share

ବୁଗୁଡ଼ା : ତା ୧୦/୦୧/୨୩ : ବୁଗୁଡ଼ା ସହର ତଥା ଆଖପାଖ ଅଞ୍ଚଳର ଲୋକେ ରୋଷେଇ ଗ୍ୟାସ ପାଇଁ ବୁଗୁଡ଼ା ସହରରେ ଥିବା ଏକ ମାତ୍ର ଗ୍ୟାସ ଏଜେନ୍ସି କନକ ଦୁର୍ଗା ଇଣ୍ଡେନ ଗ୍ୟାସ ଉପରେ ନିର୍ଭର କରୁଥିବା ବେଳେ ଗ୍ରାହକମାନଙ୍କୁ ଯୋଗାଣ କରାଯାଉଥିବା ଅଧିକାଂଶ ଗ୍ୟାସ ହାଣ୍ଡି ଲିକେଜ୍ ଆସୁଥିବାରୁ ଗ୍ରାହକମାନେ ନାହିଁ ନଥିବା ହଟହଟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି l ରୋଷେଇ ଚାଲିଥିବା ବେଳେ ଯଦି ହଠାତ ଗ୍ୟାସ ସରିଯାଏ ସେତେବେଳେ ପାଖରେ ଥିବା ସିଲିଣ୍ଡର ସିଲ ଖୋଲି ଲଗାଇଲା ବେଳକୁ ଗ୍ୟାସ ଲିକ୍ ଥିବା ଜଣାପଡୁଥିବା ଫଳରେ ଅଧାରେ ରୋଷେଇ ବନ୍ଦ ହୋଇଯାଉଛି l ଏ ନେଇ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ପଚାରିଲେ ବାଲେଶ୍ୱର ପ୍ଲାଣ୍ଟରୁ ଯେମିତି ହାଣ୍ଡି ଆସୁଛି ଆମେ ସେମିତି ଦେଉଛୁ ବୋଲି ସଫେଇ ଦେଉଛନ୍ତି l କେବଳ ଲିକ୍ ହାଣ୍ଡି ଯୋଗାଣ ନୁହେଁ ଗ୍ୟାସ୍ ଦେବା ବେଳେ ଓଜନ କରି ଦେବାକୁ ନିୟମ ରହିଥିବା ବେଳେ ଓଜନ ନ କରି ଗ୍ରାହକଙ୍କୁ ଗ୍ୟାସ ହାଣ୍ଡି ଦିଆ ଯାଉଥିବାରୁ ଲୋକେ ଠକାମୀର ଶିକାର ହେଉଛନ୍ତି l ଏ ନେଇ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l