ରାମନାଗୁଡା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବାକୁ ନେଇ ବିଜେପି ପକ୍ଷରୁ ୨୫ ଦଫା ଦାବିପତ୍ର ପ୍ରଦାନ
*ରାମନାଗୁଡା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବାକୁ ନେଇ ବିଜେପି ପକ୍ଷରୁ ୨୫ ଦଫା ଦାବିପତ୍ର ପ୍ରଦାନ*
ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସଦର ମହକୁମା ଠାରେ ବିଜେପି ତରଫରୁ ୨୫ଦଫା ଦାବି ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ରାମନାଗୁଡା ମୁଖ୍ୟବଜାର ନିକଟ ଖିଲାପଦର ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ପଞ୍ଚାୟତ ସମିତି କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କରିବା ସହ ୨୫ଦଫା ଦାବି ନେଇ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ବିଡ଼ିଓ ଅନୁପସ୍ଥିତ କାରଣରୁ ବରିଷ୍ଠ କିରାଣି ତ୍ରିନାଥ ମହାନ୍ତିଙ୍କୁ ୨୫ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଛି। ଏଥିରେ ରାମନାଗୁଡ଼ା ବ୍ଲକରି ନିଅଣ୍ଟିଆ ବୃଷ୍ଟିପାତ ଯୋଗୁଁ ସମ୍ପୂର୍ଣ୍ଣ ଭାବେ ମରୁଡ଼ି ଘୋଷଣା ସହ କୃଷକ ଉନ୍ନତିକରଣ ସକାଶେ ସମସ୍ତ ଜମିକୁ ଜଳସେଚନ ବ୍ୟବସ୍ଥା,କୃଷକ ଉତ୍ପାଦିତ ଶସ୍ୟ ସୁରକ୍ଷା ନିମନ୍ତେ ଗୁମୁଡା ଠାରେ ଶୀତଳଭଣ୍ଡାର ନିର୍ମାଣ,ଗୁମୁଡା ନିକଟରେ କୃଷକ ବଜାର ନିର୍ମାଣ, ସମସ୍ତ ଗ୍ରାମକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଣ,ଗ୍ରାମ ପଞ୍ଚାୟତ ସଦର ମହକୁମା ଓ ଗ୍ରାମାଞ୍ଚଳରେ ମଇଳାକୁଣ୍ଡ ସ୍ଥାପନ ଓ ପରିମଳ ବ୍ୟବସ୍ଥାରେ ପରିଚାଳନା କରିବା, ସମସ୍ତ ଗ୍ରାମରେ ଆଲୋକିକରଣ ବ୍ୟବସ୍ଥା, ସମସ୍ତ ବିଦ୍ୟାଳୟରେ ଆବଶ୍ୟକୀୟ କୋଠା ନିର୍ମାଣ, ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ଵ କୋଠା ନିର୍ମାଣ, ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ,ଜମିହୀନ ପରିବାରଙ୍କୁ ସରକାରୀ ଜମି ପ୍ରଦାନ,ସମସ୍ତ ବସ୍ତିବାସିନ୍ଦାଙ୍କ ଘରଡିହ ପଟ୍ଟା ପ୍ରଦାନ, ସମସ୍ତ ପଞ୍ଜୀକୃତ ଅଣକୁଶଳୀ ଶ୍ରମିକଙ୍କୁ ୨ଶହ ଦିନ କାମ ଯୋଗାଇଦେବା ସହ ୭ଦିନ ମଧ୍ୟରେ ମଜୁରୀ ପ୍ରଦାନ, ସମସ୍ତ ଗ୍ରାମକୁ ସବୁଦିନିଆ ପକ୍କା ରାସ୍ତା ନିର୍ମାଣ, ରାମନାଗୁଡାରେ ବସଷ୍ଟାଣ୍ଡ ଓ ଶୌଚାଳୟ ନିର୍ମାଣ, ସରକାରୀ ସ୍ନାତକ କଲେଜ ପ୍ରତିଷ୍ଠା କରିବା, ସଦରମହକୁମାରେ ସରକାରୀ ବୈଷୟିକ ଶିକ୍ଷା ବିଦ୍ୟାଳୟ ନିର୍ମାଣ, ସମସ୍ତ ଅବହେଳିତ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦେବା, ଅବହେଳିତ ପରିବାରକୁ ବିଭିନ୍ନ ଭତ୍ତା ପ୍ରଦାନ ସମସ୍ତ ରାସନକାର୍ଡ ଧାରୀଙ୍କୁ ବିଭିନ୍ନ ଶସ୍ୟ ଜାତୀୟ ଦ୍ରବ୍ୟ ପ୍ରଦାନ, ସମସ୍ତ ଗ୍ରାମକୁ ଲକ୍ଷ୍ମୀ ବସକୁ ସଂଯୋଗ କରିବା, ଶିଶୁମୃତ୍ୟୁକୁ ରୋକିବା ନିମନ୍ତେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିଯୁକ୍ତି କରିବା ଆଦି ଦାବି କରାଯାଇଛି।ବ୍ଲକ ବିଜେପି ସଭାପତି ଚିନ୍ତା କଣ୍ଡାଗରୀଙ୍କ ଅଧ୍ୟକ୍ଷତାରେ ଏହି ଶୋଭାଯାତ୍ରାରେ ବରିଷ୍ଠ ବିଜେପି ନେତା ନରସିଂହ ମାଣ୍ଡାଙ୍ଗି, କାହ୍ନୁ ଚରଣ ପଣ୍ଡା,ତୁମ୍ବେସୁ ମାଣ୍ଡାଙ୍ଗି,ରାମାରାଓ କାଡ୍ରାକା,ହରି ତାଡିଙ୍ଗି, ନାଗେଶ୍ବର ମୁଟ୍ଟିକା, ବସନ୍ତ କଲାକା ପ୍ରମୁଖ ଉପସ୍ଥିତ ଥିଲେ।।
ରିପୋର୍ଟ ସଞ୍ଜିବ କୁମାର ଦାଶ