କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ର ନୂତନ ସ୍ଵେଚ୍ଛାସେବୀଙ୍କ ପ୍ରଶିକ୍ଷଣ
ବେଲଗୁଣ୍ଠା, ୧୧/୧୦, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ର ନୂତନ ସ୍ଵେଚ୍ଛାସେବୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠାନ ଅଧ୍ୟକ୍ଷ ଡ଼.ଗିରିଧର ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଯୁବ ରେଡକ୍ରସ୍ ରା ପୂର୍ବତନ ସଂଯୋଜକ ବି ଗୋବିନ୍ଦ ରାଓ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ନୂତନ ସ୍ଵେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ସହିତ ରେଡକ୍ରସ୍ ରା ଆଦର୍ଶରେ ଅନୁପ୍ରାଣିତ ହୋଇ ସାମାଜିକ ସେବାରେ ଅନୁପ୍ରାଣିତ ନେବାପାଇଁ ପରାମର୍ଶ ଦେଇଥିଲେ I କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ପ୍ରଶାସନିକ ଅଧିକାରୀ ଡ. ଇଂ ରବିନାରାୟଣ ପାତ୍ର ଯୋଗଦେଇ ସମାଜସେବାରେ ଯୁବ ରେଡ଼କ୍ରସ୍ ର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ I ରେଡକ୍ରସ୍ ଉପଦେଷ୍ଟା ଡ. ସଂଜୀବ କୁମାର ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେକେ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଏବଂ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିବା ସହିତ ନୂତନ ସ୍ଵେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ ପାଇଁ ଉତ୍ସାହିତ କରିଥିଲେ I ଯୁବ ରେଡକ୍ରସ୍ ସ୍ଵେଚ୍ଛାସେବୀମାନଙ୍କୁ ପ୍ରାଥମିକ ଉପଚାର ସହାୟତା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା I ପ୍ରଶିକ୍ଷଣ ଶିବିରରେ ସୁଚାରୁ ରୂପେ ଯୁବ ରେଡକ୍ରସ୍ ର ସ୍ଵେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷିତ କରିଥିବାରୁ ମହାବିଦ୍ୟାଳୟ ତରଫରୁ ପ୍ରଶିକ୍ଷକ ବି ଗୋବିନ୍ଦ ରାଓଙ୍କ ଧନ୍ୟାବାଦ ଅର୍ପଣ କରାଯାଇଥିଲା I
ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ
