September 21, 2024

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଉତ୍ସବ

Share


ଉତ୍ସବ
ବୁଗୁଡ଼ା : ତା ୧୧/୧୨/୨୩ : ସ୍ଥାନୀୟ ସରସ୍ବତୀ ଶିଶୁ
ବିଦ୍ୟା ମନ୍ଦିର ପକ୍ଷରୁ ବାର୍ଷିକ କ୍ରୀଡା ପୁରସ୍କାର
ବିତରଣ ଉତ୍ସବ ସ୍ବପରିସରରେ ଅନୁଷ୍ଠିତ ହୋଇଯାଇଛି
। ଏହି ତ୍ରିଦିବସୀୟ ବାର୍ଷିକ କ୍ରୀଡାର ବିଭିନ୍ନ
ପ୍ରତିଯୋଗିତାରେ କନିଷ୍ଠ ,ଶିଶୁ ,ବାଲ୍ ଓ କିଶୋର ଆଦି
ବର୍ଗର ମୋଟ ୨୭୭ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ
କରିଥିବା ବେଳେ ୧୮୧ ଜଣ କୃତିତ୍ୱ ହାସଲ କରିଥିଲେ । କୃତି ପ୍ରତିଯୋଗୀଙ୍କ ମଧ୍ୟରୁ ବାଲବର୍ଗର ଛାତ୍ରୀ ବିଦ୍ଯାଙ୍ଗିନୀ ବେବର୍ତ୍ତା ଓ ଛାତ୍ର ରୁଦ୍ର ପ୍ରସାଦ ନନ୍ଦ , କିଶୋର ବର୍ଗର ଛାତ୍ରୀ ଗିତାଞ୍ଜଳୀ ସାହୁ, ଛାତ୍ର ରୋହନ କୁମାର ପାତ୍ର ଓ ଶୁଭମ୍ ପ୍ରଧାନ ପ୍ରମୁଖ
ଚମ୍ପିଅନ୍ ରୂପେ ବିବେଚିତ ହୋଇଥିଲେ। ଶିଶୁ ମନ୍ଦିର
ପରିଚାଳନା ସମିତିର ଉପସଭାପତି ଗୌରୀ ଶଙ୍କର ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ନାୟକ , ସମ୍ମାନିତ ଅତିଥି ଭାବେ ଅଶୋକ ନନ୍ଦ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବାଲବର୍ଗର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ , ପ୍ରଧାନାଚାର୍ଯ୍ୟ ଉତ୍ତମ କୁମାର ମହାରଣା ଅତିଥି ପରିଚୟ ପ୍ରଦାନ, ଶାରୀରିକ ପ୍ରମୁଖ ଗୁରୁମା ମଧୁସ୍ମିତା ଦାଶ କ୍ରୀଡା ବିବରଣୀ ପଠନ, ଗୁରୁମା ସରୋଜା ପଟ୍ଟନାୟକ କୃତି ପ୍ରତିଯୋଗୀଙ୍କ ନାମ ଘୋଷଣ,ଗୁରୁଜୀ ସଞ୍ଜୟ ଷଡଙ୍ଗି ସଂଯୋଜନା ଓ ଗୁରୁଜୀ ଲଡୁ କିଶୋର ନାୟକ ଧନ୍ୟବାଦ ଅର୍ପଣ ଦାୟିତ୍ୱ ନିର୍ବାହ କରିଥିଲେ । ପରିଶେଷରେ ମୁଖ୍ୟ ଅତିଥ୍‌ଙ୍କ ଦ୍ବାରା କ୍ରୀଡା ପତାକା ଅବତରଣ ସାଙ୍ଗକୁ କ୍ରୀଡା ଜ୍ୟୋତିକୁ ନିର୍ବାପିତ କରାଯାଇ ଉତ୍ସବ ସମାରୋପ ଘୋଷଣା କରାଯାଇଥିଲା
।ଏହି କ୍ରୀଡା ଉତ୍ସବ ପରିଚାଳନାରେ ଶିଶୁ ମନ୍ଦିରର
ସମସ୍ତ ସେବାବ୍ରତୀ ସକ୍ରିୟ ସହଯୋଗ କରିଥିଲେ ।