November 25, 2024

ନବରଙ୍ଗପୁର ଜିଲ୍ଲାର ଶିକ୍ଷ୍ୟା ବ୍ୟବସ୍ଥା କୁ ଦୃଷ୍ଟିରେ ରଖି ଜୟଦେବ ପରିଡ଼ା ଙ୍କ ସାମ୍ବାଦିକ ସମ୍ମିଳନୀ ।

Share

ନବରଙ୍ଗପୁର ଜିଲ୍ଲାର ଶିକ୍ଷ୍ୟା ବ୍ୟବସ୍ଥା କୁ ଦୃଷ୍ଟିରେ ରଖି ଜୟଦେବ ପରିଡ଼ା ଙ୍କ ସାମ୍ବାଦିକ ସମ୍ମିଳନୀ ।

(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ଉମରକୋଟ:-(ଆ.ପ୍ର) ନବରଙ୍ଗପୁର ଜିଲ୍ଲାର ଶିକ୍ଷ୍ୟା ବ୍ୟବସ୍ଥା ଅତି ଦୁର୍ବଳ ସ୍ଥିତିରେ ରହିଥିବା ବେଳେ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଗୁଡ଼ିକ ସଠିକ୍ ଭାବେ ଏହି ଦୁର୍ଗମ ଅଂଚଳ ରେ ଲାଗୁ ନ ହୋଇ ପାରିବା ଏକ ଦୁଃଖଦ ବିଷୟ । ଏହି ଦୁର୍ଗମ ଅଂଚଳ ରେ ବହୁ ପ୍ରତିଭାବାନ ଶିକ୍ଷାର୍ଥୀ ୧୦ମ ପରେ ଏଠାକାର ସ୍ଥାନୀୟ କଲେଜ ରେ ଏଡମିସନ୍ ନ ପାଇ ଆମ ରାଜ୍ଯ ର ବଡ଼ ବଡ଼ ସହର ରେ ଶିକ୍ଷା ଗ୍ରହଣ ନିମନ୍ତେ ଯାଉଥିବା ନଜରକୁ ଆସୁଛି ।ସରକାରୀ କାଗଜ ପତ୍ର ରେ ଜିଲ୍ଲା ର ଶିକ୍ଷ୍ୟା ବ୍ୟବସ୍ଥା ସୁଦୃଢ ଥିବାବେଳେ ବାସ୍ତବିକ ଚିତ୍ର କିନ୍ତୁ ବହୁତ୍ ଅଲଗା । ଶିକ୍ଷ୍ୟା କ୍ଷେତ୍ର ରେ ନବରଙ୍ଗପୁର ଜିଲ୍ଲା ବହୁ ପଛରେ ସମସ୍ତ ଜିଲ୍ଲା ଠାରୁ ।ଜିଲ୍ଲାରେ ରାଜ୍ଯ ସରକାର ଙ୍କ ତରଫରୁ ଆଦିବାସି/ହରିଜନ ତଥା ଗରିବ ଶ୍ରେଣର ପିଲାମାନଙ୍କ ପାଇଁ ବହୁତ୍ ବ୍ୟବସ୍ଥା ଥିବାସ୍ଵତେ ଯୋଜନା ଠିକ୍ ଜାଗାରେ ନ ପୋହଞ୍ଚି ବାଟ ମୋଣ। ହେଉଛି । ଅନ୍ୟ ପକ୍ଷରେ ବିଭିନ୍ନ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ବିଭିନ୍ନ ଅଂଚଳ ରେ ଗଢ଼ି ଉଠି ବା ସହ ଅଞ୍ଚଳ ର ଟେକ ବଜାୟ ରଖିବା ରେ ସମ୍ପୂର୍ଣ ସହାୟକ ହୋଇ ପାରିଛି ।ଏହି ପରିପେଖି ରେ ଜେ, ପି, ଟ୍ରଷ୍ଟ ଉମରକୋଟ ରେ ଗଢ଼ି ଉଠିଛି ।ଯାହାକି ଜିଲ୍ଲା ର ଶିକ୍ଷ୍ୟା ବ୍ୟବସ୍ଥା କୁ ଅନୁଧ୍ୟାନ କରିବା ସହିତ ଶିକ୍ଷ୍ୟା ର ମାନ ଗତିକୁ ଦୃଢ ତର କରିବ ସେଥି ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବା ସହ ଶିକ୍ଷାର୍ଥୀ ମାନଙ୍କର ସୁବିଧା ଉପରେ ନଜର ରଖିବେ ବୋଲି ମନ୍ତବ୍ୟ ଦେଇଥିଲେ ଜେ, ପି ଟ୍ରଷ୍ଟ ର ଅଧ୍ୟକ୍ଷ ଶ୍ରି ଜୟଦେବ ପରିଡ଼ା।ଏସ ଏଲ୍ ଏନ୍ ବିଦ୍ୟାଳୟ ପରିଚାଳିତ କରୁଛନ୍ତି ଶ୍ରୀ ପରିଡ଼ା ଏହି ବିଦ୍ୟାଳୟ ର ବହୁ ଶିକ୍ଷାର୍ଥୀ ମାନେ ଜିଲ୍ଲାର ମାନ ରଖି ଥିବାର ଦେଖାଯାଇଛି । ଏକ ସୁବିଚାର ରଖି ଶ୍ରୀ ପରିଡ଼ା କୋହିଛନ୍ତୀ ଉମରକୋଟ ବ୍ଲକ୍ ଓ ମୁନ୍ସିପାଳିଟୀ ଅଧୀନରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟ ର ମେଧାବୀ ଛାତ୍ରଛାତ୍ରୀଙ୍କୁ ନେଇ ଏକ ପରୀକ୍ଷା କରି ଉଚ୍ଚଶିକ୍ଷା ନିମନ୍ତେ ପିଲାଙ୍କୁ ୧୦ମ ପରେ ଶିକ୍ଷ୍ୟାଦାନ ଜେ,ପି ଟ୍ରଷ୍ଟ ପାଣ୍ଠି ରୁ ବହନ କରି ତାଙ୍କ ପଢା ନିମନ୍ତେ ବହି, ଖାତା, ଡ୍ରେସ୍ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି।